ଶୁଆ ପକ୍ଷୀର ଚାତୁରୀ

ଶେଷରେ ମାଲୁଣୀ ବିରକ୍ତ ହୋଇ ଯାଇ ରାଜ କୁମାରୀ ଛଇଳାଙ୍କ ନିକଟରେ ଏକଥା ପ୍ରକାଶ କରନ୍ତେ, ରାଜ କୁମାରୀ ଛଇଳା ରାଗରେ ପଂଚମ ହୋଇ ନିଜର ସଖୀ ସହଚରୀ ମାନଙ୍କୁ ସାଙ୍ଗରେ ଧରି ଆସି ଉଦ୍ୟାନରେ ପହଁଚି ଗଲେ ।

ସେମାନଙ୍କୁ ଦେଖିବା ମାତ୍ରେ ବିଜୟ ସେନ୍ ସହଜରେ ରାଜ କୁମାରୀଙ୍କୁ ଚିହ୍ନି ପାରିଲା । କାରଣ ଶୁଆ ରାଜକୁମାରୀଙ୍କ ଗାଲରୁ ମାଂସ ପୁଳାଏ ଉଠାଇ ନେଇ ଥିଲା । ସେ ତହୁଁ ରାଜକୁମାରୀଙ୍କୁ ଦେଖୁ ଦେଖୁ କହିଲେ ମୁଁ ତୁମକୁ ବିବାହ କରିବାକୁ ଆସି ଅଛି ।

ରାଜ କୁମାରଙ୍କ ଠାରୁ ଏକଥା ଶୁଣି ରାଜ କୁମାରୀ କହିଲା – ମୋତେ ବିବାହ କରିବାକୁ ହେଲେ ମୋର ପ୍ରତିଜ୍ଞାତ ପୂରଣ କରିବାକୁ ହେବ । ମୋର ପ୍ରଶ୍ନର ଉତ୍ତର ଯେ ଦେଇ ପାରିବ ମୁଁ ତାଙ୍କୁ ବିବାହ କରିବି ।

ବିଜୟ ସେନ୍ କହିଲେ – ମୁଁ ତୁମ ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁତ ପ୍ରସ୍ତୁତ ହୋଇ ଆସିଛି । ଏହା ପରେ ରାଜ କୁମାରୀ ଯେତେ ପ୍ରଶ୍ନ ପଚାରିଲେ ବିଜୟ ସେନ୍ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ଦେଲେ । ଏଥର ରାଜ କୁମାରୀ ଆବାକ୍ ହୋଇ ବିଜୟ ସେନ୍ଙ୍କ ମୁଖକୁ ଚାହିଁ ରହିଲେ ।

ତା’ପରେ ରାଜ କୁମାରୀ ବିଜୟ ସେନ୍ଙ୍କୁ ରାଜ ଉଆସକୁ ନେଇ ଯାଇ ଉପଯୁକ୍ତ ଆସନ ଦେଇ ବସାଇଲେ ଆଉ ପିତାଙ୍କ ଆଗରେ ସମସ୍ତ କଥା କହିଲେ ।

ରାଜା ଖୁସି ହୋଇ ଯାଇ କହିଲେ – ଏଥର ମୁଁ ତୁମ ସହିତ ମୋର କନ୍ୟାକୁ ବିବାହ ଦେବି । ସେଥି ଲାଗି ଆଗ ଶୁଭ ଦିବସ ସିଦ୍ଧାନ୍ତ କରିବାକୁ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ