“ରାଜା ହେବି ନାହିଁ, ମନ୍ତ୍ରୀ ବି ହେବିନି, ହେବି ଜନସେବୀ ବାବାଜୀ ଜଣେ
ନ ଥିବ ମୋ’ ଘର ସଂସାର ଜଞ୍ଜାଳ ଲାଗି ଥିବି ସଦା ଅନ୍ୟର କାମେ ।
ଏହିକଥା ତା’ର ବାପାଙ୍କୁ ପିଲାଟି କହୁଥାଏ ବୋଲି ଦୁଃଖରେ ପିତା
ଥିଲେ ବି ପୁଅର ପାଠପଢା ଦେଖି ଭାବନ୍ତି ହେବ ସେ ଜଗତଜିତା ।
ସତକୁ ସତ ସେ ପିଲା ହେଲା ଦିନେ ଦୁଃଖୀରଙ୍କୀଙ୍କର ଦୁଃଖର ସାଥୀ
ବଡ ମଣିଷଙ୍କ ମଧ୍ୟେ ଗଣା ହୋଇ ଗୋପବନ୍ଧୁ ନାମେ ଲଭିଲା ଖ୍ୟାତି ।”
ପିଲାଦିନୁ ମା’ ଛେଉଣ୍ଡ ପିଲାଟି ପିଉସୀନାନୀ କୋଳରେ ବଢିଥିଲା । ସେ ବଡ ଅଭାଗାଟାଏ । ଜନମଠାରୁ ମରଣଯାଏଁ କେବଳ କଷ୍ଟ ସହି ସହି ମଲା ସିନା ହେଲେ ସୁଖ କିଭଳି ପଦାର୍ଥ ତାହା ସେ ଦିନେହେଲେ ବି ଜାଣିଲା ନାହିଁ । ଏମିତିକି ଜନମ ପରେ ସେ ତା ମା’ଠାରୁ କ୍ଷୀର କଳେ ବି ପିଇନି ।