ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ

ସେତେବେଳେ ରୁଜ୍ଭେଲ୍ଟ ଆମେରିକାର ରାଷ୍ଟ୍ରପତି ଥାଆନ୍ତି । ଦିନେ ଜଣେ ରାଷ୍ଟ୍ରଦୂତ ତାଙ୍କୁ ଭେଟିଲେ । ସେ ତ ରାଷ୍ଟ୍ରପତିଙ୍କର ଅସାଧାରଣ ପ୍ରତିଭା ବିଷୟରେ ଆଗରୁ ଜାଣିଥିଲେ ଓ ତାଙ୍କ ପ୍ରତି ପ୍ରଭାବିତ ମଧ୍ୟ ହୋଇଥିଲେ । ସୁତରାଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବା ଅବସରରେ ସେ ଏକ ପ୍ରଶ୍ନ ପଚାରିବା ପାଇଁ ଇଚ୍ଛା ପ୍ରକଟ କଲେ ।

                ଏବେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ପାଇବା ପରେ ସେ ରାଷ୍ଟ୍ରଦୂତ ପଚାରିଲେ, “ଜୀବନରେ ସଫଳତା ପାଇବାକୁ ହେଲେ ଅସାଧାରଣ ଯୋଗ୍ୟତା ଲୋଡା କି? ଆପଣ କେଉଁ ଅସାଧାରଣ ଯୋଗ୍ୟତା ବଳରେ ରାଷ୍ଟ୍ରପତି ଆସନରେ ପହଁଚି ପାରିଛନ୍ତି?”

                ତାଙ୍କ କଥା ଶୁଣି ରାଷ୍ଟ୍ରପତି ରୁଜ୍ଭଲ୍ଟ କହିଲେ, “ମୋ’ ବିଚାରରେ ଜୀବନରେ ସଫଳତା ଲାଭ ପାଇଁ ଦୁଇଟି କଥା ଲୋଡା । ପ୍ରଥମଟି – ଯେକୌଣସି ବ୍ୟକ୍ତି ନିଜର ପ୍ରତିଭା ଓ କୌଶଳ ବଳରେ କଠିନତମ ସମସ୍ୟାମାନ ସମାଧାନ କରିବାକୁ ଚେଷ୍ଟା କରିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ