ବିଟପି ରାଜକୁମାରୀ କାହାଣୀ

ଅଶ୍ୱ ପୃଷ୍ଠରେ ବସି ଦୁହେଁ ଯାତ୍ରା କରିବା ସମୟରେ ପ୍ରଚଣ୍ଡ ରୌଦ୍ର ତାପରେ ଅସହ୍ୟ କ୍ଳାନ୍ତି ଅନୁଭବ କରନ୍ତେ ଏକ ବୃକ୍ଷ ମୂଳରେ ବସିଲେ । ରାଜକନ୍ୟାର ମୁଖକୁ ଚାହିଁ ହରିବଂଶ କହିଲେ ସଖୀ, ମୁଁ ବଡ ତୃଷାତୁର ଜଳଦିଅ । କଣ୍ଠ ଶୁଖିଗଲା ନଚେତ ମୁଁ ମୃତ୍ୟୁ ବରଣ କରିବି । ରାଜକନ୍ୟା ହରିବଂଶ ମୁଖରୁ ଏକଥା ଶୁଣି ଜଳ ଖୋଜିବା ନିମିତ୍ତ ଅରଣ୍ୟ ମଧ୍ୟରେ ପଶିଲେ । ରାଜକନ୍ୟା ସେ, ଅତ୍ୟନ୍ତ ସୁକୁମାରୀ, ଦୁଃଖ କ’ଣ ସେ ଜାଣେନା । ବହୁ କଷ୍ଟ କରି ଜଳ ଖୋଜିଲା । ଗୋଡରେ ତା’ର କଂଟା ଫୁଟିଗଲା । ଗୋଟିଏ କୁଡିଆ ନିକଟରେ ଯାଇ ରାଜକନ୍ୟା ପ୍ରବେଶ ହେଲା । ସେହି କୁଡିଆରେ ପଶି ଜଳ ମାଗିବା ଅବସ୍ଥାରେ ଦେଖିଲା ଶୁଣ୍ଢି ମଦ ବିକ୍ରି କରୁଛି । ଅନ୍ୟଘର ସେଠାରେ ଆଉ କିଛି ପାଇଲା ନାହିଁ । ତେଣୁ ମନ ମଧ୍ୟରେ ଭାବିଲା ଏହାଠାରୁ ଜଳ ନେଇଯିବି । ଅନ୍ୟସ୍ଥାନ ଖୋଜିଲେ ବିଳମ୍ବ ହେବ । ଜଳ ନ ପିଇଲେ ମୋର ସ୍ୱାମୀ ପ୍ରାଣହରାଇବେ । ମନମଧ୍ୟରେ ରାଜକନ୍ୟା ଚିନ୍ତାକଲା ଜାତି କୁଳପଛେ ଯାଉ ଏହାଠାରୁ ଜଳ ନେଇ ମୁଁ ଯିବି । ଏପରି ଭାବି ଶୁଣ୍ଢୀ ପାଶକୁ ଯାଇ ପହଁଚନ୍ତେ ଶୁଣ୍ଢୀର ପୁତ୍ର ଅତି ସୁନ୍ଦର ସେ’ ତାକୁ ଦେଖିଲା ସେ ମୋହ ହୋଇଗଲା । ହରିବଂଶଠାରୁ ସ୍ନେହ ଭୁଲିଗଲା । ଲାଜ ଲଜ୍ଜା ଛାଡି ଶୁଣ୍ଢୀ ପୁତ୍ରକୁ କହିଲା ମୋତେ ଆଲିଙ୍ଗନ କର । ମୋତେ କୋଳାଗ୍ରତ କରି ମୋ ଜୀବନ ରକ୍ଷା କର । ଶୁଣ୍ଢୀ ସୁତ ଏ ଆଶ୍ଚର୍ଯ୍ୟ କଥା ଶୁଣି ପଚାରିଲା ତମ୍ଭେ କିଏ, ତୁମ୍ଭର ଘର କେଉଁଠାରେ । ମୁଁ ତୁମକୁ ଜାଣେନା କି ତୁମେ ମୋତେ ଜାଣନା । ତୁମ ସଙ୍ଗରେ ମୁଁ କିପରି ରତିକ୍ରୀଡା କରିବି । ମୋର ଧର୍ମ ହାନି ହେବ । ରାଜକନ୍ୟା କହିଲା ହେ ଶୁଣ୍ଢୀପୁତ୍ର ଆଗ ମୋର ପ୍ରାଣ ରକ୍ଷାକର । ତା’ପରେ ମୁଁ ମୋର ପରିଚୟ ପ୍ରଦାନ କରିବି ।

         ଏପରି କହୁ କହୁ ରାଜକନ୍ୟା ଶୁଣ୍ଢୀକୁ ଆଲିଙ୍ଗନ କରି ତା’ ମୁଖରେ ଚୁମ୍ବନ ଦେଲା । ଯୁବତୀ ଅଙ୍ଗ ଶୁଣ୍ଢୀ ଦେହରେ ଲାଗନ୍ତେ ମଦନ ବାଣରେ ଶୁଣ୍ଢୀ ଜର୍ଜର । ସେ ନାରୀ ସଙ୍ଗରେ ଇଚ୍ଛା ସୁଖରେ ରତି କଲା । ମନ ଆନନ୍ଦରେ ଦୁହେଁ ରତିକ୍ରୀଡା କରୁ କରୁ ଯାମିନୀ ଶେଷ ହେଲା । ସେ ଦୋଚାରୁଣୀ ରାଜକନ୍ୟା ଶୁଣ୍ଢୀର ପ୍ରେମରେ ପଡି ହରିବଂଶକୁ ପାଶୋରି ଦେଲା । ଶୁକ କହିଲା ହେ ରାଜନ, ଏ ଦେଖ ପ୍ରେମର ପରିଣତି କିପରି । ତେଣେ ହରିବଂଶ ପ୍ରିୟତମା ପଥଚାହିଁ ନିରାଶ ହେଲା । ଦିନ ସରି ରାତ୍ରି ପାହିଗଲା । ପରଦିନ ପ୍ରଭାତରୁ ହରିବଂଶ ନିଜର ପତ୍ନୀକୁ ଖୋଜିଗଲା । ବଣ ମଧ୍ୟରେ ଭ୍ରମଣ କରି ତା’ର ପାଦ କ୍ଷତ ହେଲା । ଖୋଜି ଖୋଜି ଶୁଣ୍ଢୀର ଦ୍ୱାରରେ ପ୍ରବେଶ ହେଲା । ରାଜକନ୍ୟା ଓ ଶୁଣ୍ଢୀ ରାତ୍ରୀତମାମ ପ୍ରେମରେ ବିଭୋର ହୋଇ ରତିପରେ ଉଲଗ୍ନ ହୋଇ ଖଟରେ ଶୋଇଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ