ପ୍ରତିଶୋଧ

ଗୋଟିଏ ବିରୁଡି ସାପର ମୁଣ୍ଡ ଉପରେ ବସି ସେ ସାପକୁ ବହୁତ ହଇରାଣ କଲା । ଏଥିରେ ସେ ସାପ ରାଗିଯାଇ ତାର ପ୍ରତିଶୋଧ ନେବାକୁ ଭାବିଲା । ତେଣୁ ସେ ଗୋଟିଏ ଶଗଡ ଆସୁଥିବା ଦେଖି ଭାବିଲା, ଶଗଡ ତଳେ ମୁଣ୍ଡ ଦେଇ ଦେଲେ ବିରୁଡିଟା ପେଷିହୋଇ ମରିଯିବ ।

                ଏହା ଭାବି ସେ ସାପ ଶଗଡ ତଳେ ମୁଣ୍ଡ ଦେଇ ଦେଲା । ମୁଣ୍ଡ ଉପରେ ଯେଉଁ ବିରୁଡି ବସିଥିଲା ସେ ତ ଚାପି ହୋଇଗଲା, ତା’ ସାଙ୍ଗରେ ସାପର ମୁଣ୍ଡ ଚାପି ହୋଇ ସେ ସାପ ବି ମରିଗଲା ।

ପ୍ରତିଶୋଧ ନେବାକୁ ଯାଇ ବେଳେ ବେଳେ ନିଜର ହିଁ ସର୍ବନାଶ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ