ସଇତାନର ସଇତାନୀ

                 ମଈଁଷିଟି ଠିକ୍ ସମୟରେ ସିଂହ ଘରକୁ ଯାଇ ପହଁଚି ଗଲା । ସେଠାରେ ଯାଇ ଦେଖିଲା ଯେ ସେଠାରେ କେତେକ ଶୂନ୍ୟ ଥାଳୀ ରହିଛି । ଆଉ କେତେକ ଥାଳୀରେ ଘାସ, ବିଭିନ୍ନ ଗଛର ପତ୍ର ଇତ୍ୟାଦିରେ ପରିପୂର୍ଣ୍ଣ ହୋଇ ରହିଛି । ମଈଁଷିର ନଜର ସିଂହ ଉପରେ ପଡିବା ମାତ୍ରେ ସିଂହ ହସି ହସି କହିଲା ଆସନ୍ତୁ ଏଠାରେ ଆପଣଙ୍କୁ ସ୍ୱାଗତ କରୁଛି । ଆପଣଙ୍କ ଖାଇବା ପାଇଁ ଏଠାରେ ଭୋଜନ ପ୍ରସ୍ତୁତ ହୋଇ ରହିଛି । ଆପଣ ଖାଇବା ଆରମ୍ଭ କରି ଦିଅନ୍ତୁ । ମୁଁ ବର୍ତ୍ତମାନ ଏହି ଖାଲି ଥାଳୀରେ ନୂଆ ନୂଆ ପଦାର୍ଥ ସବୁ ଆଣି ରଖୁଛି । ଅନ୍ୟ ମାନଙ୍କ କଥାକୁ ଛାଡନ୍ତୁ ସେମାନେ ତ ଆସିବେ, ଆପଣ ଛିଡା ଛିଡା ହୋଇ କ’ଣ ଭାବୁଛନ୍ତି ବସନ୍ତୁ ଏଠାରେ ।

ସିଂହ ଭାବିଲା ଯେତେ ବେଳେ ମଈଁଷିଟି ଖାଇବାକୁ ମୁଣ୍ଡ ତଳକୁ କରିବ ଠିକ୍ ସେତିକି ବେଳେ ସୁଯୋଗ ଉଣ୍ଡି ମୁଁ ତା’ ଗଳାକୁ ମାଡି ବସି ବେକକୁ ମୋଡି ଦେବି । କିନ୍ତୁ ମଈଁଷିଟି ଭୋଜନର ଖାଲି ଥାଳୀ ଦେଖି ସେ ପଛ ଘୁଂଚା ଦେଇ ପଳାଇ ଗଲା । ସିଂହ ଏହା ଦେଖି ତା ପଛରେ କହିଲା – ହେ…ହେ.. ଏ କ’ଣ କରୁଛ? ମୁଁ ତ ଆପଣଙ୍କ ଖାଇବା ପାଇଁ ହିଁ ଏତେ ସବୁ ବନ୍ଦୋବସ୍ତ କରିଛି । ଆଉ ଆପଣ ଏମିତି ପଳାଇ ଯାଉଛନ୍ତି କାହିଁକି? କୃପା କରି ବସନ୍ତୁ ତ ଏଠାରେ! ମୁଁ ସଙ୍ଗେ ସଙ୍ଗେ ଏହି ଖାଲି ଥିବା ପାତ୍ର ଗୁଡିକରେ ନୂଆ ନୂଆ ପଦାର୍ଥ ମାନ ଆଣି ଆପଣଙ୍କ ଗୋଚରାର୍ଥେ ଅର୍ପଣ କରୁଛି ।

ମଈଁଷିଟି ଚାଲୁ ଚାଲୁ ଉତ୍ତର ଦେଲା – କ୍ଷମା କରିବେ । ମୁଁ ବୁଝି ଯାଇଛି ଯେ ଆପଣ ଏତେ ସବୁ ଯୋଜନା କ’ଣ ପାଇଁ କରିଛନ୍ତି । ଏହି ଖାଲି ପାତ୍ରରେ କ’ଣ ସବୁ ନୂଆ ପଦାର୍ଥ ମୋ ପାଇଁ ରଖିବେ । ତାହା ମୁଁ ଜାଣି ଯାଇଛି । ସେଥିରେ ମୋର ଦେହର ମାଂସର ଟୁକୁଡା ରଖିବା ପାଇଁ ଆପଣ ସେହି ଥାଳୀ ଗୁଡିକ ଖାଲି ରଖିଛନ୍ତି ନା । ମୋର ଟୁକୁଡା ମାଂସ ଖାଇବା ପାଇଁ ସେହି ଖାଲି ଥାଳୀ ଗୁଡିକରେ ଆପଣ ନୂଆ ପଦାର୍ଥ ସବୁ ରଖିବା ପାଇଁ ରଖିଛନ୍ତି । ହଁ … ନା ନାହିଁ । ତେଣୁ ଉଚିତ୍ ହେବ ଯେ ମୁଁ ଏଠାରୁ ପଳାୟନ କରେ । ମୋତେ ଜଣା ହେଇ ଯାଇଛି ଯେ ଆପଣଙ୍କ ଭଳି ସଇତାନର ସଇତାନୀ । ଆପଣ ଛଳ କରି ମୋତେ ବଧ କରିବାର ଉପାୟ ଖୋଜି ପାଇଥିଲେ । କିନ୍ତୁ ତୁମର ଚତୁରତା ଧରା ପଡି ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ