ଧନର ସଦୁପଯୋଗ

ହରି ଓ ନରି ଦୁଇଭାଇ । ଦୁହିଁଙ୍କ ଭିତରେ ନିବିଡ ସମ୍ପର୍କ । ହରି ଜଣେ କୁଶଳୀ କୁମ୍ଭକାର । ସେ ମାଟିରୁ ପ୍ରତ୍ୟହ ସୁନ୍ଦର ସୁନ୍ଦର ଖେଳନା ତିଆରି କରି ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରେ । ହେଲେ ନରି ଥିଲା ଜଣେ ମୂର୍ତ୍ତିକାର । ମୂର୍ତ୍ତିଗୁଡିକ ସତେଯେମିତି ଜୀବନ୍ତ । ବଜାରରେ ତା’ର ଚାହିଦା ବେଶୀ ଓ ଭଲ ରୋଜଗାର ସେମିତି । ଦୁହିଁଙ୍କ ଘର ଗାଁ ଭିତରେ, ସାମନା ସାମନି ।

       ନରି ନିଃସନ୍ତାନ ଥିଲା । ଫଳରେ ସେ ହରିର ପୁଅକୁ ଅନ୍ତରର ସହିତ ଭଲ ପାଉଥିଲା ।

       ଥରକର କଥା । ଆଗକୁ କିଛି ପର୍ବପର୍ବାଣି ଥିବାରୁ ହରି ଖେଳନା ତିଆରିରେ ପୂରାଦମ୍ ରେ ଲାଗିପଡିଥିବା ବେଳେ ନରିକୁ ମୂର୍ତ୍ତି ତିଆରି କରିବା ପାଇଁ ଫୁରସତ୍ ନଥାଏ । ସେ ବର୍ଷ ଉଭୟେ ଭଲ ବେପାର ବି କଲେ ।

       ଦିନେ ହରି ବଜାରରେ ଖେଳନା ବିକ୍ରିକରି ଘରକୁ ଫେରୁଥାଏ । ସଂଧ୍ୟାବେଳେ ଟଙ୍କା ଗଣୁଗଣୁ ଦେଖିଲା, ଟଙ୍କା ଭିତରେ ଏକ ସୁନାମୋହର ଅଛି । ଏଇଟା କୁଆଡୁ ଆସିଲା ବୋଲି ସେ ଆଶ୍ଚର୍ଯ୍ୟ ହୋଇଗଲା । ପରଦିନ ବି ପୁଣି ସେଇ କଥା । ଏଣିକି ତାକୁ ପ୍ରତ୍ୟହ ଗୋଟିଏ ଗୋଟିଏ ସୁନାମୋହର ମିଳୁଛି । ଏହାକୁ ସେ ଲକ୍ଷ୍ମୀ ଠାକୁରାଣୀଙ୍କ କୃପାବୋଲି ଧରିନେଲା । ଯେତେବେଳେ ସୁନାମୋହର ସଂଖ୍ୟା ବଢିବାରେ ଲାଗିଲା ସେତେବେଳେ ଏହାକୁ ଘରେ ରଖିବା ନିରାପଦ ମଣିଲା ନାହିଁ; ସୁତରାଂ ତାକୁ ଘର ପାଖରେ ଥିବା ଏକ ଗଛ ମୂଳେ ଗାତଖୋଳି ପୋତିଦେଲା । ଏହିଭଳି ଅନେକ ସୁନାମୋହର ଗଚ୍ଛିତ ହୋଇଗଲାପରେ ତାକୁ ବିକ୍ରିକରି ତା’ ବାଡିରେ ଲକ୍ଷ୍ମୀଙ୍କର ଏକ ମନ୍ଦିର ନିର୍ମାଣ କରାଇଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ