କାଲିର କାମ ଆଜି କର

ସିପାହୀଟି ବହୁତ ବଳବାନ୍, ବହୁତ ବାହାଦୂର, ବହୁତ ଯୁଦ୍ଧଖୋର ମଧ୍ୟ ଥିଲା । ତାର ଘୋଡା ମଧ୍ୟ ସେହି ଭଳି ବଳବାନ୍, ବାହାଦୂର୍, ନିର୍ଭୀକ ତଥା ଯୁଦ୍ଧଖୋର ଥିଲା । ଏକଦା ସିପାହୀ ଜଣକ ନିଜ ଘୋଡାରେ ନିଜେ ବସି କୌଣସି ଏକ ପାହାଡୀ ରାସ୍ତାରେ ଯାଉ ଥିଲା ।ଅଚାନକ ଘୋଡାର ଗୋଡ ଗୋଟିଏ ପଥର ଉପରେ ବାଜି ଘୋଡାର ନାଲ ଛିଣ୍ଡି ଗଲା । ନାଲ ବାହାରି ଯିବାରୁ ଘୋଡାକୁ ବହୁତ କଷ୍ଟ ହେଲା ଆଉ ସେ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲା ।

ସିପାହୀ ଜଣକ ଘୋଡାର କଷ୍ଟକୁ ଜାଣି ନେଲା, କିନ୍ତୁ ତାହା ଉପରେ ତାର ବିଶେଷ ଚିନ୍ତା ନଥିଲା । ନାଲ ବାନ୍ଧିବା ଚକ୍କରରେ ଦିନ ପରେ ଦିନ ବିତି ଗଲା କିନ୍ତୁ ଘୋଡାର କଷ୍ଟ ଦୂର ହେଲା ନାହିଁ । ଅଚାନକ ଶତ୍ରୁ ଦେଶ ଆକ୍ରମଣ କଲା । ରାଜାଙ୍କ ଆଡୁ ସିପାହୀଙ୍କୁ ଆଦେଶ ମିଳିଲା । ବାସ୍! ଚାଲ ଯୁଦ୍ଧ କରିବାକୁ ।

ଏବେ ସିପାହୀ କ’ଣ କରିବ । ଏତେ ସମୟ ମଧ୍ୟ କାହିଁ ତା ପାଖରେ? ଯେ ସେ ଘୋଡାର ଗୋଡରେ ନାଲ ବାନ୍ଧିବା ପାଇଁ । ପରନ୍ତୁ ଯୁଦ୍ଧ କରିବାକୁ ତ ଯିବାକୁ ହିଁ ପଡିବ । ସେଥି ପାଇଁ ସିପାହୀ ବାଧ୍ୟ ହୋଇ ସେହି ଛୋଟା ଘୋଡା ଉପରେ ବସି ଯୁଦ୍ଧ କରିବାକୁ ବାହାରି ପଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ