ମହାଜନୀ କାରବାର

ଏଭଳି କଥା ଶୁଣି ଯଶପାଳ ଚିନ୍ତିତ ହୋଇ ଉଠିଲେ । ତା’ପରେ ସେ ନିଜ ଗ୍ରାମକୁ ଯାଇ ଚୁଡି ଓ ହଜାର ଟଙ୍କା ବୀରଦାସଙ୍କୁ ଦେଇ ତାଙ୍କଠାରୁ ନିଜର ସୁନାଖଡୁ ଫେରାଇ ନେଲେ । ସେତେବେଳେ ସେ କିଛି ଭାବିବା ପରେ ବୀରଦାସଙ୍କୁ କହିଲେ, “କରଜ ଶୁଝିବା ବେଳେ ସୁନା ଖଡୁ ଫେରାଇବା କଥା ଥିଲା । ଆପଣ ଏ ବାଜି ଜିତିବା ପାଇଁ ସବୁ ପ୍ରକାର ଚାଲ୍ ଖେଳିଛନ୍ତି ।”

ତହୁଁ ବୀରଦାସ ହସି ହସି କହିଲେ, “ଚାଲ ଖେଳିବାର କଥା କାହିଁକି ଏବେ ଉଠୁଛି? ମୂଳରୁ ତ ମୁଁ ଜାଣିଥିଲି ଆପଣ ଏସବୁରେ ଖୁବ୍ ସାବଧାନତା ଅବଲମ୍ବନ କରନ୍ତି । ତେଣୁ ମୋତେ ଏତେ ନାଟକ କରିବାକୁ ପଡିଲା । ସର୍ତ୍ତ ଅନୁସାରେ ସବୁ ହୋଇଛି । ଆଶା କରୁଛି ଆପଣଙ୍କ ମନରେ ଥିବା ସମସ୍ୟାର ସବୁ ସମାଧାନ ହୋଇଛି ।”

ଯଶପାଳ ଉଠୁ ଉଠୁ କହିଲେ “ଏସବୁ ପରେ ମୋର ଆଉ କିଛିବି କହିବାର ନାହିଁ । ଆଉ ଏ ମହାଜନୀ କାରବାରରେ ମୁଁ ଆପଣଙ୍କ ସାମନାରେ ଏକ ଛୋଟ ବାଳକ ମାତ୍ର । ଆପଣଙ୍କଠାରୁ ମୋର ତ ବହୁତ କିଛି ଶିଖିବାର ଅଛି ।”

ବୀରଦାସ ତାଙ୍କୁ କହିଲେ, “ଆମେ ଯେଉଁ ଧନ କରଜ ଭାବରେ ଦେଉଛେ ତାକୁ ଆଦାୟ କରିବାର କୌଣସି ଯୋଜନା ବା ପଦ୍ଧତି ନାହିଁ । ଅସୁବିଧା ସେଇଠି ହୁଏ ଯେତେବେଳେ କି ଗରିବ ଲୋକଙ୍କ ଉପରେ ଆମେ ଲୋଭରେ ପଡି ଅଧିକ ସୁଧ ବସେଇ ଦେଇଥାଉ । କିନ୍ତୁ ଯଥୋଚିତ ସୁଧ ନେଲେ ସେମାନେ ବରଂ କୃତଜ୍ଞତା ଦେଖାଇଥା’ନ୍ତି । ତେଣୁ ମୂଳ ଓ ସୁଧ ଦେବାକୁ ସେମାନେ ବେଶି ମନେ ରଖନ୍ତି ଓ ଶୀଘ୍ର ତାହା ପରିଶୋଧ କରିବା ପାଇଁ ଚେଷ୍ଟା କରିଥା’ନ୍ତି । ତେଣୁ ଆମକୁ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡେନାହିଁ ।”

“ବୀରଦାସ ଭାଇ, ମୁଁ ଆପଣଙ୍କୁ ହଇରାଣରେ ପକାଇବାକୁ ଚେଷ୍ଟା କରି ସେଥିରେ ସଫଳ ହୋଇ ପାରି ନାହିଁ । ଆପଣ ଏସବୁ ନିଜ ଅଭିଜ୍ଞତାରୁ ଶିଖିଛନ୍ତି । ମୁଁ ମଧ୍ୟ ଆପଣଙ୍କ ଅଭିଜ୍ଞତାରୁ ଲାଭବାନ ହେବାକୁ ଚାହୁଁଛି ଓ ଏବେ ଆପଣଙ୍କ ପଥହିଁ ଅନୁସରଣ କରିବି ।” ଏକଥା କହି ଯଶପାଳ ବୀରଦାସଙ୍କଠାରୁ ବିଦାୟ ନେଇ ନିଜ ଗ୍ରାମକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ