ଗୋଟିଏ ଚୋର ବହୁତ ଚାଲାକ୍ ଥିଲା । ଦିନେ ଗୋଟିଏ ରାତିରେ ଗୋଟିଏ ଗୃହସ୍ଥିଙ୍କ ଘରେ ଚୋରି କରିବାକୁ ଗଲା । ଗୃହସ୍ଥ ଗୋଟିଏ କୁକୁର ପାଳି ଥିଲେ । କୁକୁରଟି ବହୁତ ପ୍ରଭୁ ଭକ୍ତ ଥିଲା । ସେ ରାତି ରାତି ଅନିଦ୍ରା ରହି ଘରକୁ ସୁରକ୍ଷା ପ୍ରଦାନ କରୁ ଥିଲା । ଚୋରକୁ ଦେଖିବା ମାତ୍ରେ କୁକୁରଟି ଜୋର୍ରେ ଭୁକିବାକୁ ଲାଗିଲା ।
ଏଥର ଚୋର ଯାଏ କୁଆଡେ । ସେ ଭାବିଲା ଯେ ଏହି ଘରେ ଚୋରି କରିବାକୁ ହେଲେ ପ୍ରଥମେ କୁକୁରର ମୁହଁକୁ ବନ୍ଦ କରିବାକୁ ପଡିବ । ନ ହେଲେ ତା’ର ଭୁକିବା ଶବ୍ଦରେ ମାଲିକ ମାନେ ଉଠି ପଡିବେ । ଆଉ ତା’ର ଚୋରୀ କରିବାର କଳ୍ପନା ବୃଥା ହୋଇଯିବ । ତା’ପରେ ସେ ବହୁତ ଚାଲାକୀ କାମ ଆରମ୍ଭ କରି ଦେଲା । ସାଙ୍ଗରେ ଆଣି ଥିବା ମାଂସ ଟୁକୁଡାକୁ କୁକୁରକୁ ଖାଇବାକୁ ଦେଇ ଦେଲା । କୁକୁରଟି ମାଂସ ଖାଇବାକୁ ଆରମ୍ଭ କରି ଦେଲା । ଚୋରକୁ କହିଲା ମୁଁ ଜାଣି ଥିଲି ତୁମେ ଜଣେ ଚୋର । ଚୋରି କରିବା ଉଦ୍ଧେଶ୍ୟରେ ମୋତେ ମାଂସ ଖାଇବାକୁ ଦେଉଛ । ମୁଁ କିନ୍ତୁ ଜାଣିଛି ଲାଂଚ ଦେଇ କାମ କରୁ ଥିବା ବ୍ୟକ୍ତି ମାନେ କେବେବି ଭଲ ନୁହଁନ୍ତି । ସେମାନେ ମହା ପାପୀ ଅଟନ୍ତି । ଭଲ ହେବ ତୁମେ ମୋତେ ଏହି ଭଳି ମାଂସ ଖାଇବାକୁ ଦେଉ ଥାଅ । କିନ୍ତୁ ମନେ ରଖ ମୁଁ ମୋ କାମରେ କେବେ ଅବହେଳା କରିବି ନାହିଁ । ମୁଁ କେବେ ମୋ ମୁନିବ ମାନଙ୍କ ସହିତ ବିଶ୍ୱାସଘାତକତା କରି ପାରିବି ନାହିଁ । ମୁଁ ଭୁକି ଭୁକି ମାଲିକ ମାନଙ୍କର ନିଦକୁ ଭାଙ୍ଗି ଦେବି ଆଉ ସେମାନେ ତୁମକୁ ଧରି ନେବେ । ଆଉ ତୁମର ଚୋରୀ କରିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହି ଯିବ । ତେଣୁ ଭଲ ହେବ ମୋତେ ଲାଂଚ ନ ଦେଇ ତୁମେ ଯଥା ଶୀଘ୍ର ଏଠାରୁ ପଳାୟନ କର ।
କୁକୁରର ଏପରି ଶବ୍ଦ ଶୁଣି କରି ଚୋର ନିଜର ପ୍ରାଣ ବଂଚାଇ ସେଠାରୁ ପଳାୟନ କଲା ।