ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭଲ ଓ ଭେଲ

ଏକଦା ସଇତାନମାନଙ୍କର ରାଜା ଜଙ୍ଗଲ ଭିତର ଦେଇ ଯାଉ ଯାଉ ବାଟରେ ଗୋଟିଏ ଆଶ୍ରମ ଦେଖି ସେଠି ଅଟକିଲେ । ସେ ଘୋଡାରୁ ଓହ୍ଲାଇ ନିଜର ରାଜ ପୋଷାକ ଖୋଲି ଜଣେ ସାଧାରଣ ଲୋକ ବେଶ ଧାରଣ କରି ସେହି ଆଶ୍ରମ ମଧ୍ୟକୁ ପ୍ରବେଶ କଲେ । ଆଶ୍ରମ ମଧ୍ୟରେ ପ୍ରବେଶ କରୁ କରୁ ସେ ଜଣେ ଯୁବ ସନ୍ନ୍ୟାସୀଙ୍କୁ ଦେଖିଲେ । ସଇତାନଙ୍କ ରାଜା ତାଙ୍କୁ ଖୁବ୍ କର୍କଶ ସ୍ୱରରେ ଏବଂ ଚଢାଗଳାରେ କହିଲେ – “ଏ ପିଲା ! ମୋ ପାଇଁ କିଛି ଖାଇବାକୁ ଆଣ ।” ସଇତାନର ଚେହେରା ଦେଖି ଯୁବ ସନ୍ନ୍ୟାସୀଟି ଡରିଗଲେ ଏବଂ କୌଣସି କଥାବାର୍ତ୍ତା ନକରି ଭୟରେ ତରତର ହୋଇ ଯାଇ ତାଙ୍କ ସକାଶେ ଜଳଖିଆ ପ୍ରସ୍ତୁତ କରି ନେଇ ଆସିଲେ । ସୈତାନଙ୍କ ରାଜା ଜଳଖିଆ ସବୁ ଖାଇସାରି ପୁଣି ଚଢା ଗଳାରେ କହିଲେ – “ହଇରେ ! ତୁମ ଆଶ୍ରମ ଲୋକଙ୍କୁ କ’ଣ ଭଦ୍ରାମୀ ଜଣା ନାହିଁ । ଠିକଣା ବେଳେ ଚା’ ଟିକିଏ ଆଣି ଦେଇ ପାରୁନା?”

         ଲୋକଟିର ଏପରି କଥାଶୁଣି ସନ୍ନ୍ୟାସୀ ଯୁବକଟି ଦୌଡି ଯାଇ ପୁଣି ଚା’ ତିଆରି କରି ନେଇ ଆସିଲା । ଚା’ ପିଇସାରି ସୈତାନଙ୍କ ରାଜା ଯେମିତି ଆସିଥିଲେ ସେମିତି ଚାଲିଗଲେ ।

         ଲୋକଟି ଚାଲିଯିବା ପରେ ଆଶ୍ରମର ଚେଲାମାନଙ୍କ ମଧ୍ୟରେ ଆଲୋଚନା ହେଲା – ସାମାନ୍ୟ ଭଦ୍ରାମୀ ଶିଖିନଥିବା ଏ ଲୋକଟି କିଏ? ସବୁ ଚେଲାମାନେ ସେ ଲୋକଟିକୁ ଗାଳି ଦେବାରେ ଲାଗିଲେ । ଏଇ ସମୟରେ ଗୁରୁ ହଠାତ୍ ସେଠାରେ ପ୍ରବେଶ କରି ଚେଲାମାନଙ୍କୁ ବୁଝାଇ କହିଲେଯେ – “ସେ ଲୋକଟି ହେଉଛି ସଇତାନଙ୍କ ରାଜା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ