ବିଚିତ୍ର ଚିକିତ୍ସା

କମଲପୁରୀ ଗ୍ରାମରେ ବୁଦ୍ଧି ଶର୍ମା ନାମକ ଜଣେ ବୈଦ୍ୟ ଥା’ନ୍ତି । ଆଗରୁ ତ ତାଙ୍କ ଗ୍ରାମରେ କେହିବି ବୈଦ୍ୟ ନଥିଲେ । ବୁଦ୍ଧି ଶର୍ମା ରହିବା ପରଠାରୁ ସମସ୍ତେ ତାଙ୍କ ପାଖକୁ ଯା’ନ୍ତି । କିନ୍ତୁ ତାଙ୍କର ଚିକିତ୍ସା ପଦ୍ଧତି ଟିକେ ଭିନ୍ନ । ଗାଁର ଧନୀ ମାଧବଙ୍କର ଦିନେ ପେଟ ଓ ଛାତିରେ ଭୀଷଣ ମାତ୍ରାରେ ଯନ୍ତ୍ରଣା ହେବାରୁ ସେ ସେହି ବୈଦ୍ୟଙ୍କ ପାଖକୁ ଗଲେ ।

                ବୈଦ୍ୟ ପଚାରିଲେ “କେବେଠାରୁ ତୁମର ଏ ଯନ୍ତ୍ରଣା ହେଲାଣି?”

                ମାଧବ କହିଲେ “ସକାଳୁ ତ ହେଉଛି ।”

                ବୈଦ୍ୟ ପଚାରିଲେ “ଆଜି ସକାଳୁ କ’ଣ ଖାଇଥିଲେ?”

                ମାଧବ ଡରି ଡରି କହିଲେ “ସକାଳେ ଅଧାସିଝା ରୁଟି ଓ ବାସି ତରକାରି ଖାଇଥିଲି । ବୋଧହୁଏ ସେଥିପାଇଁ ହେଲା ନା କ’ଣ?”

                ବୈଦ୍ୟ କହିଲେ “ଓଃ ଆଖି ଆପଣଙ୍କର ଠିକ୍ ଅଛି ତ? ଜାଣି ଜାଣି ଲୋଭବଶରେ ଏତେଗୁଡିଏ ଅଖାଦ୍ୟ ଖାଇଲେ?”

                ବୈଦ୍ୟ କହିଲେ ତା’ପରେ ବୈଦ୍ୟ ତାଙ୍କୁ ବୋତଲଟିଏ ଦେଇ କହିଲେ, “ବାସ୍ ଏହି ଔଷଧକୁ ସକାଳେ ଓ ସଂଧ୍ୟାରେ ଦୁଇବୁନ୍ଦା ଲେଖା ଆଖିରେ ପକାଇବେ ଭଲ ହୋଇଯିବେ ।”

                ମାଧବ କହିଲେ “କିନ୍ତୁ ମହାଶୟ ଆଖି ତ ମୋର ଠିକ୍ ଅଛି । ଯନ୍ତ୍ରଣା ପେଟରେ ହେଉଛି ।”

                ବୈଦ୍ୟ କହିଲେ “ଏହି ଆଖି ଔଷଧରେ ଆଖି ଭଲ ହେବ ଓ ପେଟ ମଧ୍ୟ । ଆଖିରେ ଠିକ୍ ଦେଖିବେ ଅଖାଦ୍ୟ ହୋଇଥିଲେ ତାକୁ ଆଉ ଖାଇବେ ନାହିଁ । ତେବେ ପେଟ ବରାବର ଭଲ ରହିବ ।”

                “ଅଜବ ଚିକିତ୍ସା ତ?” ଏହା ଭାବି ମାଧବ ଅବାକ୍ ହୋଇ ଆଖି ଔଷଧ ଧରି ସେଠୁ ଫେରିଲେ ଓ ସେହି ଚିକିତ୍ସାରେ ସେ ପ୍ରାୟ ଭଲ ବି ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ