ସିଂହର ଛୁଆ

ଦିନେ ଜଙ୍ଗଲରେ ସବୁ ଜୀବଜନ୍ତୁମାନଙ୍କର ଏକ ସଭା ହେଲା । ଆଉ ସେ ସଭାରେ ସମସ୍ତେ କାହାର କେତୋଟି ପିଲା ସେ ବିଷୟରେ କଥାବାର୍ତ୍ତା ହେଲେ । କିଏ କହିଲା ମୋର ଦୁଇଟି ପିଲା, ତ ଆଉ କିଏ କହିଲା ମୋର ଚାରୋଟି ପିଲା । ଶେଷରେ ଘୁଷୁରି କହିଲା, “ମୋର ବାରଟା ପିଲା” ।

                ଏହି ସମୟରେ ସିଂହ ଆସି ପହଁଚିଗଲା । ଏହା ଶୁଣି ସେ କହିଲା, “ମୋର ତ ଗୋଟିଏ ମାତ୍ର ପିଲା; କିନ୍ତୁ ସେ ସବୁଠାରୁ ବଳୁଆ ଓ ସବୁଠାରୁ ଚାଲାକ୍ ।”

ସଂଖ୍ୟା ବଢାଇଲେ କିଛି ବି ଲାଭ ହୁଏ ନାହିଁ; କେବଳ ବୁଦ୍ଧି ଓ ବଳ ଥିବା ପିଲା ହିଁ ଭଲ ମଣିଷ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ