ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚମର ଜୋତା

ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି ।

                ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା କମ୍ ପଡିଲା । ସଦାଶିବ ତାହା ମହାଦେବଙ୍କ ପାଖରୁ ଧାର ଆଣିଲେ ।

                ମହାଦେବ ତ ଏହିପରି ଏକ ସୁଯୋଗ ଖୋଜୁଥିଲେ । ତେଣୁ ସେ କହିଲେ, “ତମେ ତ ଜାଣିଛ ମୋର ସାନଝିଅର ବାହାଘରରେ ସବୁ ଖର୍ଚ୍ଚ ହୋଇ ଯାଇଛି । ମୁଁ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବି?” ମହାଦେବ ଜାଣନ୍ତି ଯେ ସଦାଶିବ ଟଙ୍କା ପାଇଁ ଅନ୍ୟ କାହା ପାଖକୁ କଦାପି ମଧ୍ୟ ଯିବେ ନାହିଁ । ସଦାଶିବ କହିଲେ, “ମହାଦେବ, ତମେ ଭଲ ଭାବରେ ଜାଣିଛ ଯେ ମୁଁ ଆଉ କାହା ପାଖକୁ ଟଙ୍କା ଧାର ଆଣିବାକୁ ଯିବିନାହିଁ । ତମେ ମୋର ଏହି କାମଟି କରିଦିଅ । ପରେ ତୁମେ ଯାହା ଚାହିଁବ ମୁଁ ଦେବି ଏପରିକି ମୋ ଚମରେ ଜୋତା ବନାଇ ତୁମକୁ ମୁଁ ଦେଇପାରେ ।”

                ମହାଦେବ କିଛି ସମୟ ଚିନ୍ତା କରି କହିଲେ, “ଠିକ୍ ଅଛି । କିଛି ଦିନ ପୂର୍ବରୁ ମୋର ସମୁଦିଙ୍କ ମାମୁଁ ମୋ ପାଖରେ କିଛି ଟଙ୍କା ଜମା ରଖିଛନ୍ତି । ତୁମର ଆବଶ୍ୟକତା ଅନୁସାରେ ମୁଁ ସେଇଥିରୁ କିଛି ଦେଇ ଦେଇ ପାରେ ।” ତା’ପରେ ସେ ଭିତରକୁ ଯାଇ କିଛି ଟଙ୍କା ଆଣି ସଦାଶିବଙ୍କ ହାତରେ ଦେଲେ ।

                ସଦାଶିବଙ୍କ ଝିଅ ବାହାଘର ସୁରୁଖୁରୁରେ ହୋଇଗଲା । ଚାରିମାସ ପରେ ସେ ମହାଦେବଙ୍କୁ ସୁଧ ସହିତ ଟଙ୍କା ଫେରାଇ ଦେଇ କହିଲେ, “ତୁମେ ମୋର ଦରକାର ସମୟରେ ମୋତେ ସାହାଯ୍ୟ କରିଛ । ଏକଥା ମୁଁ କେବେବି ଭୁଲିବି ନାହିଁ ।”

                ସଦାଶିବଙ୍କ ଏଭଳି କଥା ଶୁଣି ମହାଦେବ ଚମକିଲା ଭଳି ଛଳନା କରି କହିଲେ, “ଏସବୁ ତ ଠିକ୍ ଅଛି । କିନ୍ତୁ ତୁମର ସେ ଜୋତା ବିଷୟ କୁଆଡେ ଭୁଲିଗଲ?”

                ଏକଥା ଶୁଣି ସଦାଶିବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଜୋତା ବିଷୟରେ? ସେ କଥା କ’ଣ?”

                ମହାଦେବ ପଚାରିଲେ “ଓହୋ, କଳିଯୁଗ କଥା, ଭୁଲିବନାହିଁ କାହିଁକି? କାମ ଶେଷ ହେବା ପରେ ତୁ କିଏ ନା ମୁଁ କିଏ । ତମେ ମୋତେ କହି ନଥିଲ କି ତୁମେ ନିଜ ଚମରେ ମୋତେ ଜୋତା ବନାଇ ଦେବ ବୋଲି?”


ଗପ ସାରଣୀ

ତାଲିକାଭୁକ୍ତ ଗପ