ବଳୁଆ ପଡୋଶୀ

ଥରେ ନଈରେ ଗୋଟିଏ ମାଟିହାଣ୍ଡି ଏବଂ ଗୋଟିଏ କଂସାହାଣ୍ଡି ଭାସି ଭାସି ଯାଉଥିଲେ । କଂସାହାଣ୍ଡି ମାଟିହାଣ୍ଡିକୁ କହିଲା, “ତୁ ଏତେ ଦୂରରେ କାହିଁକି ଭାସୁଛୁ, ମୋ ପାଖକୁ ଆ, ସାଙ୍ଗ ହୋଇ ଯିବା ।

ଏହା ଶୁଣି ସେ ମାଟିହାଣ୍ଡି କହିଲା, “ସେହି ତ ମୋର ଡର, ପାଖ ପାଖ ହୋଇ ଭାସିଲେ ଯଦି ଆମେ ଦୁଇଜଣ ବାଡେଇ ହୋଇଯିବା, ମୁଁ ତ ଫାଟି ଯିବି; କିନ୍ତୁ ତୁମର ତ କିଛି ବି କ୍ଷତି ହେବ ନାହିଁ । ତେଣୁ ମୋର ଭଲ ପାଇଁ ମୋତେ ତୁମଠାରୁ ଦୂରରେ ଭାସି ଯିବା ହିଁ ଭଲ ।”

ବଳୁଆ ପଡୋଶୀଠାରୁ ଦୂରେଇ ରହିବା ଭଲ ।


ଗପ ସାରଣୀ

ତାଲିକାଭୁକ୍ତ ଗପ