ପ୍ରଶସ୍ତି

ମହାରାଜା ସଙ୍କର୍ଷଣ ରାୟ ଦିନେ ରାଜସଭାରେ କହିଲେ, “ରାଜାମାନେ ନିଜ ଗୁଣଗାନ ଶୁଣି କାହିଁକି ବହୁତ ମୁଗ୍ଧ ହୋଇଯା’ନ୍ତି, ମୁଁ କାହିଁ ସେକଥା ବୁଝି ପାରୁନାହିଁ । ଯିଏ ମୋର ଯେତେ ଖୋସାମୋଦି କଲେ ବି ମୁଁ ସେଥିରେ ତୁଷ୍ଟ ହେବା ଲୋକ ନୁହେଁ । କେହି ମୋତେ ସେଭଳି ଭାବରେ ଖୁସି କରି ପାରିଲେ ମୁଁ ତାକୁ ହଜାରେ ଟଙ୍କା ପୁରସ୍କାର ଦେବି ।”

                ସେଦିନ ରାଜସଭାରେ ଜଣେ ଆଶୁକବି ଉପସ୍ଥିତ ଥିଲେ । ଯେତେବେଳେ ତାଙ୍କ କବିତା ବୋଲିବା ବେଳ ଆସିଲା, ଆଶୁ କବି ବୋଲିଲେ:

                ବୁଲିଛି ଅନେକ ଦେଶ, ଭେଟିଛି ମୁଁ ଅନେକ ରାଜନ,

                କରି ତାଙ୍କ ଗୁଣଗାନ କରେ ମୁହିଁ ଧନ ଉପାର୍ଜନ

                ଅବଶେଷେ ଭେଟିଲି ମୁଁ ମହାରାଜା ରାୟ ସଙ୍କର୍ଷଣ

                ପ୍ରଶସ୍ତି ସକାଶେ ଯା’ଙ୍କ ତିଳେ ମାତ୍ର ନାହିଁ ଆକର୍ଷଣ!

                ରାଜା ହସି କହିଲେ, “ଠିକ୍, ଠିକ୍!” ତା’ପରେ ସେ ଆଶୁକବିଙ୍କୁ ଶହେଟି ଟଙ୍କା ପୁରସ୍କାର ଦେଲେ । ଆଶୁକବି କହିଲେ “ମହାରାଜ, ମୋର ଗୋପନରେ ଆପଣଙ୍କୁ କିଛି କହିବାର ଅଛି ।” ରାଜା ଗୋପନରେ କଥା କ’ଣ ବୋଲି ପଚାରିଲେ । “ମହାରାଜ, ଆପଣ ମୋତେ ବାକି ନଅଶହ ଟଙ୍କା ଦେଇ ଦିଅନ୍ତୁ ।” “ଆପଣଙ୍କୁ ତ ମୁଁ ନିର୍ମଳ ପ୍ରଶସ୍ତି ଶୁଣାଇଲି । ଆପଣ ଯେ ଖୁସି ହେଲେ, ତାହା ବି ପ୍ରମାଣିତ । ସମସ୍ତଙ୍କ ଆଗରେ ମୁଁ ଆପଣଙ୍କୁ ଧରା ପକାଇବାକୁ ଚାହିଁଲି ନାହିଁ ।”

                ରାଜା ବୁଝିଲେ ଓ ଆଶୁକବିଙ୍କ ଦାବୀ ପୁରଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ