କିଏ ଭଲ କିଏ ଅସଲ ଭେଲ?

ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ ସେ ବଗିଚା ପାଖରେ ପୋଖରୀଟିଏ । ପୁଣି ସେ ପୋଖରୀ କୂଳରେ ଗୋଟାଏ ଖୁବ୍ ବଡ ନିମ୍ବ ଗଛଟିଏ । ଆଉ ସେଇ ନିମ୍ବଗଛର ଉପର ଡାଳରେ ଚାଲୁଣି ଭଳି ଦୁଇ ଚାରିଟା ମହୁଫେଣା ଝୁଲୁଛି । ତହୁଁ ବିଲୁ ଭାଲୁ ସେ ଗଛ ନିକଟକୁ ଗଲା । ହଠାତ୍ ଭାଲୁଟି ଶୁଣିଲା କିଏ ଜଣେ ଡାକୁଛି ମୋତେ ସାହଯ୍ୟକର, ମୋତେ ସାହଯ୍ୟ କର । ସେହିକ୍ଷଣି ସେ ଭାଲୁଟି ବି ତା’ ଚାରିଆଡକୁ ଚାହିଁଲା । ଦେଖିଲା ଗୋଟିଏ ମହୁମାଛି ପୋଖରୀର ପାଣି ଭିତରେ ପଡିଯାଇଛି । ବିଲୁ ସେଠାରେ ପହଁଚି ଦେଖିଲା ମହୁମାଛିଟି ପାଣିରେ ଭାସୁଛି । ତେଣୁ ସାଙ୍ଗେ ସାଙ୍ଗେ ସେ ବିଲୁ ଭାଲୁ ଗୋଟିଏ ବଡ ପଣସ ପତ୍ର ପୋଖରୀ ପାଣିରେ ପକାଇ ଦେଲା । ଆଉ ସେ ମହୁମାଛିକୁ କହିଲା ଏ ପତ୍ର ଧରି ଉପରକୁ ଉଠି ଆସ । ସେ ପତ୍ରଟି ବି ଭାସି ଭାସି ମହୁମାଛିଟି ନିକଟରେ ରହିଲା । ତାପରେ ସେ  ମହୁମାଛିଟି ପତ୍ର ଉପରକୁ ଉଠିଗଲା । ସେତେବେଳେ ସେ ମହୁମାଛିଟିର ତ ଡେଣା ପାଣିରେ ସମ୍ପୂର୍ଣ୍ଣ ରୂପେ ଭିଜି ଯାଇଥାଏ । ତେଣୁ ସେ ଆଉ ଉଡି ପାରୁନଥିଲା । ବିଲୁ ଏଣେ ପତ୍ରଟି ପୋଖରୀ କୂଳରେ ଲାଗିବାର ଦେଖି ଧୀରେ ଧୀରେ ନିଜ ଜିଭ ସାହାଯ୍ୟରେ ସେ ପତ୍ରଟିକୁ ଉପରକୁ ଉଠାଇ ଆଣିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ