ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାନୁଭବତା ମଣିଷକୁ ମହାନ୍ କରିଦିଏ

ଏକଦା ଗୁରୁ ନାନକ ଏବଂ ତାଙ୍କର ପ୍ରିୟ ଅନୁଗାମୀ ‘ମରଦନା’ ବିଭିନ୍ନ ସ୍ଥାନ ଭ୍ରମଣ କରି ଶେଷରେ ଲାହୋରଠାରେ ଯାଇ ପହଁଚିଲେ । ସେ ଯେଉଁ ସ୍ଥାନମାନଙ୍କରେ କିଛିଦିନ ଅବସ୍ଥାନ କରୁଥିଲେ ସେ ସ୍ଥାନରେ ଦେଉଥିବା ଧାର୍ମିକ ପ୍ରବଚନ ଲୋକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେଉଥିଲା । ସୁତରାଂ ତାଙ୍କର ପ୍ରବଚନ ଜନସମାଜରେ ଖୁବ୍ ପ୍ରଭାବ ପକାଉଥିଲା । ଫଳରେ ତାଙ୍କ ସଭାରେ ଢେର୍ ଜନସମାବେଶ ପରିଲକ୍ଷିତ ହେଉଥିଲା ।

                ନାନକ ସବୁବେଳେ କହୁଥିଲେ, ପରମାତ୍ମାଙ୍କ ପ୍ରିୟଭାଜନ ହେବାକୁ ହେଲେ ଜଣେ ପବିତ୍ର ତଥା ନିର୍ମଳ ହୃଦୟର ଅଧିକାରୀ ହେବା ଏକାନ୍ତ ଆବଶ୍ୟକ ।

                ସେହି ଲାହୋରର ଘଟଣା । ଦିନେ ନାନକ ‘ଲାଲୋ’ ନାମକ ନୀଚଜାତିର ଏକ ବଢେଇଙ୍କ ଘରେ ଆତିଥ୍ୟ ଗ୍ରହଣ କଲେ । ବଢେଇଜଣକ ତାଙ୍କୁ ଅତି ଆଦର ଯତ୍ନରେ ସମ୍ଭାଷଣ କରି ଭୋଜନର ବ୍ୟବସ୍ଥାରେ କୌଣସି ହେଳା କରିନଥିଲେ ।

                ମାତ୍ର ଏକଥା ତାଙ୍କ ଶିଷ୍ୟ ମରଦନାଙ୍କୁ ଆଦୌ ଭଲ ଲାଗୁ ନଥାଏ । ସହରରେ ବହୁ ଧନୀ, ପ୍ରତିଷ୍ଠିତ ବ୍ୟକ୍ତି ଥିଲାବେଳେ ଏଭଳି ଜଣେ ନୀଚ ହୀନ ବ୍ୟକ୍ତିଙ୍କ ଘରେ ଆତିଥେୟତା ଗ୍ରହଣ କରିବା ଗୁରୁଙ୍କ ପକ୍ଷରେ ଠିକ୍ ହୋଇ ନାହିଁ ବୋଲି ଲୋକଙ୍କ ଭିତରେ ବି କଥା ଉଠିଲା ।

                ନାନକ ଯେତେବେଳେ ଏକଥା ଜାଣିଲେ, ତାକୁ ଖଣ୍ଡନ କରିବା ପାଇଁ କହିଲେ, “ମୁଁ ଯେଉଁଠି ପାଦ ଦେଇଛି, ତାହା ପରମେଶ୍ୱରଙ୍କ ଅତି ପ୍ରିୟ ଏବଂ ପବିତ୍ର ସ୍ଥଳ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ