ଯେସାକୁ ତେସା

         ଘରକୁ ଫେରୁଥିବା ସମୟରେ ବାଟରେ ସେ ବିରବଲଙ୍କୁ ଦେଖିଲେ । ବିରବଲ ତାଙ୍କୁ ଦୁଃଖର କାରଣ ପଚାରିବାରୁ ସେ ତାଙ୍କ ନିକଟରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ରବି ଦାସ୍ ଙ୍କ ଠାରୁ ସବୁକଥା ଶୁଣିବା ପରେ ବିରବଲ ତାଙ୍କୁ ଏକ ଉପାୟ ବତାଇ ଦେଲେ । ବିରବଲ ତାଙ୍କୁ ନିଜ ପାଖରେ ଥିବା ପାଂଚଟି ସ୍ୱର୍ଣ୍ଣମୁଦ୍ରା ଦେଲେ, ଏବଂ କହିଲେ ତୁମେ ଏହି ମୁଦ୍ରାକୁ ନିଅ ଏବଂ ଏକ ରାତ୍ରୀ ଭୋଜନର ଆୟୋଜନ କର । ଏହାପରେ ସେହି ଧନୀ ବ୍ୟକ୍ତିଙ୍କୁ ତୁମ ଘରକୁ ନିମନ୍ତ୍ରଣ କରିବ ।”

         ବିରବଲଙ୍କ କଥା ଶୁଣିବା ପରେ ରବି ଦାସ୍ ତାଙ୍କର ବାଲ୍ୟକାଳର ବନ୍ଧୁ ମାୟା ଦାସ୍ ଙ୍କ ଘରକୁ ଯାଇ ତାଙ୍କର ଉପାୟ ସଂପର୍କରେ କହିଲେ । ରବି ଦାସ୍ ଙ୍କ କହିବା  ଅନୁଯାୟୀ ମାୟା ଦାସ୍ ଖାଦ୍ୟ ପଦାର୍ଥର ପୁରା ବନ୍ଦୋବସ୍ତ କରିଦେଲେ । ଏହାପରେ ରବି ଦାସ୍ ଧନୀବ୍ୟକ୍ତିଙ୍କ ପାଖରେ ଯାଇ ପହଁଚି କହିଲେ, “ମହାଶୟ! ଆପଣ ଏ ସହରର ଜଣେ ମାନ୍ୟ ଗଣ୍ୟ ବ୍ୟକ୍ତି ହୋଇଥିବାରୁ ଆପଣ ମୋ ଘରେ ଥରେ ପଦାର୍ପଣ କରନ୍ତୁ । ମୁଁ ଆଜି ରାତିରେ ଏକ ଭୋଜିର ଆୟୋଜନ କରୁଛି । ମୁଁ ଆପଣଙ୍କୁ ସୁନା ଥାଳୀରେ ଖାଇବାକୁ ଦେବି ଏବଂ ଖାଇବା ପରେ ଆପଣଙ୍କୁ ସେହି ଥାଳୀଟି ଦେଇଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ