ନିଃସ୍ୱାର୍ଥପର ଲୋକ

ଏକଦା ହିମାଳୟର ପାଦ ଦେଶରେ ଜଣେ ସାଧୁ ବାସ କରୁ ଥାଆନ୍ତି । ସେହି ସାଧୁ ଜଣକ ଦିନକୁ ମାତ୍ର ଥରେ ଲେଖାଏଁ ଖାଦ୍ୟ ଖାଇ ଥାଆନ୍ତି । ଦିନକର ଘଟଣା । ମଧ୍ୟାହ୍ନ ସମୟରେ ସନ୍ଥଙ୍କ ନିକଟରେ ଥିବା ବାଳକଟି ମୁହଁ ହାତ ଧୋଇ ତାକୁ ଦିଆଯାଇଥିବା ଖାଦ୍ୟ ଖାଇବାକୁ ଯାଉଥାଏ । ଠିକ୍ ଏଇ ସମୟରେ ହଠାତ୍ ସାଧୁ ଆସି ବାଳକଟିକୁ ନିର୍ଦେଶ ଦେବା ଭଙ୍ଗୀରେ କହିଲେ ଟିକେ ଅପେକ୍ଷା କର ।

         ବାଳକଟି କହିଲା – “ସାଧୁ ମହାଶୟ ! କ’ଣ ହେଲା?” ବାଳକଟିର ଏ ପ୍ରଶ୍ନରେ ସାଧୁ ଟିକିଏ ବିରକ୍ତି ପ୍ରକାଶ କରି କହିଲେ – “ଜଣେ ବୃଦ୍ଧ ସାଧୁ (ସନ୍ଥ) ଆସିଛନ୍ତି । ସେ ବହୁତ ଭୋକିଲା ଅଛନ୍ତି । ତୁମେ ତାଙ୍କୁ ତୁମର ଖାଦ୍ୟ ଦେବାକୁ ହେବ ।”

         ବାଳକଟି କୌଣସି କଥା ନବୁଝି କହିଲା – “ସେ ସନ୍ଥ ହେଲେ ମଧ୍ୟ ମୁଁ ମୋର ଖାଦ୍ୟ ଦେଇ ପାରିବି ନାହିଁ, କାରଣ ମୁଁ ମଧ୍ୟ ବହୁତ ଭୋକିଲା ଅଛି । ଆସନ୍ତା କାଲି ପର୍ଯ୍ୟନ୍ତ ମୁଁ କିଛି ଖାଦ୍ୟ ପାଇବି ନାହିଁ । ମୁଁ ଏହି ଖାଦ୍ୟକୁ ଦେବି କିପରି?”

         ବାଳକଟିର ଏଭଳି ଉତ୍ତରରେ ସନ୍ଥ କହିଲେ – “ତୁମେ ଜଣେ ବାଳକ । ତୁମେ ଖାଦ୍ୟ ନଖାଇଲେ ମଧ୍ୟ ମରିଯିବନି । ଏହି ଖାଦ୍ୟ ସେହି ସନ୍ଥଙ୍କୁ ଦେଇ ଦିଅ । ମନେରଖ ମୁଁ ତୁମକୁ ଆଦେଶ ଦେଉଛି । ତୁମେ ଏହି ଖାଦ୍ୟକୁ ଶ୍ରଦ୍ଧା ଓ ପ୍ରେମ ସହକାରେ ଅର୍ପଣ କର ।”

         ବାଳକଟି କହିଲା – “ମୁଁ ଭୋକିଲା ଅଛି । ଏଇ ଅବସ୍ଥାରେ ମୁଁ ମୋର ଖାଦ୍ୟକୁ ଖାଇବାକୁ ଯାଉଥିବାବେଳେ ମୁଁ କେମିତି ଭକ୍ତି ଓ ଶ୍ରଦ୍ଧା ସହକାରେ ସନ୍ଥଙ୍କୁ ଅର୍ପଣ କରିବି?”      


ଗପ ସାରଣୀ

ତାଲିକାଭୁକ୍ତ ଗପ