ସ୍ୱର୍ଗରେ ରାଜା ନିଯୁକ୍ତି

       ପୁଣି ଆଉଥରେ ନିର୍ଦ୍ଧିଷ୍ଟ ଦିନ ଶୂନ୍ୟବାଣୀ ହେଲା – ସେଇ କିନ୍ସୁର ଦ୍ୱୀପରେ ରାଜତ୍ୱ କରୁଥିବା ରାଜା ସ୍ୱର୍ଗରେ ରାଜାହେବେ ବୋଲି ଘୋଷଣା କରାଗଲା । ଏହା ଶୁଣି ସିଂକକ୍ର ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ସେ ମନେ ମନେ ଭାବିଲେ ଯେଉଁ ଦ୍ୱୀପରେ ତାଙ୍କର ଅଯୋଗ୍ୟ ପ୍ରଜାଙ୍କୁ ସେ ଛାଡିଦେଇଥିଲେ, ସେଠାରେ ରାଜତ୍ୱ କରୁଥିବା ରାଜା ଜିଭଳି ଉତ୍ତମ ଶାସନ ଦେଇପାରିଲେ?, ସେ ସ୍ୱର୍ଗରେ ରାଜା ହେବାପାଇଁ ବଛାଗଲେ । ଏହା ନିଶ୍ଚୟ ଭଗବାନଙ୍କର ତାଙ୍କପ୍ରତି ଅନ୍ୟାୟ ବିଚାର ।

       ଏବେ ସିଂକକ୍ର ରାଜାଙ୍କ ଏଭଳି ମନୋଭାବ ଭଗବାନ ଜାଣିପାରିଲେ । ତହୁଁ ସେ କହିଲେ, “ରାଜନ୍! ତୁମର ଧାରଣା ସଂପୂର୍ଣ୍ଣ ଭୁଲ୍ । କିନ୍ସୁର ଏମିତି କିଛି ନାମଜାଦା ରାଜ୍ୟ ନ ହେଲେ ବି ସେଠାକାର ରାଜା ଖୁବ୍ ଭଲ । କାରଣ ସେଠାକାର ରାଜା ଦେଖାଇ ପାରିଛନ୍ତି, କେତେ ଅପାରଗ ପ୍ରଜାମାନଙ୍କୁ ସଂଗଠିତ କରାଇ ରାଜ୍ୟ ଶାସନ କରିହୁଏ ।”

       ଏତିକି କହିସାରିଲା ପରେ ଭଗବାନ ମର୍ତ୍ତ୍ୟର ରାଜାମାନଙ୍କର ଭଲରୁ ମନ୍ଦ କ୍ରମରେ ଏକ ତାଲିକା ପଢିଲେ । ସେଥିରେ ମନ୍ଦ ରାଜା ହିସାବରେ ସିଂକକ୍ରାଜାଙ୍କ ନାମ ସବା ତଳେ ଥିଲା । କାରଣ ଏହି ରାଜା ନିଜର ସ୍ୱାର୍ଥସାଧନ ନିମନ୍ତେ ପ୍ରଜାମାନଙ୍କୁ ବହୁତ ଦୁଃଖ ଦେଇଥିଲେ ।

       ପୁନଶ୍ଚ ଭଗବାନ ସିଂକକ୍ର ରାଜାଙ୍କୁ ଚେତାଇ ଦେବାକୁ ଯାଇ କହିଲେ, “ରାଜନ୍! ସବୁବେଳେ ମନେ ରଖିବାକୁ ହେବ, ଯୋଗ୍ୟ ଲୋକଙ୍କୁ ନେଇ ରାଜ୍ୟ ଚଳାଇବାରେ ବିଶେଷ କିଛି ବାହାଦୁରୀ ନାହିଁ, ଅଛି କେବଳ ଅଯୋଗ୍ୟ ପ୍ରଜାଙ୍କୁ ସଜାଡି ରାଜ୍ୟ ଚଳାଇବା ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।


ଗପ ସାରଣୀ

ତାଲିକାଭୁକ୍ତ ଗପ