ଭାଗ୍ୟର ବିଡମ୍ବନା

ରାଜା ଏ ପ୍ରସ୍ତାବରେ ସମ୍ମତ ହେଲେ । ଭୈରବକୁ ଜଣେ ଅମାତ୍ୟ ହିସାବରେ ସେଠାରେ ଗ୍ରହଣ କରାଗଲା । ତାକୁ ଗୋଟାଏ ସୁନ୍ଦର ଘର ଦିଆଗଲା ଓ ବଢିଆ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରି ଦିଆଗଲା ।

କିନ୍ତୁ ତୁଚ୍ଛା ଖାଇପିଇ ବସିରହି ତାକୁ ଭାରି ବିରକ୍ତ ଲାଗିଲା । ତା’ କୋଠାର ଦରୁଆନ୍ ସହ ସେ ଗପସପ କରି ବେଳ କାଟୁଥାଏ । ଦିନେ ସେ ଦରୁଆନ୍ କହିଲା, “ବାବୁ, ତମେ ତ ଯାହା କହିବ ତାହାହିଁ ହେବ । ତମେ ଜାଣ, ଆମ ରାଜାଙ୍କର ଯମାରୁ ପୁଅ ନାହିଁ; ଖାଲି ଗୋଟିଏ ବୋଲି ଝିଅ । ତାକୁ ବାହା ହେଲେ ଭବିଷ୍ୟତରେ ତମେହିଁ ଦିନେ ରାଜା ହେବ! କିନ୍ତୁ ବାବୁ, ମୋତେ ମନ୍ତ୍ରୀ କରିବ!”

ଏହି କଥାଟି ଭୈରବ ମନକୁ ବେଶ୍ ପାଇଲା । ସେ ରାଜାଙ୍କ ପାଖରେ ଯାଇ ପହଁଚିଲା ଓ ତାଙ୍କୁ କହିଲା, “ମଣିମା! ମୁଁ ରାଜକନ୍ୟାଙ୍କୁ ବିବାହ କରିବି ।”

ରାଜା ହତବାକ୍ ହୋଇ ରହିଲେ । ଭୈରବକୁ ସଙ୍ଗେ ସଙ୍ଗେ ମନା କରିଦେଲେ ବିପଦ ହେବ । ପୁଣି ତା’ ଅଜବ ପ୍ରସ୍ତାବରେ ହଁ ଭରିବାର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ସେ କହିଲେ, “ବାବୁ! ତମ ପ୍ରସ୍ତାବ ବିଚାର କରିବା । ବର୍ତ୍ତମାନ ଦିବାହାର ସମୟ ହୋଇଗଲାଣି । ଖାଇବା ଆସ ।”

ଦୁହେଁ ଖାଇ ବସିଛନ୍ତି, ଭୈରବ ହଠାତ୍ ଭାବିଲା, “ରାଜା କାହିଁକି ମୋତେ ତାଙ୍କ ସହ ଖାଇବାକୁ ଡାକିଲେ? ଖାଦ୍ୟରେ ଆଉ କିଛି ବିଷ ମିଶାଇଦିଆ ଯାଇନାହିଁ ତ?” ଏ ସନ୍ଦେହ ତାକୁ ଏତେ ଭୟଭୀତ କଲା ଯେ ତା’ ମୁଣ୍ଡ ଏକବାରେ ବୁଲାଇ ଦେଲା । ତାକୁ ଏମିତି ମନେ ହେଲା, ସେ ଯେପରି ସତକୁ ସତ ବିଷ ଖାଇ ଦେଇଛି! ସେ ମୁର୍ଚ୍ଛା ଯିବା ଅବସରରେ କହିଲା, “ଆଗେ ମୁଁ କେଡେ ନିଶ୍ଚିନ୍ତ ଥିଲି! ସେମିତି ଅବସ୍ଥାକୁ ମୁଁ ପୁଣି ଆଉଥରେ ଫେରିଯାଆନ୍ତି କି!”

ଚେତା ଫେରିବା ବେଳକୁ ଭୈରବର ଆଉ ବାକ୍ଶକ୍ତି ନାହିଁ । ରାଜା ତା’ ସହ ଦୁଇଜଣ ଦେହରକ୍ଷୀ ଦେଇ ତାକୁ ତା’ ମେଣ୍ଢାପଲ ସହ ବୀରପୁର ଗାଁକୁ ପଠାଇ ଦେଲେ । ତତ୍ସହିତ ରାଜା ତାକୁ କିଛି ଟଙ୍କା ବି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ