ବାରୁଦର ଜନ୍ମ କଥା

ଏହି ଘଟଣାଟି ଅନେକ ବର୍ଷ ତଳର । ସମ୍ଭବତଃ ନବମ ଶତାଦ୍ଦୀର । ଚୀନଦେଶରେ ତାଙ୍ଗ୍ମାଙ୍ଗ୍ ପ୍ରଦେଶରେ ଦଳେ ସୈନିକ କ’ଣ ଗୋଟିଏ କାମରେ ଏଣେତେଣେ ବୁଲୁଥାନ୍ତି । ନିକଟରେ ପାହାଡଟିଏ । ସୈନିକମାନଙ୍କ ଭିତରୁ ଜଣେ ହାଲିଆ ହୋଇ ସେହି ପାହାଡତଳି ଗଛ ଛାଇରେ ବସିଗଲା ।

ସୈନିକଟି ଗଛଛାଇରେ ବସି ଏଣେତେଣେ ଚାହୁଁଚାହୁଁ କିଛି ଦୂରରେ ଦେଖିଲା ହଳଦିଆ ରଙ୍ଗର ମାଟି ଗଦା ହୋଇଛି । ସତେ ଯେପରି ମୂଷାଗାତରୁ ମାଟି ଗାଳିଲା ଭଳି ତାହା ଦେଖାଯାଉଥିଲା । ସେ ସୈନିକଟି ହଳଦିଆ ରଙ୍ଗର ମାଟିକୁ ତ ଆଗରୁ କେବେବି ଦେଖି ନଥିଲା । ସେହି ମାଟି ଏତେ ସୁନ୍ଦର ଦେଖା ଯାଉଥିଲା ଯେ, ଏହାକୁ ରାଜାଙ୍କୁ ଭେଟି ଦେବ ବୋଲି ସେ ଚିନ୍ତାକରି ଏକ ଝୁଡିରେ ଝୁଡିଏ ମାଟି ଆଣି ରାଜାଙ୍କ ପାଖରେ ପହଁଚିଲା ।

ଏହାକୁ ଦେଖି ରାଜା ଅତ୍ୟନ୍ତ ଖୁସି ହେଲେ ସିନା, ମାତ୍ର ମାଟି ଭଳି ଏକ ମୂଲ୍ୟହୀନ ପଦାର୍ଥର ରାଜ ଉଆସରେ କ’ଣ ବା ଲୋଡା? ତହୁଁ ସେ ମାଟିକୁ ବାହାରେ ପଡିଥିବା କୋଇଲାଗୁଣ୍ଡ ପାଖରେ ଢାଳି ଦେବାକୁ କହିଲେ । ଏଥର ବଗିଚାରେ ପଡିଥିବା କୋଇଲା ଗୁଣ୍ଡକୁ ଲାଗି ଏହି ହଳଦିଆ ମାଟିଗୁଣ୍ଡ ବେଶ୍ ସୁନ୍ଦର ଦିଶିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ