ହାର୍-ଜିତ୍

ସୋମନାଥ ଶାସ୍ତ୍ରୀ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ । ସେ ତାଙ୍କ ସଙ୍ଗୀତ ଦ୍ୱାରା ଶ୍ରୋତୃମଣ୍ଡଳୀଙ୍କୁ ମୁଗ୍ଧ କରି ରଖୁଥିଲେ । ରାଜାଙ୍କ ନଅରରେ ମଧ୍ୟ ସେ ସଙ୍ଗୀତ ଆସରରେ ଗାନ କରୁଥା’ନ୍ତି । ଥରେ ସେ ଏକ ଏତେ ସୁନ୍ଦର ଗୀତ ଗାଇଲେ ଯେ ରାଜା ତାଙ୍କ ଉପରେ ଅତ୍ୟନ୍ତ ମୁଗ୍ଧ ହୋଇ ନିଜ ଗଳାରୁ ରତ୍ନହାର କାଢି ତାଙ୍କୁ ଉପହାର ଦେଲେ ଓ ତାଙ୍କୁ “ସଙ୍ଗୀତାଚାର୍ଯ୍ୟ” ପଦବୀ ମଧ୍ୟ ଦେଲେ ।

                ସୋମନାଥଙ୍କ ସଙ୍ଗୀତର ପ୍ରଶଂସା ଶୁଣି ରାଣୀ ଦିନେ ରାଜାଙ୍କୁ ଅନୁରୋଧ କଲେ କି ଯେପରି ଅନ୍ତଃପୁରରେ ଥରେ ସେ ସଙ୍ଗୀତ ପରିବେଷଣ କରିବେ । ସଙ୍ଗେ ସଙ୍ଗେ ରାଣୀଙ୍କ ଇଚ୍ଛା କାର୍ଯ୍ୟକାରୀ ହେଲା ।

ଭଲଦିନ ଦେଖି ସଙ୍ଗୀତର ଆସର ବସିଲା । ସଙ୍ଗୀତର ଅର୍ଦ୍ଧେକ ଶେଷ ହେବା ପରେ ରାଣୀ ସଙ୍ଗୀତର ରାଗରାଗିଣୀ ଓ କୃତି ଉପରେ ଯେଉଁ ମନ୍ତବ୍ୟ କଲେ ତାହା ସୋମନାଥଙ୍କୁ ଆପତ୍ତିଜନକ ମନେ ହେଲା । ରାଣୀ ରାଜାଙ୍କୁ କହିଲେ, “ସେ କିପରି ସଙ୍ଗୀତଜ୍ଞ? ଆପଣ ତାଙ୍କୁ ପୁଣି ଦରବାରରେ ସ୍ଥାନ ଦେଇଛନ୍ତି; ପୁଣି ସଙ୍ଗୀତାଚାର୍ଯ୍ୟ ଉପାଧି ମଧ୍ୟ ଦେଇଛନ୍ତି । ମୋ ମତରେ ସେ ସଙ୍ଗୀତ ବିଷୟରେ ଆଦୌ କିଛି ବି ଜାଣନ୍ତି ନାହିଁ ।” ରାଣୀ ରାଜା ଓ ସଙ୍ଗୀତଜ୍ଞ ଦୁହିଁଙ୍କୁ ଆକ୍ଷେପ କରି ଏହିକଥା କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ