ଏପରି କଥା ଶୁଣି ସେ ରାଜାଙ୍କର ଆଉ କିଛି ବି ଖାଇବାକୁ ଇଚ୍ଛା ହେଲା ନାହିଁ । ତାଙ୍କର ମନ ପୁରାପୁରି ଉଦାସ ହୋଇଗଲା । ତାପରେ ସେ ରାଜବୈଦ୍ୟଙ୍କୁ ଡକାଇ ପଠାଇଲେ । ତାଙ୍କୁ ପଚାରିଲେ – ‘ରାଜବୈଦ୍ୟ, ମତେ ଏମିତି କେଉଁ ସାଂଘାତିକ ରୋଗ ହେବ ଯେ, ଯାହା ଫଳରେ କି ମୁଁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇଯିବି ।’ ରାଜା ମାଡୁସାଙ୍କ ଏଭଳି କଥା ଶୁଣି ହଠାତ୍ ସେ ରାଜବୈଦ୍ୟଙ୍କ ମୁଣ୍ଡ ଟିକେ ଘୂରିଗଲା । ତାପରେ ସେ କିଛି ବି କହିପାରିଲେ ନାହିଁ କି କିଛି ବି ପ୍ରତିକାର କରିପାରିଲେ ନାହିଁ ।
ସେହିକ୍ଷଣି ରାଜା ପିନାଳକୁ ଡକାଇ ପଠାଇଲେ । ତାଙ୍କୁ ପଚାରିଲେ – ପିନାଳ, ତୁମେ କହିପାରିବ ଏହାର ପ୍ରତିକାର କ’ଣ ହୋଇପାରେ । ତହୁଁ ସେ ପିନାଳ କହିଲା – ‘ମହାରାଜ, ପ୍ରତିକାର ତ ବହୁତ କଷ୍ଟ । ଏ ରୋଗ ପାଇଁ ଆପଣ କିଛି ବି ଔଷଧ ଖାଇବେ ନାହିଁ କେବଳ ଔଷଧକୁ ଦେଖିବେ ।’ ଏହା ଶୁଣି ରାଜା ମାଡୁସା କହିଲେ – ‘ଏ କି ପ୍ରକାରର ଔଷଧ କେବଳ ରାଜବୈଦ୍ୟଙ୍କୁ ଜଣା ।’ ରାଜବୈଦ୍ୟ ଏ ଭଳି ଔଷଧ ଥିବା କଥା ସଫା ସଫା ମନା କରିଦେଲେ । ତାପରେ ରାଜା ମାଡୁସା ବି ସେ ରାଜବୈଦ୍ୟଙ୍କୁ ତୁରନ୍ତ ବନ୍ଦୀ କଲେ ।
ପିନାଳ କହିଲା – ‘ମହାରାଜ, ଏକ ଉପାୟ ଅଛି । ସେ ଔଷଧ ଆଣିବାକୁ ଗଲେ ଆପଣଙ୍କୁ ତ ବହୁତ ବାଟ ଯିବାକୁ ପଡିବ । ଗୋଟିଏ ବିରାଟ ଲୋଧିଗଛରେ ଟିକି ଟିକି ଫଳ ହୁଏ । ଆଉ ଏହି ଲୋଧିଗଛର ଫଳ ହିଁ ଆପଣଙ୍କ ଶରୀରକୁ ଠିକ୍ କରିପାରିବ । ଆପଣଙ୍କୁ କାଲି ହିଁ ଏହି ଔଷଧ ସଂଗ୍ରହରେ ଯିବାକୁ ପଡିବ ।’
ସକାଳ ହେଲା । ଚତୁର୍ଥ ଶୟନ କକ୍ଷରେ ଥିବା ଲୋକକୁ ଡକା ହେଲା । ନାଁ ତା’ର ଥିଲା ପୋନିଆ । ରାଜା ମାଡୁସା ତାକୁ ପଚାରିଲେ – ‘ପୋନିଆ, ତୁମେ କି ସ୍ପପ୍ନ ଦେଖିଲ ।’
ତହୁଁ ସେ ପୋନିଆ କହିଲା – ‘ମହାରାଜ, ଆପଣଙ୍କ ସେନାପତି, ରାଜ ଜ୍ୟୋତିଷ ଓ ମହାମନ୍ତ୍ରୀ ଆପଣଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରିଛନ୍ତି । ତେଶୁ ସେମାନେ ଆଜି ସେ ଲୋଧିଗଛର ସବୁଫଳ ନଷ୍ଟ କରିଦେବେ । ଆଉ ଆପଣ ସେ ଲୋଧିଫଳ ନ ଦେଖି ଆସ୍ତେ ଆସ୍ତେ ଦୁର୍ବଳ ହୋଇଯିବେ ଓ ସେହି ସୁଯୋଗରେ ମହାମନ୍ତ୍ରୀ ଆପଣଙ୍କୁ ହତ୍ୟାକରି ଏ ଦେଶର ରାଜା ହେବେ ।’ ରାଜା ମାଡୁସା ଏକଥା ଶୁଣି ତତ୍ କ୍ଷଣାତ୍ ମହାମନ୍ତ୍ରୀଙ୍କୁ ବନ୍ଦୀ କଲେ । ସଂନ୍ଧ୍ୟା ପୂର୍ବରୁ ରାଜା ସେ ଲୋଧିଫଳ ପିନାଳ ସହିତ ଦେଖିଲେ ଓ ଔଷଧ ଫଳ ନେଇ ରାଜମହଲକୁ ଫେରିଲେ ।
ରାଜ ପୁରୋହିତ ଏହି ସମୟରେ ମହାରାଜା ମାଡୁସାଙ୍କର ସର୍ବକଷ୍ଟ ନିବାରଣ ପାଇଁ ଏକ ଯଜ୍ଞର ଆୟୋଜନ କଲେ । ତାପରେ ସେ ରାଜା ମାଡୁସା ଟମଲାଙ୍କୁ ସେନାପତି, ଅଜାମିଙ୍କୁ ରାଜଜ୍ୟୋତିଷ, ପିନାଳକୁ ରାଜବୈଦ୍ୟ ଓ ପୋନିଆକୁ ମହାମନ୍ତ୍ରୀ କଲେ । ପରିଶେଷରେ ରାଜ ପୁରୋହିତଙ୍କ ଏହି ଉଦ୍ୟମରେ ରାଜା ମାଡୁସା ଏକ ପରୋପକାରୀ ରାଜା ଭାବେ ପରିଗଣିତ ହେଲେ ।