ସେହି ଶିଳ୍ପୀ ଜଣକ ଉତ୍ତର ଦେଲେ, ଏଠାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି । ସେଥିପାଇଁ ଏଠାରେ ମୁଁ ଜଣେ ଶିଳ୍ପୀଭାବରେ ନିଯୁକ୍ତି ପାଇଛି । ମୋର ଏକମାତ୍ର ଲକ୍ଷ୍ୟ ହେଲା କିପରି ସୁନ୍ଦରରୁ ଅତିସୁନ୍ଦର କରି ଏହି ମନ୍ଦିର ନିର୍ମାଣର ଏକ ଅଂଶ ରୂପେ ପରିଚିତ ହେବି । ଯାହା ଫଳରେ ମୋ’ କାରୁକାର୍ଯ୍ୟ ବିଶ୍ୱରେ ନାଁ କରିବ ଏବଂ ଶିଳ୍ପୀକୁଳ ମଧ୍ୟ ନାଁ କରିବ । ଏହି ଲକ୍ଷ୍ୟରେ ମୁଁ କାମ କରୁଛି ।”
ଭଦ୍ରବ୍ୟକ୍ତି କହିଲେ, “ଏଥିପାଇଁ ତୁମେ କ’ଣ ଅନ୍ୟମାନଙ୍କ ତୁଳନାରେ ଅଧିକ ପାରିଶ୍ରମିକ ପାଉଛ? ତମେ କ’ଣ ମୁଖ୍ୟ ସ୍ଥପତି?”
ଏବେ ସେଇ ଶିଳ୍ପୀ ଜଣକ ଉତ୍ତର ଦେଲେ, “ନା, ମୁଁ ମଧ୍ୟ ସେମାନଙ୍କ ଭଳି ଜଣେ । ଦୈନିକ ମୋ କାମ ଅନୁସାରେ ମୁଁ ମଜୁରି ପାଏ; ଜଣେ ସାଧାରଣ ସ୍ଥପତି ଭାବରେ ।”
ଭଦ୍ରବ୍ୟକ୍ତି ସେହି ଶିଳ୍ପୀ ଗଢୁଥିବା ମୂର୍ତିକୁ ଦେଖି କହିଲେ, “କିନ୍ତୁ ଆପଣଙ୍କ ହାତରେ ନିଶ୍ଚୟ ଯାଦୁ ଅଛି । କାରଣ ଆପଣଙ୍କ କାମ ଅନ୍ୟମାନଙ୍କ ଠାରୁ ଉତ୍କୃଷ୍ଟ ଜଣା ପଡୁଛି ।”
ଶିଳ୍ପୀ ଜଣକ କହିଲେ, “ପ୍ରଭେଦ ହାତ ବା କଳା କାରିଗରୀରେ ନଥାଏ, ଥାଏ ଆଭିମୁଖ୍ୟରେ । ମୁଁ ମୋ କାମକୁ ଭଲ ପାଉଛି ବୋଲି ବୋଧହୁଏ ମୋ କାମ ଭଲ ହୋଇଥାଇପାରେ ।