ରାଜା ଏବଂ ବୋକା ମାଙ୍କଡ କଥା

       ପ୍ରାଚୀନ କାଳର କଥା । ଗୋଟିଏ ଦେଶରେ ରାଜା ଏକ ମାଙ୍କଡ ପାଳି ଥିଲେ । ମାଙ୍କଡଟିକୁ ରାଜା ଏତେ ପରିମାଣରେ ଭଲ ପାଉଥିଲେ ଯେ ମାଙ୍କଡଟି ରାଜ ଦରବାର ମଧ୍ୟକୁ ଅବାଧରେ ପ୍ରବେଶ କରିପାରୁଥିଲା । ଏପରିକି ରାଜାଙ୍କ କକ୍ଷକୁ କୌଣସି ଜଗୁଆଳି ଜଗି ନଥିଲେ । ରାଜା ଜଗୁଆଳି ମାନଙ୍କ ଉପରେ ଭରସା ନରଖି ମାଙ୍କଡଟି ଉପରେ ଯଥେଷ୍ଟ ଭରସା ରଖିଥିଲେ ।

       ଦିନେ ରାଜା ତାଙ୍କ ଶୟନ କକ୍ଷରେ ଗଭୀର ନିଦ୍ରାରେ ଶୋଇଛନ୍ତି । ମାଙ୍କଡଟି ରାଜାଙ୍କ ପାଖରେ ଥାଏ । ହଠାତ୍ କେଉଁଠୁ ଗୋଟାଏ ମାଛି ଉଡିଆସି ରାଜାଙ୍କ ଛାତି ଉପରେ ବସିପଡିଲା । ମାଛି ଆସି ବସି ପଡିବାର ଦେଖି ମାଙ୍କଡଟି ପ୍ରଥମେ ପଙ୍ଖା ସାହାଯ୍ୟରେ ମାଛିକୁ ଘଉଡାଇଲା । କିଛି ସମୟପରେ ମାଛିଟି ପୁଣି ଆସି ରାଜାଙ୍କ ଛାତି ଉପରେ ବସିବାକୁ ଲାଗିଲା । ବୋକା ମାଙ୍କଡଟି ଏହା ଦେଖି ରାଗିଗଲା । ରାଗିଯାଇ ଖଣ୍ଡାଟି ବାହାର କରି ମାଛି ଉପରେ ଆଘାତ କରିବାକୁ ଲାଗିଲା । ମାଛିଟି ଉଡିଗଲା ସତ କିନ୍ତୁ ରାଜା ଗଭୀର ଭାବରେ ଆଘାତ ପାଇଲେ । କିଛିଦିନ ବୈଦ୍ୟମାନେ ଲାଗିପଡି ରାଜାଙ୍କ ଚିକିତ୍ସା କଲେ । କିନ୍ତୁ ଶେଷରେ ରାଜା ମୃତ୍ୟୁବରଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ