ଗାଆଁଟିର ନାମ ନବରଙ୍ଗପୁର । ଆଉ ସେହି ନବରଙ୍ଗପୁର ଗାଆଁରେ ତିନିଭାଇ ଥିଲେ । ବଡ ଭାଇ ନାଆଁ ନାନ୍ଦୁରା, ମଝିଆଁ ଭାଇ ନାଆଁ କାନ୍ଦୁରା ଓ ସବା ସାନ ଭାଇ ନାଆଁ ଚନ୍ଦରା । ନାଆଁ ଅନୁସାରେ ତିନି ଭାଇଙ୍କ ନାମରେ କିଛି ବି ଫରକ୍ ନଥିଲା, ନାମ ବି ଯେମିତି କାମ ବି ସେମିତି । ବଡ ଭାଇ ନାନ୍ଦୁରାର ନନ୍ଦର – ପନ୍ଦର କଥା ଗାଲ – ମାଲୁ କଥାଗୁଡା ଗପେ । ମିଛ ବ୍ୟତୀତ ସେ କେବେ ବି ସତ କହେନା । ମଝିଆଁ ଭାଇ କାନ୍ଦୁରା ଯେତେବେଳେ ଯାହା କହେ ସତସତିକା କାନ୍ଦି କାନ୍ଦି କହୁଛି ଶୁଣିଲେ ସେପରି ଲାଗେ । କେହି କିଛି କହିଲେ କାନ୍ଦୁରା କାନ୍ଦି କାନ୍ଦି ଅନ୍ୟ ଉପରେ ତା’ର ସବୁ ଦୋଷ ଲଦି ଦିଏ । ସାନ ଭାଇ ଚନ୍ଦରାର କଥାଟି ବଡ ଚିକ୍କଣ । କଥାରେ ପରା କହନ୍ତି –
ବଚନ ମଧୁର କଥାଟା ସରୁ
ଜାଣିଥିବ ସିଏ ଠକଙ୍କ ଗୁରୁ ।
ସେ ଚନ୍ଦରାର କଥାଟି ତ ବଡ ଚିକ୍କଣ । ସେ ଯା’ ହେଉ; ତିନିହେଁ ଏକାଠି ଥାଆନ୍ତି । ସମସ୍ତେ ବି ବିଭା ହୋଇଥାଆନ୍ତି । ସେମାନଙ୍କର ବାପା ମାଆ ତ ନାହାଁନ୍ତି । ତେଣୁ ସେ ତିନିଭାଇ କଟକ ସହରରେ ରିକ୍ସା ଟାଣନ୍ତି । ରିକ୍ସା ଭଡା ବୋହି ଯାହା ବି ରୋଜଗାର କରନ୍ତି ସେ ପଇସାରେ ପରିବାର ଚଳାନ୍ତି ।