ଜିତୁମିତୁ

ମିତୁ ପୁଣି ପଚାରିଲା, “କ’ଣ ସେ ସମସ୍ତିଙ୍କୁ ଏହିପରି ଗାଳି ଦିଅନ୍ତି?”

ତହୁଁ ସେ କର୍ମଚାରୀ କହିଲା, “ସମସ୍ତେ ଏତେ ପର୍ଯ୍ୟନ୍ତ ବରଦାସ୍ତ କରିବେ ନାହିଁ । କିନ୍ତୁ ଜିତୁ କଥା ତ ଅଲଗା । ସିଏ ବହୁତ ସହିପାରେ । ତୁମେ ଏଇଠି ଥାଇ ଦେଖ, ସବୁକିଛି ଠିକ୍ ବୁଝିପାରିବ ।”

ଅଧିକାରୀ ଜିତୁକୁ ଗାଳି ଦେଉଥିଲେ ଏଇଥି-ପାଇଁ ଯେ ଯେଉଁ କକ୍ଷରେ ସେ ଚଳପ୍ରଚଳ ହେଉଥିଲେ, ତାହା ଭଲ ଭାବରେ ପରିଷ୍କାର ହୋଇନାହିଁ । ଜିତୁ କହିଲା ପରିଷ୍କାର କରିବାବାଲା ଆସିନାହିଁ । ତା’ପରେ ସେ ନିଜେ ଝାଡୁ ଧରି ଘରଟି ସଫା କରିବାରେ ଲାଗି ପଡିଲା ।

କିଛି ସମୟ ପରେ ଅଧିକାରୀ ଜିତୁକୁ ପୁଣି ଗାଳିଦେବାକୁ ଆରମ୍ଭ କଲେ । ଏଥର ସେ କହିଲେ ଭଲ ଭାବରେ କାହିଁକି ପରିଷ୍କାର ହୋଇନାହିଁ । ତା’ପରେ ସେ କହିଲେ ଯେ, ବରଂ ଭଲ ହେବ ଯଦି ଜିତୁ ଯାଇ ସଫା କରିବା ଲୋକକୁ ଖୋଜି ନେଇଆସେ । ଜିତୁ ଯାଇ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସଫା କରିବା ଲୋକ ବିଷୟରେ ପଚାରିଲା ଓ ଫେରିଆସି କହିଲା ଯେ, ସେ ଏପର୍ଯ୍ୟନ୍ତ ସୁଧା ଆସିନାହିଁ । ତା’ପରେ ଅଧିକାରୀ ତାକୁ କହିଲେ ଯେ ଶିଘ୍ର ସେ ତା’ର ଘରକୁ ଯାଇ ତାକୁ ଡାକିନେଇ ଆସୁ । ଜିତୁ ଆକୁ ତାକୁ ପଚାରି ପଚାରି ବଡ କଷ୍ଟରେ ଯାଇ ତା’ ଘରେ ପହଁଚି ତାକୁ ସାଥିରେ ନେଇ ଆସିଲା । ତା’ର ଘର ଖୋଜିବାରେ ଟିକିଏ ଡେରି ହେବାରୁ ଅଧିକାରୀ ପୁଣି ତାକୁ ଗାଳିଦେଲେ ।

ମିତୁ ତ ଏସବୁ ବଡ ଆଶ୍ଚର୍ଯ୍ୟ ହୋଇ ଦେଖୁଥାଏ । ତାକୁ ଲାଗିଲା ଜିତୁର ଜୀବନ ଯେମିତି ଗୋଟିଏ ଚାକରର ଜୀବନଠାରୁ ଅଧିକ କିଛି ନୁହେଁ । ନିଜେ ସେ ମନ ଭିତରେ ଜିତୁର ଚାକିରୀ ଜୀବନ ସହିତ ନିଜ ଜୀବନ ତୁଳନା କରି ଭାବିଲା, “ହୁଏତ ବାହାରେ ମୋତେ ବେଶି ସମ୍ମାନ ଦେବେନାହିଁ । କିନ୍ତୁ ମୋର ଭୁଲ୍ ହେଲେ ନକହି ତ କେବେ ଏପରି ଗାଳି ଦେବେନାହିଁ । ମୁଁ ସ୍ୱାଧୀନ, କାହା ଅଧିନରେ ନାହିଁ ।”

ଏଣେ ଜିତୁ ମଧ୍ୟ ଦେଖି ସାରିଛି ଯେ ମିତୁ ପାଖରେ ଥାଇ ସବୁ ଦେଖିଛି । ତାକୁ ଟିକିଏ ଅପମାନିତ ବୋଧ ହେଲା । ତା’ର ଭୟ ହେଲା ଏକଥା ମିତୁ ଯଦି ବାହାରେ ଯାଇ ପ୍ରଚାର କରିଦିଏ ତ ତେବେ ତା’ର ସମ୍ମାନ ଜାଣ ଗଲା । ତେଣୁ ସଂଧ୍ୟାରେ ଘରକୁ ଫେରିବା ମାତ୍ରେ ସେ ତା’ର ସ୍ତ୍ରୀ ପିଲାଙ୍କୁ ଧରି ମିତୁ ଘରେ ଯାଇ ପହଁଚିଗଲା ।

ମିତୁ ଘରକୁ ଜିତୁ ଯାଇ ପହଁଚିବା ବେଳେ ମିତୁ ତା’ ସ୍ତ୍ରୀକୁ ବୁଝାଉଥିଲା ଯେ ରାଜାଙ୍କ ପାଖରେ ଚାକିରୀ କରିବା ମାନେ ସାଧାରଣ ଚାକର ପରି । ସେଠାରେ ନିଜର ସ୍ୱାଧିନତା ବୋଲି କିଛି ବି ନାହିଁ । ସେହି ସମୟରେ ଜିତୁ ଆସୁଥିବାର ଦେଖି ମିତୁ କହିଲା, “ବହୁତ ଭଲ ସମୟରେ ଆସିଲ ଭାଇ । ଦୁଇଦିନ ହେବ ଚାକର ଆସିନାହିଁ । ମଇଳା ଜମା ହୋଇଛି । ଏଇ ଝାଡୁ ନିଅ ଓ ପରିଷ୍କାର କରିଦିଅ । ଯେତେ ମଜୁରୀ ଚାହିଁବ ଦେବି ।”

ଜିତୁ ଏକଥା ଶୁଣି ରାଗରେ ହଠାତ୍ ନିଆଁ ହୋଇଗଲା । କିନ୍ତୁ କୌଣସି ମତେ ରାଗ ଚାପି ରଖି କହିଲା, “ଘରକୁ ଆସିଥିବା ଅତିଥିକୁ ଏହିଭଳି ବ୍ୟବହାର କରୁଛୁ ପୁଣି ଅତିଥି ତୋ’ର ପିଲାଦିନର ବନ୍ଧୁ ।”

ଜିତୁର ସ୍ତ୍ରୀ ମଧ୍ୟ ଦୁଃଖିତ ହୋଇ କହିଲା, “ହସଥଟ୍ଟାରେ ପୁଣି ସୀମା ତ ଅଛି ।”

ତହୁଁ ମିତୁ କହିଲା, “ତୁମେ ମୋ କଥାକୁ ଠିକ୍ ଭାବରେ ଧରିପାରିଲ ନାହିଁ, ଭଉଣୀ । ରାଜାଙ୍କ ପାଖରେ କାମ କରିବା ଲୋକ ରାଗ ତ କ’ଣ ଜାଣନ୍ତି ନାହିଁ । ତାଙ୍କୁ ଯେତେ ଇଚ୍ଛା ଗାଳିଦିଅ, ଅପମାନ ଦିଅ, ସେମାନେ ସହିନେବେ । ମୁଁ ପିଲାଙ୍କୁ ମଧ୍ୟ ଏକଥା କହୁଥିଲି । ରାଜନଅରରେ ଜିତୁ ଯେପରି ସବୁ ସହୁଛି, ସେକଥା ମୁଁ ଦେଖି ତ ଆଶ୍ଚର୍ଯ୍ୟ ହେଲି । କିନ୍ତୁ ଏବେ ମୋ କଥାର ପ୍ରତିକ୍ରିୟା ଯାହା ଦେଖିଲି, ଖୁସି ହେଲି ଯେ ଆତ୍ମସମ୍ମାନବୋଧ ତୁମର କିଛିଟା ଅଛି, ସଂପୂର୍ଣ୍ଣ ଲୋପ ପାଇନାହିଁ । ହେଉ ପଛେ ରାଜଦରବାର ବାହାରେ ।”

ଏକଥା ଶୁଣି ଜିତୁ ମିତୁଙ୍କ ସ୍ତ୍ରୀ ଦୁହେଁ ଖୁବ୍ ହସିଲେ ତାଙ୍କ ହସ ଦେଖି ଜିତୁ ମଧ୍ୟ ହସିଲା । ମିତୁ ତ ଆଗରୁହିଁ ହସୁଥିଲା । ପୁଣି ପିଲାଦିନର ବନ୍ଧୁତ୍ୱ ସେମାନଙ୍କ ମଧ୍ୟକୁ ଫେରି ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ