ମଣିଷର ବୁଦ୍ଧି ରାକ୍ଷାସର ବଳ

ବିନ୍ଧ୍ୟ ପର୍ବତର ପାଦ ଦେଶରେ ଗୋଟିଏ ରାକ୍ଷସ ରାଜ୍ୟ ଥିଲା ତା ନାଁ ଦୈତ୍ୟପୁରୀ । ସେ ଦେଶର ରାଜାଙ୍କ ନାମ ହେଉଛି ସର୍ବଭକ୍ଷ । ସେ ପଶୁପକ୍ଷୀ ମଣିଷ ସବୁ ଖାଇଯାଆନ୍ତି । ତେଣୁ ସେ ରାଜ୍ୟସାରା ଖାଲି ଜଙ୍ଗଲ । ମଝିରେ ମଝିରେ ଜନ ବସତି । ସେଥିରେ ଆଦିବାସୀ ଲୋକମାନେ ବି ବାସ କରନ୍ତ । ରାକ୍ଷାସ ରାଜା ଜଙ୍ଗଲରୁ ହରିଣ, ବାରାହା ମାରି ସେମାନଙ୍କର ମାଂସ ରାନ୍ଧି ଖାଏ । ମଝିରେ ମଝିରେ କୌଣସି ମଣିଷକୁ ଏକୁଟିଆ ପାଇଲେ ତାକୁ ବି ମାରି ଖାଇଦିଏ । ଏହିପରି କିଛିଦିନ ଚାଲିଗଲା । ଆସ୍ତେ ଆସ୍ତେ ସବୁ ଗାଁରୁ ଜଣେ ଦୁଇଜଣ ଲୋକ ନିଖୋଜ ହୋଇଗଲେ । ତେଣୁ ଦିନେ ପ୍ରଜାମାନେ ଆସି ରାଜାଙ୍କ ପାଖରେ ଗୁହାରି କଲେ “ ମଣିମା ଆମଘରୁ ମଣିଷ କୁଆଡେ ଚାଲିଯାଉଛନ୍ତି ଆଉ ଘରକୁ ଫେରୁ ନାହାଁନ୍ତି । ଦୟାକରି ଆପଣ ଟିକେ ଏହାର ପ୍ରତିକାର କରନ୍ତୁ ।”

                ରାଜା ପ୍ରଜାମାନଙ୍କର କଥା ଶୁଣିଲେ ହେଲେ କିଛି ଆଉ ପ୍ରତିକାର କଲେ ନାହିଁ । ଫଳରେ ସେ ରାଜ୍ୟରେ ଅଶାନ୍ତି ବ୍ୟାପିଗଲା । କେହି ବି ଆଉ କାହାକୁ ମାନିଲେ ନାହିଁ । ରାଜା ଦିନେ ତାଙ୍କ ମହାମନ୍ତ୍ରୀଙ୍କୁ ଡାକି ପଚାରିଲେ ରାଜ୍ୟରେ ଏତେ ଗଣ୍ଡଗୋଳ କାହିଁକି? କିଏ କରୁଛି ଏ ଗଣ୍ଡଗୋଳ ।

                ମହାମନ୍ତ୍ରୀ କହିଲେ ବାହୁବଳୀ ବୋଲି ଗୋଟିଏ ରାକ୍ଷସ ଅଛି । ସେ ସବୁ ପ୍ରଜାଙ୍କୁ ଉସ୍କେଇ ଗଣ୍ଡଗୋଳ କରୁଛି । ତାକୁ ଦମନ ନ କଲେ ରାଜ୍ୟରେ କଦାପି ଶାନ୍ତି ପ୍ରତିଷ୍ଠା ହେବ ନାହିଁ । ଏକଥା ଶୁଣି ସେ ରାଜା ଆଦେଶ ଦେଲେ ବାହୁବଳୀକୁ ବନ୍ଦୀ କରି ଆଣ ଓ କାରାଗାରରେ ରଖିଦିଅ । ମନ୍ତ୍ରୀ ସୈନ୍ୟ ସାମନ୍ତ ଧରି ଗଲାବେଳକୁ ବାହୁବଳୀ ବୋଧେ ଏ ଖବର ଆଗରୁ ପାଇ ଯାଇଥିଲା, ତେଣୁ ସେ ଜଙ୍ଗଲ ଭିତରେ ଲୁଚି ଲୁଚି ଅନ୍ୟରାଜ୍ୟକୁ ପଳାଇଗଲା । ବାହୁବଳୀ ଚାଲିଯିବା ପରେ ପ୍ରଜାମାନେ ଆଉ ଗଣ୍ଡଗୋଳ କଲେ ନାହିଁ ଫଳରେ ଚାରିଆଡେ ଟିକେ ଥଣ୍ଡା ପଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ