ତୋ ବାବା ମୁଁ

 ଏ କଥା ଶୁଣି ରାଜା କ୍ରୋଧରେ ପ୍ରଳୟ ହୋଇ ଅଗ୍ନି ପରି ଜଳି ଉଠି ସଙ୍ଗେ ସଙ୍ଗେ ଗୋପାଳ ଭାଣ୍ଡକୁ ଡାକି ପଚାରିଲେ – ଗୋପାଳ ତୁମେ ମୋ ପୁଅକୁ କ’ଣ କହିଲ । ଗୋପାଳ ରାଜାଙ୍କ ରାଗ ଦେଖି ଟିକିଏ ନମ୍ରତା ସ୍ୱରରେ କହିଲା – ନା ଆଜ୍ଞା । ମୁଁ ଯୁବରାଜଙ୍କୁ କୌଣସି ଖରାପ କଥା କହିନି । ସେ ଯାହା ପଚାରିଲେ ମୁଁ ତହିଁରେ ଯର୍ଥାଥ ଉତ୍ତର ଦେଇଛି । ଗୋପାଳ ପାଟିରୁ କଥା ସରିନି, ରାଣୀ ରାଗରେ ଜର୍ଜରିତ ହୋଇ କହିଲେ – ମୋ ପୁଅର ବାପ ତୁ? ଏଇଟା ଯର୍ଥାଥ ଉତ୍ତର ନୁହେଁ ।

ରାଣୀ ଏହା କହିବା ମାତ୍ରେ ଗୋପାଳ ଜିଭଟାକୁ କାମୁଡି ପକାଇ କହିଲା – ରାଣୀ ମା! ଆପଣ ରାଜ ରାଣୀ, ମୁଁ ଆପଣଙ୍କର ଚାକର କୁକୁର । ଆପଣଙ୍କର ଦାନା ଖାଇ ମୋର ଏ ପିଣ୍ଡ ବଢିଛି । ମୁଁ କ’ଣ ଆପଣଙ୍କୁ ଏତେ ବଡ କଥାଟେ କହି ପାରେ । ରାଣୀ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ତେବେ ମୋ ପୁଅ କ’ଣ ମିଛ କହୁଛି? ସେ ତ କଦାପି ମିଛ କହିବନି । ଏ କଥା ଶୁଣି ଗୋପାଳ କ’ଣ ଟିକେ ଭାବି ନେଇ ହାତ ଯୋଡି କହିଲା – ମହାରାଜ! ଯେବେ ମୁଁ ଏତେ ବଡ କଥାଟେ ଯୁବରାଜଙ୍କୁ କହି ଥିବି, ତେବେ ଯୁବରାଜଙ୍କୁ ପଚାରନ୍ତୁ । ସେ ମୋତେ କ’ଣ ପଚାରିଲେ ଓ ମୁଁ ତାଙ୍କୁ କ’ଣ କହିଲି । ଏଥିରେ ମୋର ଦୋଷ ହେଲେ ମୁଁ ନିଶ୍ଚିନ୍ତ ଦଣ୍ଡ ପାଇବି । ଗୋପାଳର କଥା ଶୁଣି ରାଜା ଯୁବରାଜଙ୍କୁ ଡାକି ପଚାରିଲେ – ସତ କହ ଗୋପାଳ ତୋତେ କ’ଣ କହିଛି?

ଯୁବରାଜ କହିଲେ ମନ୍ତ୍ରୀଙ୍କ ପୁଅ ଓ ମୁଁ ଦୁହେଁ ଯାକ ଯାଉ ଥିବା ବେଳେ ଗୋପାଳକୁ ଦେଖି ମୁଁ ପଚାରିଲି ଗୋପାଳ ତୁମେ କୁଆଡେ ଯାଇ ଥିଲ? ସେ ଉତ୍ତର ଦେଲା – ବୁଲିବାକୁ ଯାଇ ଥିଲି, ମୁଁ ପୁଣି ପଚାରିଲି – ତୁମେ ଏକା ଯାଇଥିଲ ନା ଆଉ କିଏ ତୁମ ସାଙ୍ଗରେ ଯାଇ ଥିଲା? ସେ ମନ୍ତ୍ରୀଙ୍କ ପୁଅକୁ ଲକ୍ଷ୍ୟ କରି କହିଲା, ୟାଙ୍କ ବାବା ଓ ତୁମ ବାବା ମୁଁ । ଯୁବରାଜଙ୍କ କଥା ଶୁଣି ରାଜା ଗୋପାଳ ଭାଣ୍ଡକୁ ପଚାରିଲେ – ଗୋପାଳ ତୁମେ ଏହା କହିଛ । ଗୋପାଳ କହିଲା – ହଁ ଆଜ୍ଞା । ଏହା ଛଡା ମୁଁ ଅନ୍ୟ କିଛି କହିନି । ମୋତେ ପଚାରିବା ମାତ୍ରେ ମୁଁ ସତ କଥା କହିଛି । ୟାଙ୍କ ବାବା ଓ ତୁମ ବାବା ଆଉ ମୁଁ ଏହି ତିନି ଜଣ ବୁଲିବାକୁ ଆସି ଥିଲୁ । ଏଥିରେ ମୋର ଦୋଷ ହେଲା କ’ଣ ।

ଏ କଥା ଶୁଣି ରାଜା ରାଣୀଙ୍କର ମୁହଁ ଚାହିଁ ହସି ହସି କହିଲେ – ବୁଝିଲ ରାଣୀ! କଥାଟିର ପ୍ରକୃତ ଅର୍ଥ ବୁଝି ନପାରି ତୁମେ ଯେ ରାଗର ସୀମା ଡେଇଁ ଯାଇ ଥିଲ । ଏଥିରେ ଭୁଲ୍ ହେଲା କାହାର କୁହତ? ରାଜାଙ୍କର କଥା ଶୁଣି ରାଣୀ ଲଜ୍ଜ୍ୟାରେ ମୁହଁ ତଳକୁ କରି ଚାଲି ଗଲେ । ରାଜା ଗୋପାଳକୁ ବୁଝାଇ କିଛି ଟଙ୍କା ପଇସା ଦେଇ ବିଦା କରି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ