ରେଡକ୍ରସ ଜନ୍ମଦାତା

ପିଲାଟିକୁ ପାଂଚ କି ଛଅ ବର୍ଷ ହେବ । ତା’ର ଚେହେରା ଦେଖିବାକୁ ବେଶ୍ ସୁନ୍ଦର । ପିଲାଟିର ମା’ ସକାଳୁ ସକାଳୁ ଫଳ ଝୁଡିଟିଏ ଧରି କୁଆଡେ ଯାଆନ୍ତି ସେ ଆଦୌ ଜାଣିପାରେନି । ତେଣୁ ସେ ଏକୁଟିଆ ଘରେ ଥାଏ । ମାଆଙ୍କ ସାଙ୍ଗରେ ଯିବାକୁ ଯେତେ ଅଳି କଲେ ବି ମାଆ ତାକୁ ସାଙ୍ଗରେ କଦାପି ମଧ୍ୟ ନିଅନ୍ତି ନାହିଁ । ତେଣୁ ସେ ତା’ ମା’ର ଫେରିବା ବାଟକୁ ସେମିତି ଚାହିଁରହେ ।

                ସେଇ ପିଲାଟି ତ ଏବେ ବଡ ହୋଇଗଲାଣି । ଦିନେ ସେ ତା’ ମାଆଙ୍କୁ ପଚାରିଲା, “ମାଆ! ତୁମେ ପ୍ରତିଦିନ କୁଆଡେ ଯାଉଛ?”

                ଏହା ଶୁଣି ସେ ପିଲାଟିର ମାଆ ତା’ର ମୁଣ୍ଡ ଆଉଁଶି ଦେଇ କହିଲେ, “ଧନରେ! ମୁଁ ନିତି ଅନାଥାଶ୍ରମକୁ ଯାଉଛି । ସେଇଠି ଅନାଥ ଶିଶୁମାନଙ୍କୁ ଫଳ ବାଂଟି ତାଙ୍କର ଟିକିଏ ସେବାଯତ୍ନ କରି ଫେରୁଛି ।”

                ଏବେ ସେ ପିଲାଟି କହିଲା, “ମାଆ! ଅନାଥାଶ୍ରମ କ’ଣ? ସେଠାରେ କିଏ ରହନ୍ତି?”


ଗପ ସାରଣୀ

ତାଲିକାଭୁକ୍ତ ଗପ