ଯୁଧିଷ୍ଠିରଙ୍କ ଅତିଥି ସେବା

                ସବୁ ଶୁଣି ବାଲ୍ମୀକ  କହିଲେ, ‘ମହାରାଜ ! ସବୁ ତ ସେହି ପରମେଶ୍ୱରଙ୍କ ଇଚ୍ଛା । ଆଜିର ଯଜ୍ଞ ଯାହାଙ୍କ ଉଦ୍ଧେଶ୍ୟରେ, ସେ ସନ୍ତୁଷ୍ଟ ହେଲେ, ସବୁ କାର୍ଯ୍ୟର ସଫଳତା ମିଳିଥାଏ । ହେଲେ ଆପଣ ହସ୍ତୀନାପୁରର ମହାରାଜ । ଯୁଦ୍ଧରେ ବିଜୟୀ ହେବାପରେ ଆପଣମାନେ ଗର୍ବରେ ଉତ୍ଫୁଲ୍ଲିତ । ମାତ୍ର ଯଜ୍ଞର ଆରମ୍ଭରୁ ତା’ର କର୍ତ୍ତାଙ୍କୁ ଯଥାର୍ଥ ସେବାର୍ଚ୍ଚନା କରି ନାହାଁନ୍ତି । ମୁଁ ତ ତାଙ୍କର ନିମିତ୍ତ ମାତ୍ର ସେବକ । ତେଣୁ ଆପଣମାନେ ମନରୁ ସେହି ରାଜକୀୟ ଅହଂଭାବକୁ ତ୍ୟାଗ କରି ସେହି ପରମ ପ୍ରଭୁଙ୍କୁ ହୃଦୟ ଖୋଲି ସବୁ କିଛି ଅର୍ପଣ କରି ଦିଅନ୍ତୁ । ଦେଖିବେ ସବୁ କାର୍ଯ୍ୟରେ ଆପଣ ସଫଳତା ନିଶ୍ଚୟ ପାଇ ପାରିବେ ।’ ଏହା ଶୁଣି ରାଜା ଯୁଧିଷ୍ଠିର କହିଲେ, ‘ତାଙ୍କରି ଇଚ୍ଛା ପୂର୍ଣ୍ଣ ହେଉ କହି ଭକ୍ତ ମୋଚି ବାଲ୍ମୀକଙ୍କ ପାଦତଳେ ପଡି ତାଙ୍କୁ ପ୍ରଣାମ କଲେ । ଠିକ୍ ଏତିକି ବେଳେ ଭୀମସେନଙ୍କ ପୌଣ୍ଡ୍ର ଶଙ୍ଖର ବଜ୍ରଗମ୍ଭୀର ଧ୍ୱନି ଶୁଣାଗଲା । ଅଶ୍ରୁଳ ନୟନରେ ପ୍ରଣାମ କରି ଉଠିଲା ବେଳକୁ ମହାରାଜ ଯୁଧିଷ୍ଠିର ଦେଖୁଥିଲେ ସଖା କୃଷ୍ଣ ସମ୍ମୁଖରେ ଦଣ୍ଡାୟମାନ । ଆଉ ମୁଖରେ ତାଙ୍କର ସେହି ମାୟାବୀ ହସର ଜୁଆର ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଉପର ଲିଖିତ ଗପଟି ମିଥ୍ୟା ଏବଂ କାଳ୍ପନିକ କିନ୍ତୁ ଆମକୁ ପଢି ପିଢ଼ି ଧରି ଏହି ପରି ଗପ ଶୁଣେଇ କିଛି ଗୋଷ୍ଠୀ ବିଶେଷ ଆମକୁ ମୁର୍ଖତା ଏବଂ ଅନ୍ଧ ବିଶ୍ୱାସର ଶିକାର କରେଇ ଆସୁଛନ୍ତି ତେଣୁ ଏପରି ଗପଠାରୁ ସାବଧାନ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ  ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ ।

ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ  ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ ।  ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ ।  ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ