ମୁଁ ମଧ୍ୟ ସମୁଦ୍ର ପିଇଯିବି

ଜଣେ ଗୁରୁଙ୍କର ଶିଷ୍ୟ ଦିନେ ତାଙ୍କ ଗୁରୁଙ୍କୁ କହିଲା ଗୁରୁଦେବ ଋଷି ଅଗସ୍ତ୍ୟ ଆପଣଙ୍କଠାରୁ ବହୁତ ବଡ ଯୋଗୀ ଥିଲେ । ଏକଥା ଶୁଣି ସେ ଗୁରୁ ତାଙ୍କ ଶିଷ୍ୟକୁ ଅନାଇ ଟିକେ ହସିଲେ ଓ କହିଲେ ତୁମେ କିପରି ଜାଣିଲ? ତହୁଁ ସେ ଶିଷ୍ୟ କହିଲା, ଗୁରୁଦେବ ଋଷି ଅଗସ୍ତ୍ୟ ତ ସମୁଦ୍ରକୁ ପିଇ ଯାଇଥିଲେ । ଗୁରୁ କହିଲେ, ବୁଝିଲୁ ମୁଁ ମଧ୍ୟ ସମୁଦ୍ରକୁ ପିଇଯିବି । ଶିଷ୍ୟଟି ଏହା ଶୁଣି ସେହିକ୍ଷଣି ଖୁବ୍ ଚକିତ ହେଲା ଓ ସେହି କଥାଟିକୁ ସେ ଶିଷ୍ୟ ଜଣକ ଚାରିଆଡେ ବି ପ୍ରଚାର କରିଦେଲା ।

ଦିନ ବାର ସ୍ଥିର ହେଲା । ଗୁରୁଦେବ ସମୁଦ୍ରକୁ ପିଇ ଯିବେ । ତେଣୁ ବହୁ ସଂଖ୍ୟକ ଜନସାଧାରଣ ସମୁଦ୍ର କୂଳରେ ଯାଇ ଉପସ୍ଥିତ ହେଲେ । ଗୁରୁଦେବ କହିଲେ ଦେଖ ମୁଁ ସମୁଦ୍ରକୁ ପିଇଯିବି, ହେଲେ ତାଆଗରୁ ତୁମ୍ଭେମାନେ ସମୁଦ୍ରରେ ମିଶୁଥିବା ନଦୀମାନଙ୍କର ଜଳକୁ ସମୁଦ୍ରରେ ମିଶିବା ବନ୍ଦ କରିଦିଅ ।


ଗପ ସାରଣୀ

ତାଲିକାଭୁକ୍ତ ଗପ