କୁନିଭୂତ

କୁନିଭୂତଟି ଲକ୍ଷ୍ମଣର ଏପରି କଥା ଦ୍ୱାରା ବେଶ୍ ପ୍ରଭାବିତ ହୋଇ ଜଙ୍ଗଲକୁ ସେ ତା’ମା ନିକଟକୁ ଚାଲିଗଲା ଓ ସେ ତା’ ମା’କୁ ସବୁକଥା କହିଲା । ସବୁକଥା ଶୁଣି ମା’ କହିଲା, “ଆଚ୍ଛା ତାହେଲେ ତ ସେ ବଡ ଭଲ ଲୋକ । ମୁଁ ଯାଉଛି ତାଙ୍କ କାମ ପାଇଁ ପୁରସ୍କାର ସ୍ୱରୂପ ତାଙ୍କୁ କିଛି ସୁନାମୋହର ଦେଇ ଆସେ ।”

ତା’ପରେ ସେ ତା’ ଝିଅ କୁନିଭୂତକୁ ଓ ମୋହରକୁ ନେଇ ଲକ୍ଷ୍ମଣ ପାଖକୁ ଗଲା । ସେଠାରେ ପହଁଚି ସେମାନେ ଦେଖିଲେ ଯେ, ଲକ୍ଷ୍ମଣ ତା’ନିଜ ଝିଅକୁ ଗାଳି ଦେଇ କହୁଛି, “ଜୀବିତ ଅବସ୍ଥାରେ ମଣିଷ ଧର୍ମକର୍ମ କରେ । ମାତ୍ର ମରିଗଲେ ନୁହେଁ ଆତ୍ମହତ୍ୟା ତ ପୁଣି ମହାପାପ ।”

ତା’ପରେ ମା’ଭୂତ ଅନେକ ସୁନାମୋହର ଥିବା ଏକ ଥଳୀ ଲକ୍ଷ୍ମଣର ହାତରେ ନେଇ ଦେବାରୁ, ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲା, “ମୁଁ ବରଂ ତୁମକୁ ପୁରସ୍କାର ଦେବା ଉଚିତ୍ । ମୁଁ ତୁମ ପ୍ରତି କୃତଜ୍ଞ । ପୁଣି ଏତେ ଗଡିଏ ସୁନା?”

ଏଣେ କୁନିଭୂତ ତା’ ମାକୁ କହୁଥାଏ ଯେ ସେ କିଛିଦିନ ଲକ୍ଷ୍ମଣର ଘର ପଛପାଖ ଗଛରେ ରହିବାକୁ ଚାହେଁ । କିନ୍ତୁ ତା’ର ମା’ ରାଗିକି କହିଲା, “ନା ସେପରି ରହିବା ମୋଟେ ଭଲ ନୁହେଁ । କାରଣ ଆମ ଯୋଗୁଁ ଅନେକଙ୍କର ଉପକାର ନ ହୋଇ ଅପକାର ହୁଏ ।” ସେମାନଙ୍କର ସବୁକଥା ଶୁଣି ଲକ୍ଷ୍ମଣ କହିଲା, “ତୁମ ଝିଅ ଯୋଗୁଁ ତ ମୋ ଝିଅର ଜୀବନ ରହିଲା, ନ ହେଲେ ତ ସେ ଆତ୍ମହତ୍ୟା କରିବାକୁ ଯାଉଥିଲା ।” ଏହାଶୁଣି ମା’ଭୂତ କହିଲା, “ସିଏ ତ ମୋ ସହିତ କଳିକରି ଏଠାକୁ ପଳାଇ ଆସିଥିଲା । ତା’ ଦ୍ୱାରା ଆପଣଙ୍କର ଯାହାଲାଭ ହେଲା ତାହା ତ ତାର ଅଜାଣତରେ ହିଁ ହେଲା ।”

ଲକ୍ଷ୍ମଣ କିଛି ଚିନ୍ତାକରି କହିଲା, “ବରଂ ଭଲ ହେବ ତୁମ ଝିଅ ମୋ ଝିଅ ସହିତ ତା’ ଶାଶୁ ଘରକୁ ଯାଉ । ସେମାନେ ମୋ ଝିଅକୁ କଷ୍ଟ ଦେଲେ, ସେ ସେମାନଙ୍କୁ ଭଲ କରି ପାନେ ଶିକ୍ଷା ଦେବ ।” ମା’ଭୂତ ଏକଥାରେ ରାଜି ହେଲା । ଏଣେ ସେ କୁନିଭୂତର ମନ ବି ଖୁବ୍ ଖୁସି ଥାଏ ।

ଏହାପରେ ଲକ୍ଷ୍ମୀ ସେ କୁନିଭୂତକୁ ନେଇ ତା’ ଶାଶୁଘରକୁ ଗଲା । ଘରୁ ସେ ଅନେକ ଯୌତୁକ ନେଇଥିଲା ବୋଲି ସେମାନେ ମାସେ ପର୍ଯ୍ୟନ୍ତ ଲକ୍ଷ୍ମୀ ସହ ଭଲ ବ୍ୟବହାର କଲେ । ତା’ପରେ ପୁଣି ପୂର୍ବ ଅଭ୍ୟାସ ସେମାନଙ୍କର ଫେରି ଆସିଲା, ଅର୍ଥାତ୍ ସେମାନେ ପୁନଶ୍ଚ ଲକ୍ଷ୍ମୀକୁ ହଇରାଣ ହରକତ କରିବାକୁ ଆରମ୍ଭ କଲେ; କିନ୍ତୁ ସେ କୁନିଭୂତଟି ଏସବୁ ଦେଖି ତାଙ୍କ ଘରେ ପଶି ଜିନିଷ ପତ୍ର ଖେଳାଇ ପକାଏ; ଏଠି ସେଠି ଫିଙ୍ଗି ଦିଏ । ଏସବୁ ଦେଖି ଲକ୍ଷ୍ମୀର ଶାଶୁ ଡରିଯାଇ ଏକଥା ସମସ୍ତିଙ୍କୁ କହିଲା । ତାଙ୍କ କଥାଶୁଣି ଜଣେ ପଡୋଶୀ କହିଲା, “ତୁମେ ଯେପରି ତୁମ ବୋହୁକୁ କଷ୍ଟ ଦେଉଛ । ସେପରି କଷ୍ଟ ପାଇଥିବା କୌଣସି ବୋହୁ ମରି କରି ତୁମ ବୋହୁକୁ ସେ ସାହାଯ୍ୟ କରୁଛି । ଏଣିକି ବୋହୁକୁ ହଇରାଣ କରିବା ତୁମେ ବନ୍ଦ କର ।”

ଏଣିକି ଲକ୍ଷ୍ମୀର ଶାଶୁଙ୍କ ବ୍ୟବହାର ଲକ୍ଷ୍ମୀ ପ୍ରତି ଏକବାରେ ବଦଳି ଗଲା । ଲକ୍ଷ୍ମୀ ଖୁସିରେ ରହିଲା । ତା’ପରେ କୁନି ଭୂତଟି ଦେଖିଲା ସବୁ ଠିକ୍ ଠାକ୍ ଚଳୁଛି । ତେଣୁ ସେ ପୁଣି ଜଙ୍ଗଲକୁ ଲେଉଟି ଯାଇ ଅନ୍ୟଭୂତଙ୍କ ମେଳରେ ତା’ ମା’ ସହିତ ରହିଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ