ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ ଦୀପ ଜଳାଇ ପୂଜାକଲା । ପୂଜା ସାରି ଶିବଙ୍କୁ ନମସ୍କାର କଲା । ହେ ପ୍ରଭୁ ମୋର ଦୁଃଖ ଫେଡ । ବିକ୍ରମାଦିତ୍ୟ ଯେପରି ପତି ହେବେ ମୋତେ ଏହି ବର ଦିଅ । ପ୍ରଭୁ ସଦାଶିବ ତୋଷ ହୋଇ କହିଲେ, ତୋର ମନସ୍କାମନା ଆଜି ପୂର୍ଣ୍ଣ କଲି । ବିକ୍ରମାଦିତ୍ୟ ମୋର ଦେଉଳ ପଛଭାଗରେ ଶୟନ କରିଛି । ଶନିଙ୍କ ପୀଡାରୁ ନିଜର ଜ୍ୟୋତି ହରାଇଛି । ବର୍ତ୍ତମାନ ରାଜାଙ୍କୁ ଚିହ୍ନିଥିବା ଲୋକ ବି ଚିହ୍ନି ପାରିବନାହିଁ । ଅତି ଅଳ୍ପଦିନ ପରେ ରାଜା ଶନିଙ୍କ ପୀଡାରୁ ମୁକ୍ତି ହେବେ । ତୁ ତାଙ୍କୁ ପତିପଦରେ ବରଣ କର । ଏହା କହି ସଦାଶିବ ଅନ୍ତର୍ଦ୍ଧାନ ହେଲେ । ଦେଉଳ ପଛ ଭାଗକୁ ଯାଇ ଦେଖନ୍ତି ପୁରୁଷ ଗୋଟିଏ ଶୟନ କରିଛି । ମରାଠା ଜେମା ତାହାଙ୍କୁ ବିକ୍ରମାଦିତ୍ୟ ବୋଲି ଜାଣିଲେ । ମରାଠା ରାଜଜେମା ବିଳମ୍ବ ନକରି ସଦାଶିବଙ୍କ ଆଦେଶ ଅନୁସାରେ ତାଙ୍କ ପଦମଂଚାଳିଲେ । ରାଜା କ୍ଳାନ୍ତହୋଇ ଶୟନ କରିଥିଲେ । କୋମଳ କରସ୍ପର୍ଶ ପାଇ ତାଙ୍କର ନିଦ୍ରା ଭଙ୍ଗ ହେଲା । ରାଜା ଭାବିଲେ ଆକାଶରୁ ଚନ୍ଦ୍ରଦେବ ଆସି କ’ଣ ପଥକ୍ଳାନ୍ତ ଦେଖି ଦୟାକଲେ । ରାଜା ଏପରି ଚିନ୍ତି ଚାହିଁଲେ ଦେଖିଲେ ଏକ ସୁନ୍ଦରୀ ଯୁବତୀ । ରାଜା ପ୍ରଶ୍ନକଲେ ତୁମ୍ଭେ କିଏ ତୁମ୍ଭର ପରିଚୟ ଦିଅ । ମୁଁ ଅତି ଦରିଦ୍ର ମୂଢ, ତୁମେ କାହିଁକି ମୋର ସେବା କରୁଛ । ମରାଠାର ରାଜଜେମା କହିଲେ ହେ ସ୍ୱାମୀ ତୁମ୍ଭେ ରାଜା ହେଲେ ମୁଁ ରାଣୀ । ତୁମ୍ଭେ ଭିକାରି ହେଲେ ମୁଁ ଭିକାରୁଣୀ । ସଦାଶିବଙ୍କୁ ପୂଜି ମୁଁ ତୁମ୍ଭଙ୍କୁ ପାଇଛି । ସେ କହିଲେ ବିକ୍ରମାଦିତ୍ୟ ତୋର ବର ହେବେ । ଦେଉଳ ପଛ ଭାଗରେ ରାଜା ଶୋଇଛନ୍ତି । ଶନିଙ୍କ କୋପରୁ ସେ ବିରୂପ ହୋଇଛନ୍ତି । ତୁହି ତାହାଙ୍କୁ ଯାଇ ପତିପଦରେ ବରଣ କର । ମୁଁ ତୁମ୍ଭର ଦାସୀ ତୁମ୍ଭେ ମୋର ପ୍ରଭୁ, ମୋର କର୍ତ୍ତବ୍ୟ ମୁଁ କରୁଛି । ହେ ରାଜନ ତୁମ୍ଭର ଯେଉଁ ଗତି, ମୋର ମଧ୍ୟ ସେ ଗତି । ରାଜଜେମା ମୁଖରୁ ଏପରି ବଚନ ଶୁଣି ବିକ୍ରମାଦିତ୍ୟକୁ ଏପରି କହି ରାଜଜେମା ତାଙ୍କ ଗଳାରେ ପୁଷ୍ପ ମାଲ୍ୟ ପିନ୍ଧାଇ ଦେଲା । ବିକ୍ରମାଦିତ୍ୟ ନିଜ ଗଳାରୁ ମାଳାଟି କାଢି ରାଜଜେମାଙ୍କ ଗଳାରେ ପିନ୍ଧାଇ ଦେଲେ । ବିକ୍ରମାଦିତ୍ୟ ନିଜର ପତ୍ନୀଙ୍କୁ ପରିଚୟ ପ୍ରଦାନ କଲେ । ରାଜଜେମା ଶୁଣିକରି କହିଲେ ହେ କାନ୍ତ ମୁଁ ଯାହା କହୁଛି ଶୁଣ । ମୁଁ ଗୃହକୁ ଯାଇ ତୁମ୍ଭକଥା ମୋ ପିତାଙ୍କୁ କହିବି । ସେ ତୁମ୍ଭଙ୍କୁ ନେଇ ମୋତେ ବିବାହ କରିଦେବେ । ଏପରି କହି ବିକ୍ରମାଦିତ୍ୟଙ୍କୁ ଶିବଙ୍କ ପ୍ରସାଦ ଦେଇ ରାଜକୁମାରୀ ନିଜ ଗୃହକୁ ଗଲେ ।
ବିକ୍ରମାଦିତ୍ୟଙ୍କ ବିବାହ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କନକ ସୁନ୍ଦରୀ
- ଚୋରର ଭାବାନ୍ତର
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- ମହାରାଜା ବିକ୍ରମାଦିତ୍ୟ
- ଉପସ୍ଥିତ ବୁଦ୍ଧିର ବଳ
- ମାଲ୍ୟାଣୀ କଥା
- ଛଦ୍ମକୁ ସାବଧାନ
- ପରର ମନ୍ଦ ଚିନ୍ତ ନାହିଁ
- ରାଜାଙ୍କର କ୍ରୋଧ
- ଭାଗ୍ୟକୁ ବିଶ୍ୱାସ
- ମୂର୍ଖତାର ଫଳ
- ସଙ୍ଗ ଦୋଷ
- ପ୍ରତିଶୋଧ
- ମାଆ ତୁ ସାହା
- ଯେମିତି ରୋଇବ, ସେମିତି ପାଇବ!
- ବୀର ହନୁମାନ
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ଭଲ ଓ ଭେଲ
- ଦୂର ପରବତ
- ପକ୍ଷୀପାଗଳ ବାଳକ
- ରାଜକୁମାରୀ ଓ ଶିମ୍ବମଞ୍ଜି
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ସିଂହର କୃତଜ୍ଞତା
- ପାଣ୍ଡିତ୍ୟ
- ପରିବର୍ତ୍ତନ
- ତାନ୍ତ୍ରିକ
- ନ୍ୟାୟ ବିଚାର
- ଅତି ଲୋଭ କରନାହିଁ
- ରାଜା ଓ କଳାକାର
- ରୂପରେଖା କଥା
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ପିତା ଓ ପୁତ୍ର
- ସଂସାରର ସାଗର
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ଦିବ୍ୟଗୁଣ
- ଚୋର ହେଲେ ରାଜା
- ନିର୍ଭରତା ଶିଖ
- କୁକୁରର ଲାଞ୍ଜ
- ରୂପାର ମାଢି
- ଅଶୋକ ସୁନ୍ଦରୀ
- କୃଷ୍ଣାବତାର
- ଧନକୁ କାହିଁକି ରଖୁ
- ଭକ୍ତ ପାଖରେ ଭଗବାନ ହାରିଲେ
- ସୌନ୍ଦର୍ଯ୍ୟ
- ଶିବଲୀଳା
- ମହାବଳୀ
- ଶିବ ପୁରାଣ
- ତ୍ୟାଗର ଫଳ
- ପୁରସ୍କାର
- ମାଆ କାନ୍ଦନ୍ତି କାହିଁକି
- ସାହସୀ ବିକ୍ରମ
- ଚିକିତ୍ସା ରହସ୍ୟ
- ସୁରେଖାର ଠାକୁର
- ରୂପଧରଙ୍କ ଯାତ୍ରା
- ବୀର ହନୁମାନ
- ମହାଭାରତ
- ଚତୁର ଇଭାନ୍
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ଦୁଇ ଅସୁର କଥା
- ଅମ୍ବରୀଷ
- ସବୁ ମୁଖେ ପରିସ୍ରା କରେ
- ବିଶ୍ୱସ୍ତ ଭୃତ୍ୟ
- ନେତ୍ରଦର୍ଶୀ
- ଭୁବନ ସୁନ୍ଦରୀ
- ମାଆଙ୍କ ପାଇଁ ଗହଣା
- ଜ୍ୟୋତିଷ ଶୁକପକ୍ଷୀ
- ଅଭିନେତାଙ୍କ ଭିନ୍ନ ବିଚାର
- ଯଥାର୍ଥ ସନ୍ତୋଷ
- ବିଶ୍ୱାସ ଓ ବିଷ
- ଯେସାକୁ ତେସା
- ଯାଦୁ ମହଲ
- ଉପକାରୀ ଇଗଲ୍
- ସ୍ୱପ୍ନ ଦୁଃସ୍ୱପ୍ନ
- ଦୟା ସାଗର
- କୋକିଶିଆଳି ଲାଞ୍ଜ ଧଳା
- ନୂଆ ଜୁଆଇଁ
- ହାରଜିତ୍
- କଇଁଚର ଦୌଡ
- ଆମ ସଂସ୍କୃତି
- ଶିବଭକ୍ତ ଯୁବକ
- ଅଳଙ୍କାର!
- ମିଛ ହିଁ କାଳ
- ପତିବ୍ରତା
- ରାକ୍ଷସର ଦାନ
- ଧର୍ମ ସହିବ ନାହଁ
- ମହାକପି ଜାତକ
- ବୃଷଭ ବୁଝିଲା
- ବିଚରା ପଣ୍ଡିତ
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ବିବେକ
- ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ
- ବୀଣାର ବିବାହ
- ସ୍ତ୍ରୀ କାହାର
- ଲୀଳାବତୀ କଥା
- ଦସ୍ୟୁ ରାଜକୁମାର
- ବିବେକ ଧର୍ମ
- ବିଷ୍ଣୁଭକ୍ତ ଗଜରାଜ
- ପିଶାଚର ସାହାଯ୍ୟ
- ଈଶ୍ୱର ଏକ
- ସୁବର୍ଣ୍ଣ ମୟୁରୀ
- ଦାନ
- ନୂତନ ଦଣ୍ଡ
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ଯେପରି କର୍ମ ସେପରି ଫଳ
- ତିନି ତୁଣ୍ଡରେ ଛେଳି କୁକୁର ହେବା କଥା
- ଆତ୍ମବଳି
- କପଟୀ ଅନ୍ତର
- ପ୍ରଶସ୍ତି
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- କୁକୁର, ବିଲୁଆ ଓ ସିଂହ କଥା
- ଏହାପରେ କ’ଣ ହେଲା?
- ତିନି ଗୁଲାମ
- ଜିତୁମିତୁ
- ଆଗେ ଘରର ପଛେ ଅନ୍ୟର
- କନକ ଉପତ୍ୟକାର କାହାଣୀ
- ବିବେକ ଓ ବଚନ
- କୁକୁରର ପ୍ରଭୁ ଭକ୍ତି
- ରାଜାଙ୍କ ପରୀକ୍ଷା
- ଶୁକ ପକ୍ଷୀ ପ୍ରାପ୍ତି
- ବନ୍ୟା ପୀଡିତ
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ତ୍ୟାଗ ଓ ଭୋଗ
- ନିର୍ଦ୍ଦୟରୁ ସଦୟ
- ମୋହରିର ଚାକିରିରୁ ବିଚାରପତି
- ଲୋଭି ବିଲୁଆ
- ସୁବର୍ଣ୍ଣ ହଂସ
- ଦଗା!
- ଡାକମୁନ୍ସି
- ଆତ୍ମାଭିମାନ
- ଭଗବାନଙ୍କ ଉପରେ ଆସ୍ଥା
- ଅନୁରୋଧବତୀ କଥା
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ଲୋଭୀ ବେପାରୀ
- ସତ୍ୟପାଳ ଓ ଦୁଇଶତ୍ରୁ
- ବିକ୍ରମାଦିତ୍ୟଙ୍କ ବନଗମନ
- କୂପମଣ୍ଡୁକ
- ବିଚିତ୍ର ପୁଷ୍ପ
- ଶତ୍ରୁକୁ ସତ୍କାର
- ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ
- ଶନି ଓ ଧନ ଦେବୀଙ୍କ କଳହ
- ଭିନ୍ନ ବିଦ୍ୟା
- ବୃଷୋତ୍ସର୍ଗ
- ପାର୍ଥକ୍ୟ
- ବଡ କିଏ?
- ବିଚିତ୍ର ପୁଷ୍ପ
- ବହ୍ନି ଦ୍ୱୀପ
- ମହାଭାରତ
- ଭାଗ୍ୟର ବିଡମ୍ବନା
- ବଚନର ମୂଲ୍ୟ
- ବହ୍ନି ଦ୍ୱୀପ
- ମହାଭାରତ
- ବାଃ ବାଃ କାଲିବାଇ!
- ହସରେ ହସରେ ଚାପୁଡା
- ପ୍ରାପ୍ତ ଧନ
- ଅଦ୍ଭୁତ କବଚ
- ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର
- ଗୁରୁ ଆଶୀର୍ବାଦ
- ଦସ୍ୟୁରାଜକୁମାର
- ଭୁଲ୍ ବୁଝିଲା ବିନୟ
- ବିଶ୍ୱାସରେ କେବେ ବିଷ ଦିଅନା
- ସଂସାରରେ ଶ୍ରେଷ୍ଠ ଚିଜ କ’ଣ?
- ମଲାପୁଅ ବଂଚିଲା
- ପରିବର୍ତ୍ତନ
- ମହାଶିଳ୍ପୀ
- ଚୋରୀ
- ସ୍ୱପ୍ନରୁ ବାସ୍ତବ
- ନ ହେବା କଥାକୁ ଚେଷ୍ଟା
- ମଇଁଷି ପାଇଲା ଆଶୀର୍ବାଦ
- ଦକ୍ଷିଣା
- ଅସଲ ମିତ୍ର
- ଉପଯୁକ୍ତ ବରପାତ୍ର
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ବିଶ୍ୱାସ ଘାତକ ବନ୍ଧୁ
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ହୁସ୍ ହୁସ୍
- ବିଶ୍ୱାସରେ ବିଷ
- ବାରୁଦର ଜନ୍ମ କଥା
- କପୋତ ଜାତକ
- ବୃଦ୍ଧ ହୋଇ ମରିବା
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ନିଷ୍ପତି ବଦଳ
- କର୍ମ ହିଁ ଜୀବନର ମାନଦଣ୍ଡ
- ସମାଲୋଚନା ସଫଳତା ଆଣିଦିଏ
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ସମ୍ରାଟ ଅଶୋକ
- ମୁଁ ଜଣେ ରାଜଭକ୍ତ
- ବୀର ହନୁମାନ
- ଏକତାର କରାମତି
- ସୁଖୀ ପରିବାର
- ଗୁରୁଜନଙ୍କ ଆଶୀର୍ବାଦ
- ଡାକୁ ଭୈରବ
- ଭୀମସେନ ଜାତକ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ବନ୍ଧୁଙ୍କ ଅସୁଲି
- ଚିକିତ୍ସା ଶାସ୍ତ୍ର
- ତିନି ପରୀକ୍ଷା
- ଅତ୍ୟାଚାରୀ ମାଲିକ
- କଲ୍ୟାଣୀର ପରିଣୟ