Category - ଅର୍ବାଚୀନ ଗପ

ବଗଲା-ବଗୁଲୀଞ୍ଚ

ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏତେବଡ ଗାଁଟାରେ କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ! ଗାଁମୁଣ୍ଡ ଦି’ମାଣ ଜମି ଛାଡି ପଦା ଢିଅରେ ଗୋଟିଏ ପଲାଘର । ଜାତିରେ ତ’ ସେ କଣ୍ଡରା- ଚୌକିଆ ବାପୁଡା ବୋଲି ପୁଞ୍ଜି ନୁହେଁ । ହେଲେ, ସେ ଗାଁ ଲୋକେ ତାକୁ ଭାରି ମାନନ୍ତି । ସେ ଆଉ ଗାଁ ଚଉକିଆ ପରି ନୁହେଁ । ଚିତାଏ...

Read More

କମଳାପ୍ରସାଦ ଗୋରାପ

ଏତେ ବଡ କାରବାରୀ ଘର, କୁଆ କା କଲା ରାତିରୁ ଅଧରାତିଯାଏଁ ଗହଳଚହଳ ଲାଗିଥାଏ । ହେଲେ ଆଜି ସବୁ ତୁନିତାନି । ବାଟ ଗଲା ଲୋକେ ବୁଝିବେ, ଏତେବଡ ଦୋତାଲା ଘରଟାରେ ଯେପରି କେହି ବି ମଣିଷ ନାହିଁ, ତୁଚ୍ଛା ପଡିଛି । ସ୍ୱରୂପ ମାଝି ଭୋର୍ ଭୋର୍ ପହଁଚି ଲାବେଳୁ ବାବୁଙ୍କ ଘର ଉପରେ ଯେମନ୍ତ ଚଡକଟାଏ ପଡିଯାଇଛି । ଭିତର ପ୍ରସ୍ତରେ ମାଇକିନିଆଗୁଡାଙ୍କର କବର କାବର ପାଟି...

Read More

ମୌନାମୌନୀ

ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା ଜାଲରେ ବେଷ୍ଟିତ ଥିଲା । କେବଳ ଗୁମ୍ଫା ଓ ତା’ ସମୀପବର୍ତ୍ତୀ ସ୍ଥାନ ଉଦ୍ଭିଦଶୂନ୍ୟ, ପରିଷ୍କୃତ ପରିଚ୍ଛନ୍ନ, ସାଧୁ ସନ୍ନ୍ୟାସୀମାନଙ୍କ ଆଶ୍ରମରେ ପରିପୂର୍ଣ୍ଣ ଥିଲା । ବିଭୂତିଭୂଷଣ କୌପୀନଧାରୀ ସାଧୁମାନେ ଧୁନି ଲଗାଇ ବସିଥାନ୍ତି, ବସ୍ତ୍ରଧାରୀ ସାଧୁମାନେ...

Read More

ପୁନର୍ମୂଷିକୋଭବ

ଆଜକୁ ଚାଳିଶ ବର୍ଷ ପୂର୍ବ କଥା । ବାଲେଶ୍ୱର ଜିଲ୍ଲାରୁ ଲୁଣ ପୋକ୍ତାନ ଉଠିଗଲା । ଲୁଣାଦାଣ୍ଡୀ ଲୋକମାନଙ୍କର ସର୍ବନାଶ ଉପସ୍ଥିତ । ବାଲେଣ୍ୱର ଜିଲ୍ଲାର ପୂର୍ବାଂଚଳ ଉତ୍ତର ସୁବର୍ଣ୍ଣରେଖା କୂଳଠାରୁ ଦକ୍ଷିଣ ଧାମରା ନଦୀକୂଳ ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନର ନାମ ଥିଲା ଲୁଣାଦାଣ୍ଡୀ । ଏ ଅଂଚଳବାସୀ ଅର୍ଦ୍ଧଲକ୍ଷାଧିକ ଲୋକର ଜୀବନାବଲମ୍ବନ ଏକମାତ୍ର ଲବଣ...

Read More

ସାହାଯ୍ୟ କଲେ ସାହାଯ୍ୟ ମିଳେ

ଅନେକ ଦିନ ତଳର ଘଟଣା । ବନାରସ ସହରରେ ଦିଗମ୍ବର ନାମରେ ଜଣେ ଯୁବକ ରହୁଥିଲେ । ସେ ବହୁତ ପାଠ ପଢିଥିଲେ କିନ୍ତୁ ଚାକିରି ଆଦୌ ପାଇ ନ ଥିଲେ । ପିଲାଦିନରୁ ତାଙ୍କର ବାପ ମାଆ ତ ମରିଯାଇଥିଲେ । ତେଣୁ ସେ ନିଜେ ଟିଉସନ୍ କରି ପାଠ ପଢିଥିଲେ । କାହା ପାଖରେ ହାତ ପାତିବାକୁ ତାଙ୍କୁ ଭାରି ଲାଜ ମାଡୁଥିଲା । ଥରେ ଝଡ ବର୍ଷା ଲାଗି ରହିଲା ତେଣୁ ସେ ଆଉ କୁଆଡକୁ ଯାଇପାରିଲେ...

Read More

ସୃଷ୍ଟିର ଆନନ୍ଦ

ଜେଜେବାପା ଗାଁରୁ ଆସି ପହଁଚିଲା ମାତ୍ରେ ତିନି ନାତୁଣୀଯାକ ତାଙ୍କୁ ଘେରି ଯିବେ  । କିଏ ଆଗ ତାଙ୍କ ବ୍ୟାଗ୍ ଖୋଲିପକେଇବ ସେଥିରେ କ’ଣ ଅଛି ଦେଖିବାକୁ । କିଏ ଝାଳରେ ଓଦା ହୋଇ ଯାଇଥିବା ତାଙ୍କ ଖଦଡ ପଞ୍ଜାବିଟାକୁ ନେଇ ଦୁଆରେ ଖରାରେ ଶୁଖାଇ ଦେଇ ଆସିବ । କିଏ ପଚାରିବ – “ଜେଜେବାପା ! କେତେଦିନ ରହିବ?”                 ଜେଜେବାପାଙ୍କର ହସ ହସ ଉତ୍ତର – “କିରେ ...

Read More

ଗୁରୁତ୍ୱପୂର୍ଣ୍ଣ କଥା

ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ...

Read More

ସୁଖରାମ ଆଉ ଦୁଃଖରାମ

ଗୋଟିଏ ଗ୍ରାମରେ ଜଣେ କୃଷକ ବାସ କରୁଥିଲା । ସେଇ ଗାଁରେ ଯେ ଆଉ କୃଷକ ନଥିଲେ ତା ନୁହେଁ, ତେବେ ହରିରାମ ତା’ର ଆଚରଣ ଏବଂ ସଚ୍ଚୋଟତା ପାଇଁ ସବୁରି ପ୍ରିୟପାତ୍ର ହୋଇ ପାରିଥିଲା । ସେ କେବେ କାହା ମନରେ ଦୁଃଖ ଦିଏନା । ସମସ୍ତଙ୍କ ସହିତ ସେ ମିଳିମିଶି ଚଳେ । କାହା ସହିତ କଳିଝଗଡା ବି କରେ ନାହିଁ । ଭଲ ଚାଷୀ ଭାବରେ ମଧ୍ୟ ତା’ର ଅଭିଜ୍ଞତା ଥାଏ । ଲୋକେ ତା ଠାରୁ...

Read More

ବାବୁ କହିଥିଲେ

କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି” … ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ