ଦୁଇ ଜ୍ୟୋତିଷ ଓ ସୁଲତାନ

ବହୁତ ଦିନ ତଳର କଥା । ସେତେବେଳେ ତ ସେ ଆରବ ଦେଶରେ ସୁଲତାନ୍ ଆବ୍ରାହମ ରାଜୁତି କରୁଥିଲେ । ସେ ବହୁତ କଠୋର ଓ ନିର୍ଦ୍ଦୟ ବି ଥିଲେ । ଦୋଷ ଥାଉ କି ନଥାଉ, ଯଦି କେଉଁ ପ୍ରଜାର ଦୋଷ ସେ ବିଚାର କରୁଥିଲେ ତ ତା’ର ମୁଣ୍ଡକାଟି ଦେଉଥିଲେ । ସେହି ସୁଲତାନଙ୍କ ଦରବାରରେ ଦୁଇଜଣ ଜ୍ୟୋତିଷ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ଆରବ ଦେଶର ଜ୍ୟୋତିଷ । ତାଙ୍କର ସହାୟକ ଥିଲେ ଜଣେ ଇଣ୍ଡିଆର ଜ୍ୟୋତିଷ ।

                ଆରବଦେଶର ଜ୍ୟୋତିଷ ସୁଲତାନ ଆବ୍ରାହମ୍ଙ୍କ ଦରବାରରେ ରାଜଜ୍ୟୋତିଷର ଉପାଧି ପ୍ରାପ୍ତ କରିଥିଲେ । ମାତ୍ର ତାଙ୍କୁ ଏତେଟା ଜ୍ୟୋତିଷ ବିଦ୍ୟା ଜଣା ନଥିଲା । ମାତ୍ର ଇଣ୍ଡିଆର ଜ୍ୟୋତିଷ ଜଣକ ଜ୍ୟୋତିଷ ଓ ହସ୍ତରେଖା ବିଦ୍ୟାରେ ଯେତେ ପାରଙ୍ଗମ ଥିଲେ ମଧ୍ୟ ସେଠାକାର ସୁଲତାନ ତାଙ୍କୁ ବେଶୀ ଗୁରୁତ୍ୱ ଦେଉନଥିଲେ । ତେଣୁ ସେ ଆରବ ଜ୍ୟୋତିଷ ଜଣକ ସର୍ବଦା ଚେଷ୍ଟା ଚଳାଇଥାନ୍ତି କିପରି ଏ ଇଣ୍ଡିଆର ଜ୍ୟୋତିଷଙ୍କୁ ତାଙ୍କ ରାସ୍ତାରୁ ହଟାଇବେ ।

                ଦିନକର କଥା । ସୁଲତାନ ଆବ୍ରାହମ୍ ତାଙ୍କର ଦୁଇ ଜ୍ୟୋତିଷଙ୍କୁ ଏକାନ୍ତରେ ଡକାଇ ପଠାଇଲେ । କାହିଁକିନା ସୁଲତାନ ଜାଣିବାକୁ ଚାହୁଁଥିଲେ କି ତାଙ୍କ ବେଗମ୍ ଜେମିଲାଙ୍କ ଗର୍ଭରୁ ପୁତ୍ର ଜନ୍ମ ନେବ ନା କନ୍ୟା । ଏ କଥା ଶୁଣି ଆରବ ଜ୍ୟୋତିଷଙ୍କ ଅକଲ ପୁରାପୁରି ଗୁଡୁମ୍ । ସେ ସୁଲତାନଙ୍କର ହସରେଖାଗୁଡିକୁ ବାରମ୍ବାର ଦେଖିବାକୁ ଲାଗିଲେ । ତାପରେ ସେ କହିଲେ – ‘ସୁଲତାନ, ଆପଣଙ୍କ ବେଗମ୍ ଜେମିଲାଙ୍କ ଗର୍ଭରୁ କନ୍ୟା ସନ୍ତାନ ହିଁ ଜନ୍ମ ନେବ । ମାତ୍ର ଏଥିରେ ଏକ ଅସୁବିଧା ଅଛି । ଯଦି କନ୍ୟା ସନ୍ତାନ ଜନ୍ମ ନିଏ ତେବେ ସୁଲତାନଙ୍କର ମୃତ୍ୟୁ ସୁନିଶ୍ଚିତ । ସୁଲତାନ ଆବ୍ରାହମ ତାଙ୍କ ରାଜଜ୍ୟୋତିଷଙ୍କ ଠାରୁ ଏକଥା ଶୁଣି ଅତ୍ୟନ୍ତ କ୍ରୋଧରେ ଖାଲି ଜଳିବାକୁ ଲାଗିଲେ । ତେଣୁ ସେ ସଙ୍ଗେ ସଙ୍ଗେ ବେଗମଙ୍କର ମୁଣ୍ଡ କାଟି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ