ବୁଦ୍ଧିମାନ ବାଳକ

       ଏହିପରି ସସିମ୍ର ସବୁ ସମୟରେ ପୁତ୍ର ସପକ୍ଷରେ ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ସତ୍ୟବତୀ ମନରେ ଦୁଃଖ ଭରି ହୋଇ ରହିଥାଏ । ଦିନ ପରେ ଦିନ ଗଡି ଚାଲିଲା । ହଠାତ୍ ହଇଜା ରୋଗ ଚାରିଆଡେ ବ୍ୟାପିଗଲା । ଏଥିରୁ ସସିମ୍ରଙ୍କ ସ୍ତ୍ରୀ ସତ୍ୟବତୀ ମଧ୍ୟ ବାଦ୍ ଗଲା ନାହିଁ । ଶେଷରେ ସତ୍ୟବତୀ ଭଗବାନଙ୍କ ପାଖକୁ ଚାଲିଗଲା । ସତ୍ୟବତୀର ବିୟୋଗରେ ବାପ, ପୁଅ କିଛି ଦିନ ମନ ଦୁଃଖରେ ରହିଲେ । ହେଲେ ଏ ଦୁଃଖ ସବୁ ଦିନ ରହିଲା ନାହିଁ । ଦୁମନ୍ତର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ସସିମ୍ର ନାତିକୁ ଖୁବ୍ ଗେହ୍ଲା କରୁଥାଆନ୍ତି । ନାତିଟି ମଧ୍ୟ ସସିମ୍ର କୁ ମୁହୂର୍ତେ ପାଖଛଡା କରୁନଥାଏ । ଧୀରେ ଧୀରେ ସସିମ୍ର ଦୁର୍ବଳ ହୋଇ ପଡୁଥିଲେ । କୌଣସି କାମକରି ପାରୁ ନଥାନ୍ତି । ନାତି ବୁଦ୍ଧିଆ କିନ୍ତୁ ସସିମ୍ରଙ୍କର ସେବା କରୁଥାଏ । ବାପାଙ୍କର ଏପରି ଅବସ୍ଥା ଦେଖି ଦୁମନ୍ତ ନିଜେ ଚାଷ କାର୍ଯ୍ୟ ବୁଝାସୁଝା କଲେ । ପିଲାବେଳୁ ତ’ ସେ କେବେ ଚାଷ କାର୍ଯ୍ୟ କରିନଥିଲେ । ତେଣୁ ସେ ସମ୍ବନ୍ଧରେ ତାଙ୍କର କୌଣସି ଧାରଣା ମଧ୍ୟ ନଥିଲା । ତା’ପରେ ଆଦୌ କାମ ନ କରିଥିବାରୁ, ଟିକେ ଅଧିକ ପରିଶ୍ରମ କଲେ ତାଙ୍କୁ ଥକ୍କା ଲାଗେ । ତା’ପରେ ଘରେ ବାପାର ଅସୁସ୍ଥତା । ସେଥିପାଇଁ ମଧ୍ୟ ଦୁମନ୍ତଙ୍କୁ ବହୁତ କାମ କରିବାକୁ ପଡୁଥିଲା ।

       କିଛି ଦିନ ପରେ ଦୁମନ୍ତ ଏବଂ ତାର ପତ୍ନୀ ଭାବିଲେ, “ବୁଢାଟି ଏ ଘରେ ବେମାର ପଡିଥିବାରୁ, ତା ପାଇଁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡୁଛି । ତା’ପରେ ବୟସ ଅଧିକ ହେଲାଣି । ଯେତେ ଔଷଧ ପତ୍ର ଆଣି ଦେଲେ ମଧ୍ୟ ବୁଢା ତ’ ଆଉ କେବେ ସୁସ୍ଥ ହେବନି । ଚାଷ କାର୍ଯ୍ୟ ମଧ୍ୟ କରିବାକୁ ସମର୍ଥ ହେବ ନାହିଁ । ତେଣୁ ତାଙ୍କର ଏତେ ସେବା ଯତ୍ନ କରି ଲାଭ କ’ଣ? ଏହି କଥା ଭାବି ସ୍ୱାମୀ ସ୍ତ୍ରୀ ମନେ ମନେ ଏକ ଉପାୟ ପାଂଚିଲେ । ସ୍ତ୍ରୀ ଦୁମନ୍ତଙ୍କୁ କହିଲା, “କାଲି ରାତିରେ ଏଇ ବୁଢାକୁ ବଳଦ ଗାଡିରେ ନେଇ ଜଙ୍ଗଲରେ ଏକ ଗାତ ଖୋଳି ଜୀଅନ୍ତା ପୋତିଦେବେ ।” କିନ୍ତୁ ବୁଦ୍ଧିଆ ଏକଥା ଶୁଣି ପାରିଲା । କାହାକୁ କିଛି ନକହି ମନେ ମନେ ବହୁତ କାନ୍ଦିଲା । କେମିତି ଜେଜେଙ୍କୁ ବଂଚାଇବ ମନେ ମନେ ଏକ ଉପାୟ ପାଂଚିଲା । ତା’ପର ଦିନ ରାତିରେ ଯେମିତି ଦୁମନ୍ତ ସସିମ୍ରକୁ ବଳଦ ଗାଡିରେ ପକାଇ ଜଙ୍ଗଲକୁ ବାହାରିଲା, ବୁଦ୍ଧିଆ ସଂଗେ ସଂଗେ ବାହାରି ପଡି ସେମାନଙ୍କ ସହିତ ଯିବାକୁ ଜିଦ୍ କଲା । ଏହାପରେ ତିନିହେଁ ଅନ୍ଧାର ରାତିରେ ବାହାରିପଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ