ବିଚିତ୍ର ସ୍ୱପ୍ନ

ରାତି ହେଲା । ରାଜାଙ୍କୁ ଆଉ ନିଦ ବି ନଥିଲା । ମାଡୁସା ଶୋଲ ତିଆରି ପଲଙ୍କରେ ଶୋଇପଡିଲେ । ଭାବିଲେ ଭବିଷ୍ୟତରେ ଯେବେ ବି ବନ୍ୟା ଆସିବ ଏ ଶୋଲ ପଲଙ୍କ ତାଙ୍କୁ ନିଶ୍ଚୟ ରକ୍ଷା କରିବ । ଏକଥା ଭାବି ରାଜା ବେଶ୍ ଆରାମ୍ରେ ଶୋଇବାକୁ ଗଲେ । ଏହି ସମୟରେ ଅଜାମି ଆସି ପହଁଚିଲା । କହିଲା – ‘ମହାରାଜ, ସ୍ୱପ୍ନ ଦେଖିଛି ଯେହେତୁ ଏହାତ ନିଶ୍ଚୟ ଘଟିବ । ତେଣୁ ଆପଣ ଏ ସ୍ୱପ୍ନର ଭବିଷ୍ୟତ ଜାଣିବା ପାଇଁ କେବଳ ରାଜଜ୍ୟୋତିଷଙ୍କୁ ହିଁ ପଚାରନ୍ତୁ ।

ତେଣୁ ସେ ରାଜା ତୁରନ୍ତ ରାଜଜ୍ୟୋତିଷଙ୍କୁ ଡକାଇ ପଠାଇଲେ । ତାଙ୍କୁ ପଚାରିଲେ – ‘କୁହ ଜ୍ୟୋତିଷ ଏଭଳି ସ୍ୱପ୍ନ କ’ଣ କେବେ ଭବିଷ୍ୟତରେ ଫଳିବ ।’ ରାଜା ମାଡୁସାଙ୍କ କଥା ଶୁଣି ଜ୍ୟୋତିଷଙ୍କ ଅକଲ ଗୁଡୁମ୍ । ତେଣୁ ସେ ଆଉ କିଛି ବି କହିପାରିଲେ ନାହିଁ । ତାପରେ ସେ ରାଜା ଜ୍ୟୋତିଷଙ୍କୁ ବନ୍ଦୀ କରିବା ପାଇଁ ହୁକୁମ୍ ଦେଲେ ।

ସକାଳ ହେଲା । ତୃତୀୟ ଶୟନ କକ୍ଷରେ ଥିବା ଲୋକକୁ ଡକାହେଲା ନାଁ ତାର ଥିଲା ପିନାଳ । ରାଜା ପିନାଳକୁ ପଚାରିଲେ – ‘ତୁମେ ଗତକାଲି ରାତିରେ କି ସ୍ପପ୍ନ ଦେଖିଛ ପିନାଳ ।’ ତହୁଁ ସେ ପିନାଳ କହିଲେ – ମହାରାଜ, ଆପଣଙ୍କୁ ଏକ ସାଂଘାତିକ ରୋଗ ହେବ । ଯାହା ଦ୍ୱାରାକି ଆପଣଙ୍କର ଆଉ କିଛି ବି ଖାଇବାକୁ ଇଚ୍ଛା ହବନି କି ଶୋଇବାକୁ ବି ଇଚ୍ଛା ହବନି । ଏହି ସାଂଘାତିକ ରୋଗରେ ଆପଣଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଯିବ । ଆପଣ ରୋଗଗ୍ରସ୍ତ ହେଲାପରେ ଯାଇ ଏ ରାଜ ସିଂହାସନ ଅନ୍ୟ ଦେଶର ରାଜାଙ୍କ ହାତକୁ ଚାଲିଯିବ । ଆପଣ ଯୁଦ୍ଧରେ ହାରିଯିବେ ଓ ଅନ୍ୟ ଦେଶର ରାଜାଙ୍କ ନିକଟରେ ଦାସ ଭାବେ ରହିବେ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ