ପକ୍ଷ ଅପସରା

                ଅପ୍ସରା ରୂପାଲିକୁ କହିଲେ, ମୁଁ ଚଢେଇ ରୂପରେ ଏହି ଖୋଲ ଭିତରେ ସର୍ବଦା ରହିଥାଏ । ତୁ ମୋତେ ଏଇଠି ହିଁ ଦେଖିପାରିବୁ । ମନଦେଇ ପଢିବୁ । ଯେମିତି ଓଡିଶା ଭିତରେ ତୁ ପ୍ରଥମ ସ୍ଥାନ ଅଧିକାର କରିବୁ । ଏଥର ତୁ ତୋ ଘରକୁ ଯାଆ । ଏହି ଫଳ ଦୁଇଟିକୁ ତୁ ଲୋକଙ୍କ ସେବାରେ ହିଁ ଲଗାଇବୁ ତୋତେ ମୋର ଏତିକି ଅନୁରୋଧ ରହିଲା । ତୋର ପରୀକ୍ଷାରେ ନିଶ୍ଚୟ ଭଲ ହେବ । ତୋ ପାଇଁ ମୁଁ ଈଶ୍ୱରଙ୍କୁ ଆରଧାନା କରିବି । ହେଲେ ତୁ କିନ୍ତୁ ମନ ଦେଇ ଦିନରାତି ପଢୁଥିବୁ । ତାହେଲେ ଯାଇ ତୁ ନିଶ୍ଚୟ କୃତକାର୍ଯ୍ୟ ହେବୁ । ଏତିକି କହି ରୂପାଲିକୁ ବିଦାୟ ଦେଲା ସେ ଅପ୍ସରା, ଯିବା ଆଗରୁ ପୁଣି ସେ ଅପ୍ସରା ଟିକେ ହସିଦେଇ କହିଲା –

“ତୁ’ ତ ମଣିଷ ମୁଁ ଅପ୍ସରା

ତୋ ଭଲ ଗୁଣରେ ହେଲି ଆତୁରା

ସେଥିପାଇଁ ତୋତେ ପାଇଲି ଭଲ,

ତୋ ପଢା ସାଥିଏ ବଡ ଚଗଲ ।

ତୁ ହୋଇବୁ ଦିନେ ବଡ ମଣିଷ

ତୋର ସାଥୀ ସାଜି ଦିଏ ଆଶିଷ ।”

ରୂପାଲି ସେ ଅପ୍ସରାଙ୍କ ଠାରୁ ବିଦାୟ ନେଇ ତା ଘରେ ଯାଇ ପହଁଚିଲା । ବାପା ତାର ଡେରି ହେତୁ ରୂପାଲି ଉପରେ ଟିକେ ବିଗିଡିଗଲେ । ବାପାଙ୍କର ରାଗକୁ ସମ୍ଭାଳି ନେଇ ନୀରବ ହୋଇଗଲା ସେ ରୂପାଲି । ସେତେବେଳେ ତାଙ୍କ ସାହିର ଦାମ ଅଜାଙ୍କର ଅତିଶୟ ଯନ୍ତ୍ରଣା ପୂର୍ଣ୍ଣ ରୋଗ ହୋଇଥାଏ । ତେଣୁ ସେ ସବୁବେଳେ ଖାଲି ଛଟପଟ ହୁଅନ୍ତି । ଠାକୁରଙ୍କୁ ଡାକନ୍ତି । ମୋତେ ତୁ ନେଇଯାଆରେ ପ୍ରଭୁ, ଆଉ ଏମିତି ରଖନା ବୋଲି ବି ସେ କହନ୍ତି । ରୂପାଲିକୁ ସେ ଦାମଅଜା ବି ଅତ୍ୟନ୍ତ ଭଲ ପାଆନ୍ତି । ଦୁଇଟିଯାକ ସୁନାଫଳ ଓ ରୂପାଫଳକୁ କଂସାଏ ପାଣିରେ ଧୋଇ ରୂପାଲି ଦାମ ଅଜାଙ୍କୁ ପିଇବା ପାଇଁ ଦେଇଦେଲା । ତାପରେ ଦାମ ଅଜା ଦିନ ସାରା କେବଳ ସେହି ପାଣିକୁ ହିଁ ପିଇଲେ । ତା’ ପରଦିନଠୁଁ ଦାମ ଅଜାଙ୍କ ରୋଗ କୁଆଡେ ଚାଲିଗଲା । ଏଣିକି ସେ ଖୁସିରେ ବାଟରେ ଚାଲିଲେ । ତହୁଁ ସେ ଦାମ ଅଜା ରୂପାଲିକୁ ଅତି ସ୍ନେହରେ କହିଲେ, ତୁ ମୋର ଏହି ଅସାଧ୍ୟ ଯନ୍ତ୍ରଣାକୁ ଭଲ କରିଦେଲୁ, ଏଥର ମୁଁ ତୋତେ କ’ଣ ଦେବି କହ । ଏହା ଶୁଣି ରୂପାଲି କହିଲା – ଟଙ୍କା ନେଲେ ମୋର ଏହି କାମ ଆଦୌ କାଟୁ କରିବ ନାହିଁ । ଏହିପରି ଭାବରେ ବହୁରୋଗ ସେ ରୂପାଲି ଭଲ କରିପାରିଲା । ଏଣୁ ସମସ୍ତେ ବି ତାକୁ ଭଲ ପାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ