ଝୁଡି ଓ ବୁଢାବାପା

ଗୋଟିଏ ପାହାଡିଆ ଅଂଚଳରେ ଜଣେ ବୁଢା ଓ ତା’ ପୁଅ ରହୁଥାନ୍ତି । ପୁଅର ନାଁ ଦୟାଲ୍ । ବଡ ହୋଇଯିବାରୁ ବାପା ତା ପୁଅର ବାହାଘର କରିଦେଲେ । ଘରକୁ ବୋହୂ ଆସିଲା । ଦୟାଲ୍ର ପୁଅଟିଏ ବି ହେଲା ।

ସମୟକ୍ରମେ ଦୟାଲ୍ର ବାପା ଅତି ବୁଢା ହୋଇଯିବାରୁ ଆଉ ଚଳପ୍ରଚଳ କରିପାରିଲେ ନାହିଁ । ଫଳରେ ବୁଢା ବାପାଙ୍କ ଦେଖାଶୁଣା କରିବା ପାଇଁ ଦୟାଲ୍ ଓ ତା’ ସ୍ତ୍ରୀ ବହୁତ ହଇରାଣ ହେଲେ ।

ଦିନେ ଦୟାଲ୍ ଭାବିଲା, ବାପା ତ ଅତି ବୁଢା ହୋଇଗଲେଣି । ତେଣୁ ତାଙ୍କୁ ନେଇ ଗୋଟିଏ ପାହାଡ ଉପରୁ ଫିଙ୍ଗିଦେଲେ ସେ ମରିଯିବେ ଓ ଶୀଘ୍ର ସ୍ୱର୍ଗକୁ ଯାଇପାରିବେ । ଏପରି କଲେ ସେ ଓ ତା’ ସ୍ତ୍ରୀ ଆଉ ଏତେ ହଇରାଣ ହେବେ ନାହିଁ । ଏ କଥା ଦୟାଲ୍ ତା’ ସ୍ତ୍ରୀକୁ କହିଲା । ସ୍ତ୍ରୀ ବି ସ୍ୱାମୀର କଥାରେ ରାଜି ହୋଇଗଲା ।

ଏହାପରେ ଦୟାଲ୍ ତା’ ବାପାଙ୍କୁ ଗୋଟିଏ ବଡ ଝୁଡିରେ ବସାଇ ଝୁଡିଟିକୁ ମୁଣ୍ଡରେ ରଖି ପାହାଡ ଉପରେ ଚଢିଲା । ସେତେବେଳେ ତ ସେ ବୁଢାଙ୍କୁ ଆଉ ଭଲ ଦେଖାଯାଉ ନଥାଏ । ତେଣୁ ସେ ଭାବିଲେ, ପୁଅ ବୋଧେ ତାଙ୍କୁ କେଉଁ ମନ୍ଦିର କି ତୀର୍ଥ ସ୍ଥାନକୁ ନେଉଥିବ । ଏଣେ ଦୟାଲ୍ ପଛେ ପଛେ ତା’ ଛୋଟ ପୁଅଟି ବି ସେ ପାହାଡ ଉପରେ ଚଢୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ