ଅଧିକ ବିଦ୍ୱାନ୍ ଓ ଗୁଣବାନ୍

         ପଣ୍ଡିତ ଜଣଙ୍କ ସମ୍ରାଟଙ୍କର ଆଦେଶ ପାଇ ସଙ୍ଗେ ସଙ୍ଗେ ଗଣିବାକୁ ଚାଲିଗଲା ଓ ସଂଗେ ସଂଗେ ଫେରିଆସି ବିନୀତ ଭାବରେ କହିଲା – ଜାହାଁପନା, କୁତି ଗୋଟିକର ପାଂଚ ଗୋଟି ଛୁଆ ହୋଇଛି ।

         ସମ୍ରାଟ୍ କହିଲେ – ଭଲ ଭାବରେ ଗଣନା କରି କହୁଛ ତ?

         ଆଜ୍ଞା! ମୁଁ ଭଲଭାବେ ଗଣନା କରି ଅଛି ।

         ତାହା ହେଲେ ସେହି କୁତିଟି ଜନ୍ମ ଦେଇଥିବା ଛୁଆଙ୍କ ମଧ୍ୟରେ କେତୋଟି ମାଈ ଓ କେତୋଟି ଅଣ୍ଡିରା ତାହା ଏବେ କହିପାରିବ ।

         ନାହିଁ ହଜୁର୍ । ମୋତେ ପୁଣିଥରେ ଦେଖି ଦେଇ ଆସିବାକୁ ହୁକୁମ୍ ହେଉ ।

         ତାହା ହେଲେ ଯାଅ ମୋତେ ଆସି ଗଣିକରି ସଠିକ୍ ଭାବରେ କୁହ ଯେ ସେହି କୁତିଟିର କେତୋଟି ମାଈ ଛୁଆ ଓ କେତୋଟି ଅଣ୍ଡିରା ଛୁଆ ।

         ଏହାପରେ ପଣ୍ଡିତଙ୍କର ଦଳପତି ଯାଇ କୁକୁରକୁ ଦେଖି ଆସି କହିଲା – ହଜୁର୍ ମୁଁ ଦେଖି ଆସି କହୁଛି ଯେ କୁତିଟି ଦୁଇଗୋଟି ଅଣ୍ଡିରା ଓ ତିନିଗୋଟି ମାଈ ଛୁଆଙ୍କୁ ଜନ୍ମ ଦେଇଛି ।

         ସମ୍ରାଟ୍ ପଚାରିଲେ – ତୁମେ ମୋତେ ଏବେ କୁହ ଯେ ସେମାନଙ୍କ ମଧ୍ୟରୁ କାହାର ରଙ୍ଗ କିପରି ।

         ସମ୍ରାଟଙ୍କ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଆଉ ଥରେ ପଣ୍ଡିତମାନଙ୍କ ଦଳପତିଙ୍କୁ ଦରବାରର ପୃଷ୍ଠଦେଶକୁ ଯିବାକୁ ପଡିଲା । ପୁଣି କିଛି ସମୟ ପରେ ଦଳପତି ଆସି କହିଲା – କୁତିର ସେହି ଛୁଆମାନଙ୍କ ମଧ୍ୟରୁ ଗୋଟିଏ କଳା ଆଉ ଗୋଟେ ବୋଧହୁଏ ସଫେଦ୍ । ଅଣ୍ଡିରା ଛୁଆଟି ସମ୍ପୂର୍ଣ୍ଣ କଳା ଓ ଅନ୍ୟଟି ବାଦାମୀ ରଙ୍ଗର ଅଟେ । ଏହା ବ୍ୟତୀତ କୁତିର ମାଈ ଛୁଆଙ୍କ ମଧ୍ୟରୁ ଦୁଇଗୋଟି କାଳିଆ ହୋଇଥିବା ବେଳେ ଗୋଟାଏ ହଜୁର୍ ବାଦାମୀ ରଙ୍ଗର ।

         ଏହାପରେ ସମ୍ରାଟ୍ କହିଲେ, ଏବେ ତୁମେ ତୁମ ଆସନରେ ଯାଇ ବସିପାର । କାରଣ ତୁମ୍ଭର ପରୀକ୍ଷା ସମାପ୍ତ ହୋଇଅଛି ।

         ସମ୍ରାଟଙ୍କର ଆଦେଶ ପାଇବା ମାତ୍ରେ ଅଧା ଜୀବନରେ ଥିବା ପଣ୍ଡିତଙ୍କର ପ୍ରାଣ ସମ୍ପୂର୍ଣ୍ଣ ହେଲା । ସେ ତରବର ହୋଇ ଯାଇ ନିଜ ଆସନରେ ବସିବାବେଳକୁ ଝାଳ ବୋହି ପଣ୍ଡିତଙ୍କର ଲୁଗାପଟା ସଂପୂର୍ଣ୍ଣ ଭିଜିଯାଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ