ଶୁଆ ପକ୍ଷୀର ଚାତୁରୀ

ରାଜାଙ୍କ ଠାରୁ ଏକଥା ଶଣି ବିଜୟ ସେନ୍ କହିଲେ ମୁଁ ଆପଣଙ୍କ କନ୍ୟାକୁ ବିବାହ କରି ପାରିବି ନାହିଁ । ସେ ମୋର ସ୍ତ୍ରୀ ନୁହଁ । ଯେହେତୁ ସେ ପରର ସ୍ତ୍ରୀ ଜାଣୁ ଜାଣୁ ତାଙ୍କୁ ବିଭା ହେବି କାହିଁକି? ପାପରେ ପଡିବି କାହିଁକି?

ବିଜୟ ସେନଙ୍କର ମୁଖରୁ ଏ କଥା ଶୁଣି ରାଜା ବିସ୍ମୟ ହୋଇ ପଚାରିଲେ ତୁମେ ଏ ସବୁ କାହିଁକି କହୁଛ ରାଜ କୁମାର ।

ରାଜ କୁମାର କହିଲା – ରାଜ କୁମାରୀଙ୍କର ପ୍ରଶ୍ନର ଉତ୍ତର ଦେଇ ନପାରି ଅନେକ ରାଜ ପୁତ୍ର ବନ୍ଦୀରେ ଜୀବନ ବିତାଉ ଛନ୍ତି । ସେଥି ମଧ୍ୟରୁ ଜଣେ ରାଜ ପୁତ୍ର କାରାଗାରରୁ ପଳାଇ ଯାଇ ସିନା କାରାଗାରରୁ ମୁକ୍ତ ହେଲେ । ସେତ ରାଜ କୁମାରୀଙ୍କୁ ପାଇବା ଆଶାରୁ ମୁକ୍ତ ହୋଇ ପାରି ନାହିଁ । ସେ ପାଗଳ ପ୍ରାୟ ଅରଣ୍ୟରେ ଭୋକ ଉପାସରେ ଘୁରୁ ଥିଲା । ପାରିଧି କରିବାକୁ ଯାଇ ମୁଁ ତାଙ୍କୁ ଏହି ଦୁର୍ଦ୍ଧିନରୁ ରକ୍ଷା କରି ଆଣିଲି । ଯଦି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପରେ ରାଜ କନ୍ୟା ମୋତେ ବିବାହ କରିବ । ସେ ମୋର ହୋଇ ସାରିଛନ୍ତି, କିନ୍ତୁ ମୁଁ ଜାଣେ ଯେ ନ୍ୟାୟ ଦୃଷ୍ଟିରୁ ସେ ପଳାତକ ରାଜ କୁମାର ରାଜ କୁମାରୀଙ୍କର ପ୍ରକୃତ ସ୍ୱାମୀ ହେବାକୁ ଯୋଗ୍ୟ । ଏହା ଛଡା ମୁଁ ବିବାହିତ । ରାଜ କୁମାରୀ ବର୍ତ୍ତମାନ ନ୍ୟାୟ ଦୃଷ୍ଟିରୁ ମୋର, ତେଣୁ ମୁଁ ରାଜ କନ୍ୟାଙ୍କୁ ସେହି ରାଜ କୁମାରଙ୍କ ସହିତ ବିବାହ କରି ଦେବାକୁ ଚାହେଁ । ଆଉ ମଧ୍ୟ ରାଜ କୁମାରୀ ହାରି ଯାଇ ଥିବାରୁ ଏହି କଥା ଉପରେ ଆଉ ଅଙ୍କୁଶ ଲଗାଇ ପାରିବେ ନାହିଁ । ତା’ ଛଡା ମୋର ଯେ ପ୍ରତିଜ୍ଞା ଥିଲା, ତୁମର ବିବାହ ନିମନ୍ତେ ରାଜ କୁମାରୀଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇ ରାଜ କୁମାରଙ୍କ ସହିତ ତୁମ୍ଭଙ୍କୁ ବିବାହ ଦେବି ।

ବିଜୟ ସେନ୍ଙ୍କର ଯୁକ୍ତିକୁ ସମ୍ମାନ ଦେଇ ରାଜା ନିଜର କନ୍ୟାକୁ ସେହି ପଳାତକ ରାଜ କୁମାରଙ୍କ ସହିତ ବିବାହ କରି ଦେଲେ ଓ ଯେଉଁ ରାଜ କୁମାର ମାନେ ବନ୍ଦୀ ଜୀବନ ଯାପନ କରୁ ଥିଲେ ସେମାନଙ୍କୁ ମୁକ୍ତ କରି ଦେଲେ ।

ଶୁଆ କହିଲା ଏଥର ଶୁଣିଲୁତ ଶାରୀ । ପୁରୁଷ ମାନେ କିପରି ପରୋପକାରୀ ତାହା ଦେଖିଲୁତ?

ଶୁଆ ପକ୍ଷୀର ଚାତୁରୀ (ଦ୍ଵିତୀୟ ଭାଷାନ୍ତର)

ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି ଗଲା ।

                 ରାଜ କୁମାରୀ ଜାଣିଛି ୟେ କେବେ ସାଧାରଣ ଶୁଆ ନୁହେଁ । ୟେ କାହାର କଥାରେ ପଡି ମୋ ପାଖକୁ ଆସି ଅଛି । ତହୁଁ ସେ ଦାସୀକୁ ଡାକି କହିଲେ ତମେ ମାନେ ଅତି ଶୀଘ୍ର ଛୁରୀ ଆଣ । ୟେ ପ୍ରକୃତରେ ଶୁଆ ନୁହେଁ । ମନ୍ତ୍ର ବଳରେ ୟେ ଶୁଆ ହୋଇ ଆସିଛି ।

                 ରାଜ କନ୍ୟା ଛଇଳା ଠାରୁ ଏ କଥା ଶୁଣି ଶୁଆ ତାକୁ ବୁଝାଇ କହିଲା –

                                                ଆଗୋ ରାଜ ଯେମା

                                                ନହୁଅ ବିମନା

                                                ମୋର କଥା ଶୁଣ ବାରେ ।

                                                ଶୁଣିଲେ ଆନନ୍ଦ

                                                ଲାଗିବ ବିନୋଦ

                                                କର କିମ୍ପା ଅବିଚାର ।

                                                ମୃତ୍ୟୁଞ୍ଜୟ ମନ୍ତ୍ର ଜାଣି ଅଛି ମୁହିଁ

                                                ଶିଖିବାକୁ ଯେବେ ମନ ।

                                                ଯେତେ ଚେଷ୍ଟା ବଳେ ଜୀବନ କେନବ

ହୋଇବ ତୁମ୍ଭେ ଅମର ।

 ଶୁଆ ଠାରୁ ଏ କଥା ଶୁଣି ସାରି ରାଜ କୁମାରୀ ଛଇଳା କହିଲା –

ଯଦି କହିଲୁଣି ମନ ମୋହିଲୁଣୀ

                                ବିଶ୍ୱାସ ହୋଇଲା ତୋତେ ।

କହି ଦିଅ ଥରେ ମୃତ୍ୟୁଞ୍ଜୟ ମନ୍ତ୍ର

                                ଆପଶାର ହୋଇ ମୋତେ ।

                 ଶୁଆ କହିଲା – ଏତେ ବେଳକେ ମନକୁ ଆସିଲା – ଛୁରୀ ମଗାଉ ଥିଲ ଶୁଆଟାକୁ ମାରି ଦେବା ଲାଗି, ମୁଁ କାହାର ଖାଏ ନା ଧାରେ । ସଂସାରରେ ମୋର କେହି ଆପଣାର ନୁହଁନ୍ତି କି କେହି ପର ମଧ୍ୟ ନୁହଁନ୍ତି । ହଉ ହେଲା ତମେ ଯଦି ମୃତ୍ୟୁଞ୍ଜୟ ମନ୍ତ୍ର ଜାଣିବାକୁ ଇଚ୍ଛା କରୁଛ ତାହା ହେଲେ ଦାସୀ ମାନଙ୍କୁ ଏଠାରୁ ଦୂରେଇ ଦେବ । କାରଣ ଏକା ଥରକେ ସମସ୍ତେ ଏହି ମନ୍ତ୍ର କଥା ଜାଣି ଯିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ