ପକ୍ଷ ଅପସରା

ରାତି ପାହିଲେ ରୂପାଲି ପରୀକ୍ଷା ଦେବାକୁ ଯିବ । ତା ବାପା ତା ସାଙ୍ଗରେ ବି ଯିବେ । ସେମାନେ ତ ବହୁତ ବାଟ ଚାଲି ଚାଲି ଯିବେ । ସେ ଅପ୍ସରା ରୂପାଲିର ଏପ୍ରକାର ଅସୁବିଧାକୁ ଠିକ୍ ଜାଣିପାରିଲେ । ରାତି ପାହିଲା ବେଳକୁ ସେ ଅପ୍ସରା ଜଣେ ରିକ୍ସାବାଲା ହୋଇ ରିକ୍ସା ଧରି ରୂପାଲି ଦାଣ୍ଡରେ ଆସି ପହଁଚିଲେ । ପଚାରିବାରୁ ରିକ୍ସାବାଲା କହିଲେ, ମୁଁ ତୁମ ଦୁଇଜଣଙ୍କୁ ପରୀକ୍ଷା ସେଂଟରକୁ ନେବା ପାଇଁ ହିଁ ଆସିଛି । ମୋତେ ରୂପାଲି ସ୍କୁଲର ଜଣେ ସାର୍ ଏଠାକୁ ପଠାଇଛନ୍ତି । କାରଣ ଏବେ ତୁମେ ବହୁତ ଅସୁବିଧାରେ ପଡିଛ । କେମିତି ଏତେ ବାଟ ଯିବ । ଏହା ଶୁଣି ବାପ ଝିଅ ଦୁହେଁ ରିକ୍ସାରେ ବସି ସେଂଟରକୁ ଗଲେ । ପରୀକ୍ଷା ହଲ୍ ଭିତରେ ରୂପାଲି ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ କରୁଥାଏ । ଠିକ୍ ସେହିପରି ଭାବରେ ମଧ୍ୟ ସବୁଦିନେ ସେ ରିକ୍ସାବାଲା ରୂପାଲି ଓ ତା ବାପାଙ୍କୁ ନେବା ଆଣିବା କରେ । ସମୟାନୁକ୍ରମେ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ ମାସରେ ବାହାରିଲା । ତାହା ତ ରଜ ସମୟ । ତାର ସେହି ପଂଚସଖା ସାଙ୍ଗ ଫେଲ ହୋଇଯାଇ ଥାଆନ୍ତି । ଆଉ ସେ ରୂପାଲି ଓଡିଶା ଭିତରେ ଦ୍ୱିତୀୟ ସ୍ଥାନ ଅଧିକାର କରି ମନ୍ତ୍ରୀ ମହଲରୁ ପୁରସ୍କୃତ ହେଲା । ରେଡିଓ, ଟି.ଭିରେ ବି ତାର ସାକ୍ଷାତକାର ନିଆଗଲା । ହେଲେ ତାର ସାଙ୍ଗମାନେ ଅତି ମନଦୁଃଖ କରୁ ଥାଆନ୍ତି । ଏମିତିକି ସେମାନେ ନିଜକୁ ବି ଧିକ୍କାର କରୁଥାଆନ୍ତି ।

ରୂପାଲି ଦିନେ ତା ସାଙ୍ଗମାନଙ୍କ ଘର ଆଡକୁ ବୁଲିଯାଇଥାଏ । ଜଣେ ସାଙ୍ଗର ଗୋଡଟି ମୋଡି ହୋଇ ଯିବାରୁ ସେ ଶଯ୍ୟାଶାୟୀ ହୋଇ ପଡିଥାଏ । ଯନ୍ତ୍ରଣାରେ ସେ ଖାଲି ଛଟପଟ ହେଉଥାଏ । ଏପଟେ ତା’ର ଅନ୍ୟ ସାଙ୍ଗମାନେ ତାର ଯନ୍ତ୍ରଣା ଦେଖୁଥାଆନ୍ତି, ହେଲେ କେହିବି କହୁନଥାନ୍ତି ତାକୁ ଡାକ୍ତରଖାନା ନେବା ପାଇଁ । ରୂପାଲି ତ ସବୁବେଳେ ଦୁଇଟି ଯାକ ସୁନା ଓ ରୂପା ଫଳକୁ ତା ଫ୍ରକ୍ ନିକଟରେ ରଖିଥାଏ । ହଠାତ୍ ତାକୁ କଂସାଏ ପାଣିରେ ଧୋଇ ରୂପାଲି ତା ପୀଡିତା ସାଙ୍ଗକୁ ପିଇବାକୁ ଦେଲା । ତାପରେ ରୂପାଲି ତା ଘରକୁ ଚାଲିଆସିଲା । ସେ ପୀଡିତା ସାଙ୍ଗଟି ରୂପାଲିର ସେହି ପଂଚସଖା ଭିତରୁ ଜଣେ ତାର ନାମ ଜୁଳିଆ । ଜୁଳିଆର ବାପା ସେ ଗାଁର ଜଣେ ନାମଜାଦା ମୁଖିଆ ଅଟନ୍ତି । ସେ ତ ବହୁତ ଧନୀ ଲୋକ । ତାଙ୍କ ଝିଅ ହଠାତ୍ ଭଲ ହୋଇଯିବାରୁ ସେ ରୂପାଲିକୁ ଡକାଇଲେ । ତାକୁ କହିଲେ, ମୁଁ ଯେତେବେଳେ ଘରେ ନଥିଲି, ତୋ ଔଷଧରେ ମୋ ଝିଅ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ହୋଇଯାଇଛି । ତୁ କେତେ ଭଲ ଝିଅ । ମୋ ଝିଅର ଖରାପ ଗୁଣ ହେତୁ ସେ ଆଜି ମାଟ୍ରିକ୍ ଖଣ୍ଡକ ବି ପାସ୍ କରିପାରିଲା ନାହିଁ । ତୁ ବଡ କଲେଜରେ ପାଠ ପଢିଲୁ । କେତେ ସୁନାମ ଅର୍ଜ୍ଜନ କରିପାରୁଛୁ । ସମସ୍ତେ ତୋର ସହିଷ୍ଣୁତା ଓ ଭଲଗୁଣ ଯୋଗୁଁ ତୋତେ ବି ଅତି ମାତ୍ରାରେ ଭଲ ପାଉଛନ୍ତି । ଏବେ ମୁଁ ତୋତେ କ’ଣ ଦେବି କହ । ଏପରି କଥା ଶୁଣି ରୂପାଲି ଟିକେ ହସିଦେଇ କହିଲା, ମୋର କିଛି ବି ଦରକାର ନାହିଁ । ଜୁଳିଆ ଭଲ ହୋଇଗଲା, ଏହା ମୋତେ ଅତି ଖୁସି ଲାଗିଲା । ମୁଁ କାହାଠୁଁ ବି ଟଙ୍କାଟିଏ ନିଏ ନାହିଁ । ନହିଲେ କୌଣସି ରୋଗ ବି ଭଲ ହେବନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ