ମହାନୁଭବତା ମଣିଷକୁ ମହାନ୍ କରିଦିଏ

                କିଛି ସମୟ ପରେ ଲାଲୋ ଭୋଜନ ପ୍ରସ୍ତୁତ କରି ଆଣିଲେ । ତାକୁ ଦେଖି ମରଦନାଙ୍କର ସତେଯେମିତି ହଂସା ଉଡିଗଲା । ଖାଦ୍ୟପାଇଁ ସେ ଆଣିଥିବା ଦି’ପଟ ଶୁଖିଲା ରୁଟି ଓ ଟିକିଏ ଶାଗଭଜା ନାନକ ଖୁସିରେ ଖାଇ ବସିଲେ । ଗୁରୁ ଯେତେବେଳେ ଖାଇଛନ୍ତି, ମରଦନା ବି ବାଧ୍ୟ ହୋଇ ତାକୁ ଖାଇଲେ ।

                ଏଥର ମରଦନା ଖାଦ୍ୟକୁ ପାଟିରେ ଦେବାମାତ୍ରେ ହଠାତ୍ ଚମକି ପଡିଲେ । ଯେଉଁ ଖାଦ୍ୟକୁ ସେ ଘୃଣାଚକ୍ଷୁରେ ଦେଖୁଥିଲେ ତାକୁ ଚାଖିବା ମାତ୍ରେ ସତେ ଯେମିତି ମନେହେଲା, ପୃଥିବୀର ସମସ୍ତ ସୁସ୍ୱାଦ ସେଇ ଶାଗ ଓ ରୁଟି ଭିତରେ ହିଁ ନିହିତ ଅଛି । ସେଦିନ ମରଦନାଙ୍କ ଭାବାନ୍ତର ଦେଖି ନାନକ ମନେ ମନେ ହସିଲେ ।

                ଲାଲୋଙ୍କ ଭକ୍ତି ଓ ଆତିଥେୟତାରେ ମୁଗ୍ଧ ହୋଇ ନାନକ ସେଠାରେ ବେଶ୍ କିଛି ଦିନ ଅବସ୍ଥାନ କଲେ । ନାନକଙ୍କର ଉପସ୍ଥିତି ସେଠାରେ କେତେକଙ୍କର ଚକ୍ଷୁଶୂଳ ହୋଇଥିଲେ ମଧ୍ୟ, ସାଧାରଣ ଲୋକଙ୍କ ପାଇଁ ସେ ଦେବତା ସମ ଥିଲେ  । ସେଇଥିପାଇଁ ହିନ୍ଦୁମାନେ ନାନକଙ୍କୁ ‘ତପୀ ନାନକ’ ବୋଲି ଡାକୁଥିଲା ବେଳେ ମୁସଲମାନମାନେ ତାଙ୍କୁ “ନାନକ ଶାହା” ବୋଲି ଡାକୁଥିଲେ । ନାନକଙ୍କ ପାଖରେ ଥିବା ମହାନୁଭବତା ଯୋଗୁଁ ହିଁ ସେ ଏଭଳି ଯଶସ୍ୱୀ ହୋଇପାରିଥିଲେ ।

ସୁତରାଂ କୁହାଯାଇଛି –

“ମଣିଷ ଭିତରେ ମହାନୁଭବତା ରହିଥିଲେ ତା’ର ବଢଇ ଖ୍ୟାତି

ଏ ଗୁଣରହିତ ମଣିଷ ମାତ୍ରକେ ଇତର ପ୍ରାଣୀରେ ଗଣା ହୁଅନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ