ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନଟବୁଢା ବଗିଚାରେ କିଏ?

ନଟ ବୁଢାର ବଗିଚାଟା ଥାଏ ଗ୍ରାମର ପୂର୍ବ ଦିଗରେ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ସେହି ବଗିଚାରେ ତାର ରଶ୍ମି ବିଛାଇ ଦିଏ କିନ୍ତୁ ଯୂର୍ଯ୍ୟ ରଶ୍ମି ବୃକ୍ଷ ଭେଦ କରି ବଗିଚା ମଧ୍ୟରେ ପ୍ରବେଶ କରି ପାରେ ନାହିଁ । ତେଣୁ ସେହି ବଗିଚା ଭିତରେ ସବୁ ବେଳେ ଅନ୍ଧାର ଦେଖା ଯାଏ । ଗ୍ରାମର କେହି ଛୁଆଟିଏ ଅଝଟ ହେଲେ ତାଙ୍କ ମାଆମାନେ ନଟ ବୁଢା ବଗିଚା ଆଡେ ହାତ ଦେଖାଇ ନିଜ ଛୁଆକୁ ଡରାଇ ଦିଅନ୍ତି । ଛୁଆଟାକୁ ଏପରି ବାରମ୍ବାର ଡରାଇବା ଦ୍ୱାରା ସେ ମଧ୍ୟ ଡରି ଯାଏ । ସେ ଆଡକୁ ସାମାନ୍ୟ ଆଖି ପଡି ଗଲେ ଆପେ ଆପେ ଭୟରେ ତା ଆଖି ନଇଁ ଯାଏ । ସେ ଯେତେ ଶୀଘ୍ର ସେ ଆଡୁ ଆଖି ଫେରାଇ ଆଣେ । ଗାଈ ଜଗୁଆଳ ପିଲା ମଧ୍ୟ ସେ ବାଟେ ଗାଈ ନେବାକୁ ଭୟ କରନ୍ତି । କେତେବେଳେ କେମିତି ଯଦି କାହା ଗାଈ ସେ ବଗିଚା ଆଡେ ଚାଲି ଯାଏ ତାକୁ ଆଣିବାକୁ ସେଦିନ କେହି ମଧ୍ୟ ଯାଆନ୍ତିନି । ତା ପର ଦିନ ସେ ପେଟେ ଘାସ ଖାଇ ଫେରି ଆସିଲେ ତାକୁ ଧୂଆ ଧୋଇ କରି ମନ୍ତୁରା ଲୁଣ ଖାଇବାକୁ ଦେଇ ଗୁହାଳକୁ ନିଅନ୍ତି ।

                ଏତେ ଡର ଗ୍ରାମବାସୀଙ୍କର ସେ ବଗିଚା ପ୍ରତି । ପବନା କିନ୍ତୁ ମୋଟେ ଛାଡିବା ପିଲା ନୁହେଁ । ଦିନେ କାହା କଥା ନ ମାନି ସେ ସେହି ନଟ ବୁଢାର ବଗିଚାରେ ପ୍ରବେଶ କଲା । ସେ ଦେଖିଲା ତା ଭିତରେ ଚାରି ଆଡେ ଖାଲି କଂଟା ବୁଦା ଜଙ୍ଗଲ, ଆମ୍ବ ପଣସ, ପିଜୁଳି ମହକରେ ବାସୁଛି । ତାର ମହକ ପାଇ ଅନେକ ପଶୁ ପକ୍ଷୀ ସେହି ଜଙ୍ଗଲରେ ଅଛନ୍ତି । ପବନା କିନ୍ତୁ ମୋଟେ ଛାଡିବା ପିଲା ନୁହେଁ । ହାତରେ ଧରି ଥିବା ଟାଙ୍ଗିଆରେ କଂଟା ଝଟା କାଟି କିଛି ବାଟ ତା ଭିତରକୁ ସେ ପବନା ଯିବା ପାଇଁ ରାସ୍ତା ତିଆରି କଲା । ସନ୍ଧ୍ୟା ହୋଇ ଆସିବାରୁ କିଛି ପାଚିଲା ଫଳ ଧରି ସେ ଗାଁକୁ ଫେରିଲା । ଗାଁରେ ତାକୁ ଦେଖି କେମିତି ଅଚିହ୍ନା ଅଚିହ୍ନା ପରି ସମସ୍ତେ ଚାହିଁଲେ । ପବନାକୁ ଭୂତ ଭାବି ସମସ୍ତେ କବାଟ କଂଟା ଦେଇ ଦେଲେ ଆଉ କେହି ଦାଣ୍ଡକୁ ଆସିଲେନି । ପବନାଙ୍କୁ ସେମାନଙ୍କ କଥା କିଛି ଭଲ ଲାଗିଲା ନାହିଁ । ସେମାନଙ୍କ ବାର୍ତ୍ତା ଶୁଣି ପବନାକୁ ମଧ୍ୟ ଆହୁରି ଖରାପ୍ ଲାଗିଲା । ଗାଁ ଲୋକ ସିଧା ସଳଖ ତାକୁ ଗୋଟେ ଆତ୍ମା ବୋଲି ଭାବୁ ଥିଲେ । କାରଣ ତା’ର ଛଅଟା ଆଙ୍ଗୁଠି ଗୋଡ ସରୁ ତାର ଏହି ଅଜବ ରୂପକୁ ବର୍ଣ୍ଣନା କରି ଚାରି ଆଡେ ଗପ ଚାଲୁଥିଲା । ଅଜବ କଥା ଅନ୍ଧବିଶ୍ୱାସକୁ ଦେଖି ନୀରବ ରହିଲା ସେହି ପବନା ।


ଗପ ସାରଣୀ

ତାଲିକାଭୁକ୍ତ ଗପ