ସୁନା ସମ୍ପଦ

ସୁନା ସଂପର୍କରେ ଅନେକ କୌତୂହଳପୂର୍ଣ୍ଣ ଘଟଣାର ଉଲ୍ଲେଖ ରହିଛି । ଉଲ୍ଲେଖ ଅଛି ଯେ ୧୪୯୨ରୁ ୧୬୦୦ ମସିହା ଭିତରେ ସ୍ପେନ୍ର ସୈନ୍ୟବାହିନୀ ପେରୁର ଇନ୍କା ସାମ୍ରାଜ୍ୟରୁ ଲୁଟି ନେଇଥିଲେ ୨ ଲକ୍ଷ ୨୫ ହଜାର କିଲୋଗ୍ରାମ ପରିମାଣର ସୁନା ।

                ସୋଭିଏଟ୍ ରୁଷର ଅର୍ଥତତ୍ତ୍ୱବିତ୍ମାନଙ୍କ କହିବା ଅନୁସାରେ ପ୍ରାଚୀନ ବ୍ୟାକଟ୍ରିଆର ଡକାୟତଦଳ ସିଲ୍ମରୁଟ୍ଦେଇ ଯାତାୟାତ କରୁଥିବା ବ୍ୟବସାୟୀମାନଙ୍କଠାରୁ ୨୦,୦୦୦ କିଲୋଗ୍ରାମ୍ରୁ ବେଶୀ ସୁନା ଲୁଣ୍ଠନ କରିନେଇ ପଳେଇଥିଲେ । ୧୯୭୨ ମସିହାରେ ବୁଲ୍ଗେରିଆରେ ୬୦୦ଟି ବିଭିନ୍ନ ପ୍ରକାରର ସୁନାଗହଣା ଆବିଷ୍କୃତ ହୋଇପାରିଥିଲା ।

                ୧୯୨୨ ମସିହାରେ ଇଜିପ୍ଟରେ ଆବିଷ୍କୃତ ହେଲା ଫାରାହୋ ତୁତାନ୍ଖାମେନ୍ଙ୍କ କବର । କବରଖନନରୁ ଜଣାପଡିଲା ଯେ ତୁତାନ୍ଖାମେନ୍ଙ୍କ ଶବାଧାରଟି ତିଆରି ହୋଇଥିଲା ନିଦା ସୁନାରେ । କବର ଭିତରେ ରଖାଯାଇଥିଲା ଫାରାହୋ ତୁତାନ୍ଖାମେନ୍ଙ୍କ ସୁନା ନିର୍ମିତ ମୁଖା ଏବଂ ସୁନା ତିଆରି ତାଙ୍କ ସିଂହାସନ ।

                ଆଫଗାନିସ୍ତାନରେ ରହିଛି ଟିଲ୍ଲିଆ ଟେପି ବା ଟିଲ୍ଲା ଟାପା ନାମକ ସ୍ଥାନ । ସେଠାରୁ ମୁଦ୍ରା, ବେଲ୍ଟ, ମେହାଲ୍, ମୁକୁଟ ଇତ୍ୟାଦି ୨୦,୦୦୦ ପ୍ରକାରର ସୁନା ଜିନିଷ ମିଳିଛି ।  


ଗପ ସାରଣୀ

ତାଲିକାଭୁକ୍ତ ଗପ