ସ୍ୱପ୍ନ ସୌଦାଗର

ଆଜି ଅଙ୍କିତାର ପଂଚମ ଶ୍ରେଣୀ ବୃତି ପରୀକ୍ଷା ସରିଛି । ତେଣୁ ସେ ନିଶ୍ଚିନ୍ତ ହୋଇ ଶୋଇଚି ଗାଢ ନିଦରେ । ମାମା ସେ ମଶାରୀ ପକାଇବାକୁ ଆସି ଦେଖିଲେ ଅଙ୍କିତାର ଆଖି ପତା ତଳେ ଡୋଳା ଏପଟ ସେପଟ ହେଉଛି । ତା ମୁହଁରେ ପୁଣି ହସର ଛିଟା । ଏଥିରୁ ମାମା ଜାଣି ଗଲେ ଯେ, ଅଙ୍କିତା ସ୍ୱପ୍ନ ଦେଖୁଚି ଆଉ ସେ ପୁଣି, କିଛି ଗୋଟାଏ ଭଲ ସ୍ୱପ୍ନ । ନ ହେଲେ ତା’ ମୁହଁ ଏମିତି ହସ ହସ କାହିଁକି?

ସ୍ୱପ୍ନ ବିଜ୍ଞାନ କୁହେ ଏଇଲେ ଯଦି ତାକୁ ନିଦରୁ ଉଠେଇ ଦିଆହୁଅନ୍ତା, ତେବେ ସେ ଅଙ୍କିତା କହି ଦିଅନ୍ତା କଣ ସବୁ ଦେଖୁଥିଲା । ଡେରୀ ହେଲେ ଭୁଲିଯିବ ଆଉ ମନେ ପଡିବ ନାହିଁ ।

“ଥାଉ ଶୋଇଥାଉ ସୁଖ ସ୍ୱପ୍ନ ଦେଖୁଥାଉ” ଏହା କହି ମାମା ସେଠାରୁ ଚାଲିଗଲେ । ସେତେବେଳେ ତାଙ୍କର ମନେ ପଡୁଥିଲା ତାରି ବୟସରେ ଥିଲାବେଳେ ସେ କି କି ପ୍ରକାର ଅଦ୍ଭୁତ ସ୍ୱପ୍ନ ସବୁ ଦେଖୁଥିଲେ । ଖାଲି ଡର ସ୍ୱପ୍ନ । କେବେ ସାପ ତ କେବେ ବିଲୁଆ ଆହୁରି କିଏ ସବୁ ତାଙ୍କୁ ଗୋଡଉଚନ୍ତି ମାତ୍ର ସେ ଦୌଡି ପାରୁ ନାହାଁନ୍ତି । କାହିଁକିନା ତାଙ୍କ ଗୋଡ ଯେଉଁଠୁ ଉଠୁଚି ସେଇଠି ହିଁ ପଡୁଚି । ଯେତେ ବଡ ପାଟିରେ ଡାକିଲେ ବି ତାଙ୍କ ସ୍ୱର ମୋଟେ ବାହାରୁ ନାହିଁ । ଏମିତିରେ ତାଙ୍କ ନିଦ ଭାଙ୍ଗେ । ତା’ପରେ ଡରରେ ସେ ଖାଲି ଥରୁଥାନ୍ତି । ମନେ ଅଛି ତାଙ୍କ ବୋଉ ତାଙ୍କୁ କୋଳକୁ ଟାଣିନେଇ ନ ଆସିବା ପର୍ଯ୍ୟନ୍ତ ସେ ବିଛଣାକୁ ଆସନ୍ତିନି । ଖାଲି ବୁଲୁଥାନ୍ତି ତାଙ୍କ ପଛେ ପଛେ ।

ଅଙ୍କିତା କିନ୍ତୁ ଉଠି ଆସିଲା ଅଳ୍ପ ସମୟ ପରେ ଓ ଖୋଜି ଖୋଜି ମାମାଙ୍କ ପାଖରେ ପହଁଚିଗଲା । ତା ମୁହଁ ଦିଶୁଥାଏ ଡରିଗଲା ପରି ପୁଣି ବିକଳିଆ । ସେ ମାମାଙ୍କ ପାଖକୁ ଲାଗି ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ