ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?

ମୃତ୍ୟୁ ବି ସେତେବେଳକୁ ଅତି ଦୁର୍ବଳ ହୋଇ ପଡିଥାଏ । ତେଣୁ ଦେବରାଜଙ୍କୁ ଦେଖି ସେ ମୃତ୍ୟୁ କହିଲା, ‘ପ୍ରଭୁ, ସୃଷ୍ଟି ରକ୍ଷା ପାଇଁ ମୋତେ ଯାହା କହିବେ, ମୁଁ ତାହା କରିବି । କିନ୍ତୁ ଆଉ କାହାକୁ ମାରିବା ପାଇଁ ମୋତେ ଆଦେଶ ଦିଅନ୍ତୁ ନାହିଁ ।’

ଏପରି ଏକ କଥା ଶୁଣି ଦେବରାଜ ହସି ହସି କହିଲେ, ‘ଧୈର୍ଯ୍ୟ ହରାଅ ନାହିଁ । ସୃଷ୍ଟି ରକ୍ଷା କରିବା ପାଇଁ ସମସ୍ତଙ୍କୁ କିଛି ନା କିଛି କରିବାକୁ ହେବ ।’ ମୃତ୍ୟୁ ଏଥିରୁ କିଛି ବି ବୁଝିପାରିଲା ନାହିଁ । ତହୁଁ ସେ ଦେବରାଜ କହିଲେ, ‘ତୋର କର୍ତ୍ତବ୍ୟ ଅନ୍ୟମାନଙ୍କୁ ମାରି ଦେବା । ତୋର ଏଥିରେ ଅସୁବିଧା କ’ଣ?’

ଦେବରାଜଙ୍କ କଥା ଶୁଣି ମୃତ୍ୟୁ ଟିକିଏ ଚିନ୍ତାକରି କହିଲା, ‘ପ୍ରଭୁ, ମୋତେ ଅନ୍ୟମାନେ ଦେଖିପାରୁଛନ୍ତି ବୋଲି ମୁଁ ଆଜି ଏମିତି ହଇରାଣ ହେଲି । ତେଣୁ ମୋତେ ଏମିତି ଏକ ବର ଦିଅନ୍ତୁ, ଯେମିତିକି ମୁଁ ସମସ୍ତଙ୍କୁ ଦେଖି ପାରିବି, ମାତ୍ର ମୋତେ କିନ୍ତୁ କେହି ବି ଦେଖିପାରିବେ ନାହିଁ ।’ ଦେବରାଜ ମୃତ୍ୟୁକୁ ସେଇ ବର ଦେଲେ ।

ସେଇ ଦିନଠାରୁ ମୃତ୍ୟୁ ସମସ୍ତଙ୍କୁ ଦେଖିପାରେ; ସମସ୍ତଙ୍କ ଗତିବିଧି ମଧ୍ୟ ଜାଣିପାରେ; କିନ୍ତୁ ମୃତ୍ୟୁକୁ କେହି ବି ଦେଖିପାରନ୍ତି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ